ଭାରତ- ପାକ୍ ତିକ୍ତତା ମଧ୍ୟରେ ଖୁସିଖବର, ଏପ୍ରିଲରେ କମିଲା ନିରାମିଷ ଖାଦ୍ୟ ଥାଳି ମୂଲ୍ୟ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ତିକ୍ତତା ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଆଶ୍ବସ୍ତିକର ଖବର। ଏପ୍ରିଲରେ ପନିପରିବା ଦାମ୍‌ରେ ହ୍ରାସ କାରଣରୁ ଘରୋଇ ଥାଳି ମୂଲ୍ୟରେ ହ୍ରାସ ହୋଇଛି। ଘରୋଇ ରେଟିଂ ଏଜେନ୍ସୀ କ୍ରିସିଲର ରିପୋର୍ଟ ଅନୁଯାୟୀ, ଏପ୍ରିଲରେ ସାଧାରଣ ଭେଜ୍‌ ଥାଳିର ଖର୍ଚ୍ଚ ବାର୍ଷିକ ଆଧାରରେ ୪ ପ୍ରତିଶତ ଏବଂ ମାସିକ ଆଧାରରେ ୧ ପ୍ରତିଶତ କମ୍ ହୋଇ ୨୬.୩ ଟଙ୍କା ହୋଇଛି।ରିପୋର୍ଟରେ କୁହାଯାଇଛି, ପନିପରିବାର ଦାମ୍‌ରେ ଦ୍ରୁତ ହ୍ରାସ କାରଣରୁ ଭେଜ୍‌ ଥାଳି ଶସ୍ତା ହୋଇଛି। ଏପ୍ରିଲରେ ଟମାଟୋ ୩୪ ପ୍ରତିଶତ, ଆଳୁ ୧୧ ପ୍ରତିଶତ ଏବଂ ପିଆଜ ୬ ପ୍ରତିଶତ ଶସ୍ତା ହୋଇଛି। ତେବେ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଉଚ୍ଚ ଆମଦାନୀ ଶୁଳ୍କ କାରଣରୁ ବନସ୍ପତି ତେଲର ଦାମରେ ୧୦ ପ୍ରତିଶତ ବୃଦ୍ଧି ଏବଂ ଏଲପିଜି ସିଲିଣ୍ଡରର ଦାମ୍‌ରେ ୬ ପ୍ରତିଶତ ବୃଦ୍ଧି ଭେଜ୍‌ ଥାଳି ଦାମ ହ୍ରାସକୁ ସୀମିତ କରିଛି।ସେହିଭଳି ଆମିଷ ଥାଳିର ଦାମ୍‌ ବାର୍ଷିକ ଆଧାରରେ ୪ ପତିଶତ ଏବଂ ମାସିକ ଆଧାରରେ ୨ ପ୍ରତିଶତର ହ୍ରାସ ହୋଇଥିବା କୁହାଯାଇଛି। ଆଉ ଏପ୍ରିଲରେ ଏହା ୫୩.୯ ଟଙ୍କା ରହିଥିବା କୁହାଯାଇଛି। ରିପୋର୍ଟ ଅନୁସାରେ ଆମିଷ ଖାଦ୍ୟର ଦାମ୍‌ରେ ହ୍ରାସ ପନିପିରବା ଏବଂ ପୋଲ୍ଟ୍ରି ଦାମରେ ହ୍ରାସ କାରଣରୁ ହୋଇଛି।କ୍ରିସିଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ପୁଶନ ଶର୍ମା କହିଛନ୍ତି, ଆଗାମୀ ଦିନରେ ମଜଭୁତ ଘରୋଇ ଉତ୍ପାଦନ ମଧ୍ୟରେ ଗହମ ଏବଂ ଡାଲିର ଦ

ଭାରତ- ପାକ୍ ତିକ୍ତତା ମଧ୍ୟରେ ଖୁସିଖବର, ଏପ୍ରିଲରେ କମିଲା ନିରାମିଷ ଖାଦ୍ୟ ଥାଳି ମୂଲ୍ୟ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ତିକ୍ତତା ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଆଶ୍ବସ୍ତିକର ଖବର। ଏପ୍ରିଲରେ ପନିପରିବା ଦାମ୍‌ରେ ହ୍ରାସ କାରଣରୁ ଘରୋଇ ଥାଳି ମୂଲ୍ୟରେ ହ୍ରାସ ହୋଇଛି। ଘରୋଇ ରେଟିଂ ଏଜେନ୍ସୀ କ୍ରିସିଲର ରିପୋର୍ଟ ଅନୁଯାୟୀ, ଏପ୍ରିଲରେ ସାଧାରଣ ଭେଜ୍‌ ଥାଳିର ଖର୍ଚ୍ଚ ବାର୍ଷିକ ଆଧାରରେ ୪ ପ୍ରତିଶତ ଏବଂ ମାସିକ ଆଧାରରେ ୧ ପ୍ରତିଶତ କମ୍ ହୋଇ ୨୬.୩ ଟଙ୍କା ହୋଇଛି।

ରିପୋର୍ଟରେ କୁହାଯାଇଛି, ପନିପରିବାର ଦାମ୍‌ରେ ଦ୍ରୁତ ହ୍ରାସ କାରଣରୁ ଭେଜ୍‌ ଥାଳି ଶସ୍ତା ହୋଇଛି। ଏପ୍ରିଲରେ ଟମାଟୋ ୩୪ ପ୍ରତିଶତ, ଆଳୁ ୧୧ ପ୍ରତିଶତ ଏବଂ ପିଆଜ ୬ ପ୍ରତିଶତ ଶସ୍ତା ହୋଇଛି। ତେବେ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଉଚ୍ଚ ଆମଦାନୀ ଶୁଳ୍କ କାରଣରୁ ବନସ୍ପତି ତେଲର ଦାମରେ ୧୦ ପ୍ରତିଶତ ବୃଦ୍ଧି ଏବଂ ଏଲପିଜି ସିଲିଣ୍ଡରର ଦାମ୍‌ରେ ୬ ପ୍ରତିଶତ ବୃଦ୍ଧି ଭେଜ୍‌ ଥାଳି ଦାମ ହ୍ରାସକୁ ସୀମିତ କରିଛି।

ସେହିଭଳି ଆମିଷ ଥାଳିର ଦାମ୍‌ ବାର୍ଷିକ ଆଧାରରେ ୪ ପତିଶତ ଏବଂ ମାସିକ ଆଧାରରେ ୨ ପ୍ରତିଶତର ହ୍ରାସ ହୋଇଥିବା କୁହାଯାଇଛି। ଆଉ ଏପ୍ରିଲରେ ଏହା ୫୩.୯ ଟଙ୍କା ରହିଥିବା କୁହାଯାଇଛି। ରିପୋର୍ଟ ଅନୁସାରେ ଆମିଷ ଖାଦ୍ୟର ଦାମ୍‌ରେ ହ୍ରାସ ପନିପିରବା ଏବଂ ପୋଲ୍ଟ୍ରି ଦାମରେ ହ୍ରାସ କାରଣରୁ ହୋଇଛି।

କ୍ରିସିଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ପୁଶନ ଶର୍ମା କହିଛନ୍ତି, ଆଗାମୀ ଦିନରେ ମଜଭୁତ ଘରୋଇ ଉତ୍ପାଦନ ମଧ୍ୟରେ ଗହମ ଏବଂ ଡାଲିର ଦାମରେ ହ୍ରାସ ହେବା ନେଇ ଅନୁମାନ କରାଯାଉଛି। ବିଶ୍ବ ଯୋଗାଣ ଶୃଙ୍ଖଳାରେ ଦ୍ରୁତ ବୃଦ୍ଧି କାରଣରୁ ଖାଦ୍ୟ ତେଲର ଦାମ ଆଗାମୀ ୨-୩ ମାସରେ କମିପାରେ।