ଭାରତ-ପାକିସ୍ତାନ ଯୁଦ୍ଧ: ୬୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ, ନିଫ୍ଟି ସ୍ଥିତି ବି ଶୋଚନୀୟ

ମୁମ୍ବାଇ: ଭାରତ- ପାକିସ୍ତାନ ଯୁଦ୍ଧୀ ପ୍ରଭାବ ଶେୟାର ବଜାର ଉପରେ ପଡ଼ିଛି । ଶୁକ୍ରବାର ସକାଳେ ମାର୍କେଟ ଖୋଲୁ ଖୋଲୁ ଶେୟାର ବଜାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ସକାଳ ୯ଟା ୨୪ରେ ସେନସେସ୍କ ୫୭୭.୫୯ ପ୍ରତିଶତରୁ ଖସି ୭୯,୭୫୭.୨୨ରେ ପହଞ୍ଚିଛି । ସେହିପରି ନିଫ୍ଟି ୨୦୭.୫୦ ଖସି ୨୪,୦୬୬.୩୦ ସ୍ତରରେ ପହଞ୍ଚିଛି । ଏହାଛଡ଼ା ସେନସେସ୍କରେ ୬୦୦ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି । ଗୁରୁବାର ମଧ୍ୟ ଶେୟାର ବଜାରର ସ୍ଥିତି ସମାନ ଥିଲା […]

ଭାରତ-ପାକିସ୍ତାନ ଯୁଦ୍ଧ: ୬୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ,  ନିଫ୍ଟି ସ୍ଥିତି ବି ଶୋଚନୀୟ

ମୁମ୍ବାଇ: ଭାରତ- ପାକିସ୍ତାନ ଯୁଦ୍ଧୀ ପ୍ରଭାବ ଶେୟାର ବଜାର ଉପରେ ପଡ଼ିଛି । ଶୁକ୍ରବାର ସକାଳେ ମାର୍କେଟ ଖୋଲୁ ଖୋଲୁ ଶେୟାର ବଜାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି ।

ସକାଳ ୯ଟା ୨୪ରେ ସେନସେସ୍କ ୫୭୭.୫୯ ପ୍ରତିଶତରୁ ଖସି ୭୯,୭୫୭.୨୨ରେ ପହଞ୍ଚିଛି । ସେହିପରି ନିଫ୍ଟି ୨୦୭.୫୦ ଖସି ୨୪,୦୬୬.୩୦ ସ୍ତରରେ ପହଞ୍ଚିଛି । ଏହାଛଡ଼ା ସେନସେସ୍କରେ ୬୦୦ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି ।

ଗୁରୁବାର ମଧ୍ୟ ଶେୟାର ବଜାରର ସ୍ଥିତି ସମାନ ଥିଲା । ଟଙ୍କା ଡଲାର ତୁଳନାରେ ୧୦ ପଇସା କମି, ୮୫.୮୧ ଟଙ୍କାରେ ପହଞ୍ଚିଛି । ଗୋଟିଏ ଦିନ ପୂର୍ବରୁ ଟଙ୍କା ୮୫.୭୧ ଟଙ୍କା ପ୍ରତି ଡଲାର ଥିଲା ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ପାକିସ୍ତାନର ସେୟାର ବଜାରରେ ଅରାଜକତା ଦେଖାଦେଇଛି। ଗୋଟିଏ ଦିନ ପୂର୍ବରୁ, କରାଚୀ ଷ୍ଟକ୍ ଏକ୍ସଚେଞ୍ଜରେ ପ୍ରାୟ 7 ପ୍ରତିଶତର ଏକ ବଡ଼ ହ୍ରାସ ଦେଖାଯାଇଥିଲା। ନିବେଶକଙ୍କ ପ୍ରବଳ ବିକ୍ରୟ ଚାପ ଯୋଗୁଁ, ପାକିସ୍ତାନର ଷ୍ଟକ୍ ବଜାରରେ କାରବାର କିଛି ସମୟ ପାଇଁ ବନ୍ଦ କରିବାକୁ ପଡିଲା।

ତଥାପି, ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନରେ ଯେପରି ପ୍ରଭାବ ଦେଖାଯାଉଛି, ଭାରତୀୟ ସେୟାର ବଜାର ଉପରେ ମଧ୍ୟ ସମାନ ପ୍ରଭାବ ପଡ଼ିବ। ଏହି ପରିସ୍ଥିତିରେ ଭାରତୀୟ ବଜାର ଦୃଢ଼ ଥିବା ବେଳେ ପାକିସ୍ତାନର ସେୟାର ବଜାର କ୍ରାସ୍ ହେଉଛି ଏବଂ ଏହାର ପ୍ରଭାବ ଅସ୍ଥାୟୀ ଏବଂ ସୀମିତ।