ଭାରତ ଫେରିଲେ ନତାଶା, ସେୟାର କଲେ ଇନଷ୍ଟା ପୋଷ୍ଟ
ମୁମ୍ଵାଇ ୦୨।୦୯: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ । ଛାଡପତ୍ର ପରେ ସେ ସର୍ବିଆ ଚାଲିଯାଇଥିଲେ । ବର୍ତ୍ତମାନ ଅଭିନେତ୍ରୀ ଭାରତ ଫେରିଛନ୍ତି। ନତାଶା ନିଜେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖବର ସେୟାର କରିଛନ୍ତି। ଏହି ପୋଷ୍ଟରେ ଅଭିନେତ୍ରୀ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ କ୍ୟାପସନରେ ସେ ଲେଖିଛନ୍ତି ହେଲୋ ମୁମ୍ବାଇ।ସୂଚନାଯୋଗ୍ୟ ଯେ ପ୍ରଶଂସକମାନେ ନତାଶାଙ୍କ ଏହି ପୋଷ୍ଟ ଦେଖିବା ମାତ୍ରେ ସମସ୍ତଙ୍କ ହୃଦସ୍ପନ୍ଦନ ବଢିଯାଇଥିଲା । ଅଭିନେତ୍ରୀଙ୍କ ହଠାତ୍ ମୁମ୍ବାଇରେ ପହଞ୍ଚିବାର କାରଣ କଣ ? ବର୍ତ୍ତମାନ ଏବିଷୟରେ କିଛି କହିବା କଷ୍ଟକର। ତେବେ ଗୋଟିଏ ପଟେ ନତାଶାଙ୍କ କମ୍ବ୍ୟାକ୍ ଲୋକମାନେ ମଧ୍ୟ ଖୁସି ଅଛନ୍ତି ତ ଆଉ କିଛି ଜଣ ଦ୍ଵନ୍ଦରେ ଅଛନ୍ତି।ଅଭିନେତ୍ରୀ ଭାରତ ଫେରିଛନ୍ତିକେବଳ ଏତିକି ନୁହେଁ, ଏହା ପୂର୍ବରୁ ନତାଶା ଅନ୍ୟ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ଅଭିନେତ୍ରୀ ବିମାନରେ ବସିଥିବା ଏକ ଫଟୋ ସେୟାର କରିଥିଲେ। ଏଥିସହ ସେ ଏହାର କ୍ୟାପସନରେ ଏକ ହାର୍ଟ ଇମୋଜି ଦେଇଥିଲେ। ନତାଶାଙ୍କ ଏହି ପୋଷ୍ଟ ଦେଖି ଅଭିନେତ୍ରୀ କୁଆଡେ ଯାଉଛନ୍ତି ଲୋକଙ୍କ ମନରେ ପ୍ରଶ୍ନ ଉଠିଥିଲା। ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ନତାଶାଙ୍କ ଏହି ପୋଷ୍ଟ ଭାରତ ଆସିବା ପାଇଁ ଥିଲା।ଅଗସ୍ତ୍ୟ ନଜର ଆସିଲେ ନାହିଁତାଙ୍କ ପୁଅ ଅଗସ୍ତ୍ୟଙ୍କୁ ନତାଶାଙ୍କ ପୋଷ୍ଟରେ ଦେଖିବାକ
ମୁମ୍ଵାଇ ୦୨।୦୯: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ । ଛାଡପତ୍ର ପରେ ସେ ସର୍ବିଆ ଚାଲିଯାଇଥିଲେ । ବର୍ତ୍ତମାନ ଅଭିନେତ୍ରୀ ଭାରତ ଫେରିଛନ୍ତି। ନତାଶା ନିଜେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖବର ସେୟାର କରିଛନ୍ତି। ଏହି ପୋଷ୍ଟରେ ଅଭିନେତ୍ରୀ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ କ୍ୟାପସନରେ ସେ ଲେଖିଛନ୍ତି ହେଲୋ ମୁମ୍ବାଇ।
ସୂଚନାଯୋଗ୍ୟ ଯେ ପ୍ରଶଂସକମାନେ ନତାଶାଙ୍କ ଏହି ପୋଷ୍ଟ ଦେଖିବା ମାତ୍ରେ ସମସ୍ତଙ୍କ ହୃଦସ୍ପନ୍ଦନ ବଢିଯାଇଥିଲା । ଅଭିନେତ୍ରୀଙ୍କ ହଠାତ୍ ମୁମ୍ବାଇରେ ପହଞ୍ଚିବାର କାରଣ କଣ ? ବର୍ତ୍ତମାନ ଏବିଷୟରେ କିଛି କହିବା କଷ୍ଟକର। ତେବେ ଗୋଟିଏ ପଟେ ନତାଶାଙ୍କ କମ୍ବ୍ୟାକ୍ ଲୋକମାନେ ମଧ୍ୟ ଖୁସି ଅଛନ୍ତି ତ ଆଉ କିଛି ଜଣ ଦ୍ଵନ୍ଦରେ ଅଛନ୍ତି।

ଅଭିନେତ୍ରୀ ଭାରତ ଫେରିଛନ୍ତି
କେବଳ ଏତିକି ନୁହେଁ, ଏହା ପୂର୍ବରୁ ନତାଶା ଅନ୍ୟ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ଅଭିନେତ୍ରୀ ବିମାନରେ ବସିଥିବା ଏକ ଫଟୋ ସେୟାର କରିଥିଲେ। ଏଥିସହ ସେ ଏହାର କ୍ୟାପସନରେ ଏକ ହାର୍ଟ ଇମୋଜି ଦେଇଥିଲେ। ନତାଶାଙ୍କ ଏହି ପୋଷ୍ଟ ଦେଖି ଅଭିନେତ୍ରୀ କୁଆଡେ ଯାଉଛନ୍ତି ଲୋକଙ୍କ ମନରେ ପ୍ରଶ୍ନ ଉଠିଥିଲା। ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ନତାଶାଙ୍କ ଏହି ପୋଷ୍ଟ ଭାରତ ଆସିବା ପାଇଁ ଥିଲା।

ଅଗସ୍ତ୍ୟ ନଜର ଆସିଲେ ନାହିଁ
ତାଙ୍କ ପୁଅ ଅଗସ୍ତ୍ୟଙ୍କୁ ନତାଶାଙ୍କ ପୋଷ୍ଟରେ ଦେଖିବାକୁ ମିଳିଲେ ନାହିଁ । ବର୍ତ୍ତମାନ ଅଭିନେତ୍ରୀ ଅଗସ୍ତ୍ୟଙ୍କୁ ଆଣିଛନ୍ତି କି ନାହିଁ ତାହା କହିବା କଷ୍ଟକର। ତେବେ ନତାଶା ଭାରତକୁ ଫେରିବା ପରେ ହାର୍ଦ୍ଦିକଙ୍କ ପ୍ରତିକ୍ରିୟା କ’ଣ ହେବ? ଏହା ଦେଖିବାକୁ ବାକି ରହିଛି।