ଭାରତ ଫେରିଲେ ଆମେରିକାରେ ବେଆଇନ୍ ଭାବେ ରହୁଥିବା ଭାରତୀୟ
ନୂଆଦିଲ୍ଲୀ: ଆମେରିକାରେ ବେଆଇନ୍ ଭାବରେ ରହୁଥିବା ଭାରତୀୟଙ୍କୁ ସ୍ବଦେଶ ପଠାଇ ଦିଆଯାଇଛି । ଏନେଇ ଭାରତ ସରକାରଙ୍କ ସହାୟତା ନେଇଥିଲା ଆମେରିକା । ଏକ ସ୍ବତନ୍ତ୍ର ବିମାନରେ ସେମାନଙ୍କୁ ଆମେରିକା ସରକାର ଭାରତକୁ ପଠାଇଛନ୍ତି । ଭାରତ ସରକାରଙ୍କ ସହଯୋଗ ଲାଗି ଏହି କାର୍ଯ୍ୟ ସମ୍ଭବ ହୋଇପାରିଲା ବୋଲି ଆମେରିକାର ଗୃହ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ବିମାନ ଅକ୍ଟୋବର ୨୨ରେ ଭାରତ ପଠାଯାଇଛି ବୋଲି ଶୁକ୍ରବାର ସୂଚନା ଦେଇଛି ଆମେରିକା । ଆମେରିକୀୟ ଅଧିକାରୀଙ୍କ ଅନୁସାରେ, ଯେଉଁ ଭାରତୀୟ ନାଗରିକଙ୍କ ପାଖରେ ଆମେରିକାରେ ରହିବା ଲାଗି ଆବଶ୍ୟକୀୟ କାଗଜପତ୍ର ନଥିଲା ସେମାନଙ୍କୁ ତୁରନ୍ତ ଭାରତ ପଠାଇ ଦିଆଯିବା ଲାଗି ବ୍ୟବସ୍ଥା ହୋଇଛି । ଅବୈଧ ଭାବରେ ରହୁଥିବା ପ୍ରବାସୀଙ୍କୁ ସ୍ବଦେଶ ପଠାଇ ଦେବା ଲାଗି ଗୃହ ସୁରକ୍ଷା ବିଭାଗ ସର୍ବାଦା ତତ୍ପର ରହିଛି । ଏହି କ୍ରମରେ ୨୦୨୪ରେ ଆମେରିକା ୧,୬୦,୦୦୦ରୁ ଅଧିକ ପ୍ରବାସୀଙ୍କୁ ସ୍ବଦେଶ ଫେରାଇ ଦେଇଛି । ଭାରତ ସମେତ ୧୪୫ରୁ ଅଧିକ ଦେଶକୁ ୪୯୫ଟି ବିମାନ ମାଧ୍ୟମରେ ସେମାନଙ୍କୁ ପଠାଯାଇଛି । ଗତବର୍ଷ ମଧ୍ୟ ଆମେରିକା ବେଆଇନ୍ ଭାବରେ ରହୁଥିବା ପ୍ରବାସୀଙ୍କୁ ସ୍ବଦେଶ ଫେରାଇ ଦେଇଥିଲା । ଏହି ତାଲିକାରେ କଲମ୍ବିଆ, ଇକ୍ବେଡର, ପେରୁ, ଇଜିପ୍ଟ, ଉଜବେକିସ୍ତାନ, ଚୀନ୍ ଏବଂ ଭାରତ ଭଳି ଦେଶ ସାମିଲ ଅଛି।
ନୂଆଦିଲ୍ଲୀ: ଆମେରିକାରେ ବେଆଇନ୍ ଭାବରେ ରହୁଥିବା ଭାରତୀୟଙ୍କୁ ସ୍ବଦେଶ ପଠାଇ ଦିଆଯାଇଛି । ଏନେଇ ଭାରତ ସରକାରଙ୍କ ସହାୟତା ନେଇଥିଲା ଆମେରିକା । ଏକ ସ୍ବତନ୍ତ୍ର ବିମାନରେ ସେମାନଙ୍କୁ ଆମେରିକା ସରକାର ଭାରତକୁ ପଠାଇଛନ୍ତି । ଭାରତ ସରକାରଙ୍କ ସହଯୋଗ ଲାଗି ଏହି କାର୍ଯ୍ୟ ସମ୍ଭବ ହୋଇପାରିଲା ବୋଲି ଆମେରିକାର ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।
ତେବେ ଏହି ବିମାନ ଅକ୍ଟୋବର ୨୨ରେ ଭାରତ ପଠାଯାଇଛି ବୋଲି ଶୁକ୍ରବାର ସୂଚନା ଦେଇଛି ଆମେରିକା । ଆମେରିକୀୟ ଅଧିକାରୀଙ୍କ ଅନୁସାରେ, ଯେଉଁ ଭାରତୀୟ ନାଗରିକଙ୍କ ପାଖରେ ଆମେରିକାରେ ରହିବା ଲାଗି ଆବଶ୍ୟକୀୟ କାଗଜପତ୍ର ନଥିଲା ସେମାନଙ୍କୁ ତୁରନ୍ତ ଭାରତ ପଠାଇ ଦିଆଯିବା ଲାଗି ବ୍ୟବସ୍ଥା ହୋଇଛି ।
ଅବୈଧ ଭାବରେ ରହୁଥିବା ପ୍ରବାସୀଙ୍କୁ ସ୍ବଦେଶ ପଠାଇ ଦେବା ଲାଗି ଗୃହ ସୁରକ୍ଷା ବିଭାଗ ସର୍ବାଦା ତତ୍ପର ରହିଛି । ଏହି କ୍ରମରେ ୨୦୨୪ରେ ଆମେରିକା ୧,୬୦,୦୦୦ରୁ ଅଧିକ ପ୍ରବାସୀଙ୍କୁ ସ୍ବଦେଶ ଫେରାଇ ଦେଇଛି ।
ଭାରତ ସମେତ ୧୪୫ରୁ ଅଧିକ ଦେଶକୁ ୪୯୫ଟି ବିମାନ ମାଧ୍ୟମରେ ସେମାନଙ୍କୁ ପଠାଯାଇଛି । ଗତବର୍ଷ ମଧ୍ୟ ଆମେରିକା ବେଆଇନ୍ ଭାବରେ ରହୁଥିବା ପ୍ରବାସୀଙ୍କୁ ସ୍ବଦେଶ ଫେରାଇ ଦେଇଥିଲା । ଏହି ତାଲିକାରେ କଲମ୍ବିଆ, ଇକ୍ବେଡର, ପେରୁ, ଇଜିପ୍ଟ, ଉଜବେକିସ୍ତାନ, ଚୀନ୍ ଏବଂ ଭାରତ ଭଳି ଦେଶ ସାମିଲ ଅଛି।