ଭାରତ ପାଇଁ ଖୁସି ଖବର! ରୋହିଙ୍ଗ୍ୟାଙ୍କ ପାଇଁ ବାଂଲାଦେଶ ଉଠାଇଲା…
ଢାକା/ନୂଆଦିଲ୍ଲୀ,୯।୯: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ରବିବାର ଦକ୍ଷିଣ ଏସିଆରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କ ପାଇଁ ଶୀଘ୍ର ଥଇଥାନ ଘୋଷଣା କରିଛନ୍ତି। ମହମ୍ମଦ ୟୁନୁସ କହିଛନ୍ତି ଯେ ମ୍ୟାନମାର ଏବଂ ଏହାର ସୀମାବର୍ତ୍ତୀ ରାଜ୍ୟରେ କ୍ରମାଗତ ଭାବେ ବଢୁୁଥିବା ହିଂସା ବିରୋଧରେ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ମ୍ୟାନମାରର ଶାସକ ସେନା ଏବଂ ଦେଶର ବୈଦ୍ଧ ସଂଖ୍ୟାଗରିଷ୍ଠତା ବିଶିଷ୍ଟ ଏକ ଶକ୍ତିଶାଳୀ ଜାତୀୟ ମିଲିଶିୟା ଅରାକନ ଆର୍ମିଙ୍କ ମଧ୍ୟରେ ଲଢେଇ ଜୋରଦାର ହୋଇଥିବାରୁ ପ୍ରାୟ […] The post ଭାରତ ପାଇଁ ଖୁସି ଖବର! ରୋହିଙ୍ଗ୍ୟାଙ୍କ ପାଇଁ ବାଂଲାଦେଶ ଉଠାଇଲା… appeared first on Dharitri Odia News.
ଢାକା/ନୂଆଦିଲ୍ଲୀ,୯।୯: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ରବିବାର ଦକ୍ଷିଣ ଏସିଆରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କ ପାଇଁ ଶୀଘ୍ର ଥଇଥାନ ଘୋଷଣା କରିଛନ୍ତି। ମହମ୍ମଦ ୟୁନୁସ କହିଛନ୍ତି ଯେ ମ୍ୟାନମାର ଏବଂ ଏହାର ସୀମାବର୍ତ୍ତୀ ରାଜ୍ୟରେ କ୍ରମାଗତ ଭାବେ ବଢୁୁଥିବା ହିଂସା ବିରୋଧରେ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ମ୍ୟାନମାରର ଶାସକ ସେନା ଏବଂ ଦେଶର ବୈଦ୍ଧ ସଂଖ୍ୟାଗରିଷ୍ଠତା ବିଶିଷ୍ଟ ଏକ ଶକ୍ତିଶାଳୀ ଜାତୀୟ ମିଲିଶିୟା ଅରାକନ ଆର୍ମିଙ୍କ ମଧ୍ୟରେ ଲଢେଇ ଜୋରଦାର ହୋଇଥିବାରୁ ପ୍ରାୟ ୮ ହଜାର ରୋହିଙ୍ଗ୍ୟା ମୁସଲମାନ ସୀମା ପାର କରି ବାଂଲାଦେଶକୁ ପଳାଇଛନ୍ତି।
ସେମାନେ ଦେଶର କକ୍ସ ବଜାର ଜିଲାର ଅତ୍ୟଧିକ ଜନଗହଳିପୂର୍ଣ୍ଣ ଶିବିରରେ ରହୁଥିବା ଏକ ମିଲିୟନରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀ ଙ୍କ ସହ ସାମିଲ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ୨୦୧୭ରେ ମ୍ୟାନମାରରେ ସାମରିକ ନେତୃତ୍ୱାଧୀନ ଆକ୍ରମଣରୁ ପଳାୟନ କରିଥିଲେ।
ବାଂଲାଦେଶ ବୈଦେଶିକ ମନ୍ତ୍ରୀ ମହମ୍ମଦ ତାହିଦ ହୁସେନ କହିଛନ୍ତି ଯେ ବାଂଲାଦେଶ ଆଉ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଗ୍ରହଣ କରିପାରିବ ନାହିଁ। କିନ୍ତୁ ହୁସେନ ଭାରତ ଏବଂ ଅନ୍ୟାନ୍ୟ ଦେଶରେ ରହୁଥିବା ଲୋକଙ୍କୁ ଫେରାଇ ଆଣିବା ବିଷୟରେ କହିଥିଲେ। ରଖାଇନ ରାଜ୍ୟରେ ରୋହିଙ୍ଗ୍ୟା ଉପରେ ଆକ୍ରମଣ ବନ୍ଦ କରିବାକୁ ଆରାକାନ ସେନା ଉପରେ ଅଧିକ ଚାପ ପକାଇବାକୁ ସେ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରିଛନ୍ତି।
ରୋହିଙ୍ଗ୍ୟା ଶରଣାର୍ଥୀମାନେ ନିଜ ଦେଶକୁ ଫେରିବାର ଆଶା କମ, ଯେଉଁଠାରେ ସେମାନଙ୍କୁ ନାଗରିକତା ଏବଂ ଅନ୍ୟାନ୍ୟ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଛି । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଅନ୍ତର୍ଜାତୀୟ ସଂଗଠନ (IOM) ସହିତ ପୁନଃ ବିସ୍ଥାପନ କାର୍ଯ୍ୟକୁ ତ୍ୱରାନୱିତ କରିବା ପାଇଁ ଏକ ବୈଠକ କରିଥିଲେ। ଏହି ବୈଠକ ପରେ ୟୁନୁସ କହିଛନ୍ତି ଯେ ପୁନର୍ବାସ ପ୍ରକ୍ରିୟା ସହଜ, ନିୟମିତ ଏବଂ ସୁଗମ ହେବା ଉଚିତ।
The post ଭାରତ ପାଇଁ ଖୁସି ଖବର! ରୋହିଙ୍ଗ୍ୟାଙ୍କ ପାଇଁ ବାଂଲାଦେଶ ଉଠାଇଲା… appeared first on Dharitri Odia News.