ଭାରତ ଦେଖାଇଲା ତୁର୍କୀକୁ ଔକାତ, ବିମାନ ସେବା, ଚକୋଲେଟ ସହ ଡ୍ରାଏ ଫ୍ରୁଟ୍ ବ୍ୟାନ୍
ନୂଆଦିଲ୍ଲୀ, ୨୦/୫: ଦେଶରେ ଜୋର୍ଦାର ଚାଲିଛି ବୟକଟ୍ ତୁର୍କୀ ଅଭିଯାନ । ବଡ଼ ବଡ଼ ଅନ୍ଲାଇନ୍ ଫ୍ୟାସନ୍ ରିଟେଲରଙ୍କଠାରୁ ଆରମ୍ଭ କରି ଛୋଟ ଛୋଟ କିରାଣା ଦୋକନଗୁଡ଼ିକ ତୁର୍କୀ ଚକୋଲେଟ୍, କଫି, ଜାମ୍ ଏବଂ କସ୍ମେଟିକ୍ସଠାରୁ ଆରମ୍ଭ କରି ସେଠାକାର ପୋଷାକ ବ୍ରାଣ୍ଡ୍କୁ ବର୍ଜନ କରୁଛନ୍ତି । ଅପରେଶନ୍ ସିନ୍ଦୁର ଅର୍ନ୍ତଗତ ଭାରତ-ପାକ୍ ଯୁଦ୍ଧ ବେଳେ ପାକିସ୍ତାନକୁ ତୁର୍କୀର ଖୋଲାଖୋଲି ସମର୍ଥନ ଏହାକୁ ମହଙ୍ଗା ପଡ଼ିଛି । ସୋମବାର ସର୍ବଭାରତୀୟ ଉପଭୋକ୍ତା ସାମଗ୍ରୀ ବିତରକ ସଂଘ (ଏଆଇସିପିଡିଏଫ୍) ସମସ୍ତ ତୁର୍କୀ- ଅରିଜିନ୍ ସାମଗ୍ରୀ ପାଇଁ ଅନିର୍ଦ୍ଧିଷ୍ଟ କାଳ ନିମନ୍ତେ ସମ୍ପୂର୍ଣ୍ଣ ବୟକଟ୍ ଘୋଷଣା କରିଛି । ଏହା ମଧ୍ୟରେ ରହିଛି ସେଠାକାର ଚକୋଲେଟ୍, ୱାଫର, ଜାମ୍, ବିସ୍କୁଟ୍ ଏବଂ ସ୍କିନ୍କେୟାର ସାମଗ୍ରୀ ଇତ୍ୟାଦି । ୱାଲ୍ମାର୍ଟ ଅଧୀକୃତ ଫିପ୍କାର୍ଟ ଏବଂ ଅରବପତି ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ବ୍ୟାପକ ସଂଖ୍ୟାରେ ତୁର୍କୀ ପୋଷାକ ବ୍ରାଣ୍ଡଗୁଡ଼ିକୁ ନିଜ ନିଜ ୱେବ୍ସାଇଟ୍ରୁ ହଟାଇ ଦେଇଛନ୍ତି । ଫ୍ଲିପ୍କାର୍ଟର ଫ୍ୟାଶନ୍ ୱେବ୍ସାଇଟ୍ ମିନ୍ତ୍ରା ମହିଳାଙ୍କ ପୋଷାକ ବର୍ଗରେ ଟ୍ରେଣ୍ଡ୍ୟୋଲ ସମେତ ଅନେକ ତୁର୍କୀ ବ୍ରାଣ୍ଡଗୁଡ଼ିକୁ ହଟାଇ ଦେଇଛି । ଷ୍ଟ୍ରିଟ୍ ଏବଂ କ୍ୟାଜୁଆଲ ୱେର୍ ବ୍ରାଣ୍ଡ୍ ଏଲ୍ସି ୱେକିକି ଏବଂ ଜିନ୍ସ ନିର୍ମାତା ମାଭିକୁ ବି ଏହା ହଟାଇ ଦେଇଥିବା ଜଣାପଡ଼ିଛି । ଜାତୀୟ ସ୍ୱାର୍ଥ ଉଦ୍ଦେଶ୍ୟରେ ମିନ୍ତ
ନୂଆଦିଲ୍ଲୀ, ୨୦/୫: ଦେଶରେ ଜୋର୍ଦାର ଚାଲିଛି ବୟକଟ୍ ତୁର୍କୀ ଅଭିଯାନ । ବଡ଼ ବଡ଼ ଅନ୍ଲାଇନ୍ ଫ୍ୟାସନ୍ ରିଟେଲରଙ୍କଠାରୁ ଆରମ୍ଭ କରି ଛୋଟ ଛୋଟ କିରାଣା ଦୋକନଗୁଡ଼ିକ ତୁର୍କୀ ଚକୋଲେଟ୍, କଫି, ଜାମ୍ ଏବଂ କସ୍ମେଟିକ୍ସଠାରୁ ଆରମ୍ଭ କରି ସେଠାକାର ପୋଷାକ ବ୍ରାଣ୍ଡ୍କୁ ବର୍ଜନ କରୁଛନ୍ତି । ଅପରେଶନ୍ ସିନ୍ଦୁର ଅର୍ନ୍ତଗତ ଭାରତ-ପାକ୍ ଯୁଦ୍ଧ ବେଳେ ପାକିସ୍ତାନକୁ ତୁର୍କୀର ଖୋଲାଖୋଲି ସମର୍ଥନ ଏହାକୁ ମହଙ୍ଗା ପଡ଼ିଛି ।
ସୋମବାର ସର୍ବଭାରତୀୟ ଉପଭୋକ୍ତା ସାମଗ୍ରୀ ବିତରକ ସଂଘ (ଏଆଇସିପିଡିଏଫ୍) ସମସ୍ତ ତୁର୍କୀ- ଅରିଜିନ୍ ସାମଗ୍ରୀ ପାଇଁ ଅନିର୍ଦ୍ଧିଷ୍ଟ କାଳ ନିମନ୍ତେ ସମ୍ପୂର୍ଣ୍ଣ ବୟକଟ୍ ଘୋଷଣା କରିଛି । ଏହା ମଧ୍ୟରେ ରହିଛି ସେଠାକାର ଚକୋଲେଟ୍, ୱାଫର, ଜାମ୍, ବିସ୍କୁଟ୍ ଏବଂ ସ୍କିନ୍କେୟାର ସାମଗ୍ରୀ ଇତ୍ୟାଦି । ୱାଲ୍ମାର୍ଟ ଅଧୀକୃତ ଫିପ୍କାର୍ଟ ଏବଂ ଅରବପତି ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ବ୍ୟାପକ ସଂଖ୍ୟାରେ ତୁର୍କୀ ପୋଷାକ ବ୍ରାଣ୍ଡଗୁଡ଼ିକୁ ନିଜ ନିଜ ୱେବ୍ସାଇଟ୍ରୁ ହଟାଇ ଦେଇଛନ୍ତି ।
ଫ୍ଲିପ୍କାର୍ଟର ଫ୍ୟାଶନ୍ ୱେବ୍ସାଇଟ୍ ମିନ୍ତ୍ରା ମହିଳାଙ୍କ ପୋଷାକ ବର୍ଗରେ ଟ୍ରେଣ୍ଡ୍ୟୋଲ ସମେତ ଅନେକ ତୁର୍କୀ ବ୍ରାଣ୍ଡଗୁଡ଼ିକୁ ହଟାଇ ଦେଇଛି । ଷ୍ଟ୍ରିଟ୍ ଏବଂ କ୍ୟାଜୁଆଲ ୱେର୍ ବ୍ରାଣ୍ଡ୍ ଏଲ୍ସି ୱେକିକି ଏବଂ ଜିନ୍ସ ନିର୍ମାତା ମାଭିକୁ ବି ଏହା ହଟାଇ ଦେଇଥିବା ଜଣାପଡ଼ିଛି । ଜାତୀୟ ସ୍ୱାର୍ଥ ଉଦ୍ଦେଶ୍ୟରେ ମିନ୍ତ୍ରା ଏହି ନିଷ୍ପତ୍ତି ନେଇଛି । ଏଥିରେ ୱାଲ୍ମାର୍ଟ ହସ୍ତକ୍ଷେପ କରି ନ ଥିବା ଜଣାପଡ଼ିଛି । ରିଲାଏନ୍ସର ଫ୍ୟାସନ୍ ୱେବ୍ସାଇଟ୍ ଆଜିଓ ମଧ୍ୟ ତୁର୍କୀ ବ୍ରାଣ୍ଡ୍ ଟ୍ରେଣ୍ଡ୍ୟୋଲ, କୋଟନ, ଏଲ୍ସି ୱେକିକି ଆଦି ତୁର୍କୀ ବ୍ରାଣ୍ଡ୍ଗୁଡ଼ିକୁ ଏହାର ୱେବ୍ସାଇଟ୍ରୁ ହଟାଇ ଦେଇଛି ।
ଏଥିମଧ୍ୟରୁ ଅଧିକାଂଶ ବ୍ରାଣ୍ଡ୍ ଏବେ ‘ଆଉଟ୍ ଅଫ୍ ଷ୍ଟକ୍’ ଭାବେ ପ୍ରଦର୍ଶିତ ହେଉଛି । ତୁର୍କୀକୁ ବର୍ଜନ କରିବା ପାଇଁ ଭାରତ ସରକାର କୌଣସି ପ୍ରକାର ନିର୍ଦ୍ଦେଶ ଦେଇନାହାନ୍ତି । କମ୍ପାନିଗୁଡ଼ିକ ଦେଶପ୍ରେମ ଏବଂ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ନିଜ ଆଡୁ ବୟକଟ୍ ତୁର୍କୀ ଅଭିଯାନରେ ସାମିଲ ହୋଇଛନ୍ତି । ବର୍ଷକୁ ତୁର୍କୀରୁ ପ୍ରାୟ ୨.୭ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଭାରତକୁ ଆସିଥାଏ ।
ଏଥିମଧ୍ୟରୁ ବୃହତ୍ ଭାଗ ହେଉଛି ଖଣିଜ ଇନ୍ଧନ ଏବଂ ମୂଲ୍ୟବାନ ଧାତୁ । ଗ୍ରାହକଙ୍କ ପକ୍ଷରୁ ତୁର୍କୀ ଉତ୍ପାଦକୁ ବଡ଼ ମାତ୍ରାରେ ବର୍ଜନ କରାଯାଉଛି । ଏଆଇସିପିଡିଏଫ୍ ଆକଳନ ଅନୁସାରେ, ଏହି ବର୍ଜନ ଦ୍ୱାରା ୨୦୦୦ କୋଟି ଟଙ୍କାର ତୁର୍କୀ ଖାଦ୍ୟ ପ୍ରଭାବିତ ହେବ । ପୂର୍ବବର୍ଷ ତୁର୍କୀରୁ ୮.୧ କୋଟି ଡଲାର ମୂଲ୍ୟର ପୋଷାକ ଆମଦାନି ହୋଇଥିଲା । ବର୍ତ୍ତମାନ ଏହା ଉପରେ ବି ପ୍ରଭାବ ପଡ଼ିବ । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି ଯେ, ତୁର୍କୀରୁ ସେଓ ଆମଦାନିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିବା ପାଇଁ ସେ ଦାବି ଉଠାଇବେ ।
ପୂର୍ବବର୍ଷ ସେଠାରୁ ପ୍ରାୟ ୬ କୋଟି ଡଲାର ମୂଲ୍ୟର ସେଓ ଆମଦାନି କରାଯାଇଥିଲା । ପ୍ରକାଶଯୋଗ୍ୟ, ଭାରତୀୟମାନେ ଏବେ ସେମାନଙ୍କ ତୁର୍କୀ ଟ୍ରାଭେଲ ଟ୍ରିପ୍କୁ ବାତିଲ କରୁଛନ୍ତି । ତୁର୍କୀର ଆଭିଏସନ୍ ଗ୍ରାଉଣ୍ଡ୍ ହ୍ୟାଣ୍ଡ୍ଲି କମ୍ପାନି ସେଲେବିର ସୁରକ୍ଷା ମଞ୍ଜୁରିକୁ ଖାରଜ କରିଛନ୍ତି କେନ୍ଦ୍ର ସରକାର । ବିଭିନ୍ନ ଟ୍ରାଭେଲ ଅପରେଟରମାନେ ସେମାନଙ୍କ ତୁର୍କୀ ଏବଂ ଅଜର୍ବୈଜାନ୍ ଟ୍ରାଭେଲ ପ୍ୟାକେଜ୍କୁ ପ୍ରତ୍ୟାହାର କରିଛନ୍ତି । ପହଲ୍ଗାମ ଆତଙ୍କବାଦୀ ହମ୍ଲା ପରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନକୁ ସମର୍ଥନ କରିଥିବା ତୁର୍କୀ ଏବଂ ଅଜରବୈଜାନ ସହ ବ୍ୟବସାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବ୍ୟବସାୟୀମାନେ ଘୋଷଣା କରିଛନ୍ତି ।
ଗତ ୧୬ ତାରିଖରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ଦିଲ୍ଲୀରେ ଏକତ୍ର ହୋଇଥଲେ ୨୪ରୁ ଊଦ୍ଧ୍ୱର୍ ରାଜ୍ୟର ବ୍ୟବସାୟୀ । ତୁର୍କୀ ଏବଂ ଅଜରବୈଜାନ ସହ ସମସ୍ତ ବ୍ୟବସାୟକୁ ବନ୍ଦ କରିବା ପାଇଁ ଏ ଅବସରରେ ଏକ ମିଳିତ ନିଷ୍ପତ୍ତି ନିଆଯାଇଥିଲା । ବିଜେପି ଏମ୍ପି ତଥା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ର ମହାସଚିବ ପ୍ରବୀଣ ଖଣ୍ଡେଲ୍ୱାଲ ବୈଠକ ପରେ କହିଥିଲେ ଯେ, ଉଭୟ ଦେଶ ସହ ବ୍ୟବସାୟ ବନ୍ଦ କରିବାର କାରଣ ସ୍ପଷ୍ଟ ।
ଭାରତ ବିରୋଧରେ ଯାଇ ଉଭୟ ରାଷ୍ଟ୍ର ଖୋଲାଖୋଲି ଭାବେ ପାକିସ୍ତାନକୁ ସମର୍ଥନ ଦେଇଛନ୍ତି । ତୁର୍କୀ ଏବଂ ଅଜରବୈଜାନ ସହ କୌଣସି ପ୍ରକାର ଆମଦାନି ଏବଂ ରପ୍ତାନି ହେବ ନାହିଁ । ତତ୍କାଳ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇଛି । ଖଣ୍ଡେଲୱାଲ୍ ଆହୁରି କହିଛନ୍ତି ଯେ, ତୁର୍କୀ ଏବଂ ଅଜରବୈଜାନରେ ବିଜ୍ଞାପନ ଏବଂ ଫିଲ୍ମ ସୁଟିଂ ନ କରିବା ପାଇଁ ଭାରତୀୟ କମ୍ପାନିଗୁଡ଼ିକୁ ଆହ୍ୱାନ ଦିଆଯାଇଛି । ଉଭୟ ରାଷ୍ଟ୍ରରେ ଚଳଚ୍ଚିତ୍ର ସୁଟିଂ ନ କରିବା ପାଇଁ ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଅନୁରୋଧ କରାଯାଇଛି ।