ଭାରତ ଫେରିଲେ ଭିନେଶ, ବିମାନବନ୍ଦରରେ ହେଲା ଭବ୍ୟ ସ୍ବାଗତ, ଇମୋଶନାଲ ହୋଇଗଲେ ରେସଲର, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୭।୮: ଭାରତୀୟ ରେସଲର ଭିନେଶ ଫୋଗଟ ପ୍ୟାରିସରୁ ଭାରତ ଫେରିଛନ୍ତି। ତାଙ୍କୁ ଶନିବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯେଉଁଠାରେ ଭାରତର ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ମଧ୍ୟ ଉପସ୍ଥିତ ଥିଲେ। ବିମାନବନ୍ଦରରେ ଧୂମଧାମରେ ଭିନେଶଙ୍କୁ ସ୍ବାଗତ କରାଯାଇଛି। ବିମାନବନ୍ଦରରୁ ବାହାରିବା ପରେ ବଜରଙ୍ଗ ପୁନିଆ ଏବଂ ସାକ୍ଷି ମଲିକ ତାଙ୍କ ସହ କଥା ହୋଇ ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ଭିନେଶଙ୍କୁ ହୁଏତ ରୌପ୍ୟ […] The post ଭାରତ ଫେରିଲେ ଭିନେଶ, ବିମାନବନ୍ଦରରେ ହେଲା ଭବ୍ୟ ସ୍ବାଗତ, ଇମୋଶନାଲ ହୋଇଗଲେ ରେସଲର, ଦେଖନ୍ତୁ ଭିଡିଓ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୮: ଭାରତୀୟ ରେସଲର ଭିନେଶ ଫୋଗଟ ପ୍ୟାରିସରୁ ଭାରତ ଫେରିଛନ୍ତି। ତାଙ୍କୁ ଶନିବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯେଉଁଠାରେ ଭାରତର ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ମଧ୍ୟ ଉପସ୍ଥିତ ଥିଲେ। ବିମାନବନ୍ଦରରେ ଧୂମଧାମରେ ଭିନେଶଙ୍କୁ ସ୍ବାଗତ କରାଯାଇଛି।
ବିମାନବନ୍ଦରରୁ ବାହାରିବା ପରେ ବଜରଙ୍ଗ ପୁନିଆ ଏବଂ ସାକ୍ଷି ମଲିକ ତାଙ୍କ ସହ କଥା ହୋଇ ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ଭିନେଶଙ୍କୁ ହୁଏତ ରୌପ୍ୟ କିମ୍ବା ସ୍ବର୍ଣ୍ଣ ପଦକ ମିଳିନଥିଲା, କିନ୍ତୁ CASରେ ଶୁଣାଣି ସମୟରେ ସମଗ୍ର ଦେଶ ତାଙ୍କ ସହ ଛିଡା ହୋଇଥିଲା। ବର୍ତ୍ତମାନ ସ୍ବର୍ଣ୍ଣ ପଦକ ବିଜେତାଙ୍କ ପରି ଭିନେଶଙ୍କୁ ବିମାନବନ୍ଦରରେ ସ୍ବାଗତ କରାଯାଇଛି।
#WATCH भारतीय पहलवान विनेश फोगट का दिल्ली के आईजीआई एयरपोर्ट पर स्वागत किया गया।
वे ओलंपिक 2024 पेरिस में भाग लेने के बाद पेरिस से यहां पहुंचीं।#Olympics2024Paris pic.twitter.com/btqBLC7pax
— ANI_HindiNews (@AHindinews) August 17, 2024
ଯେତେବେଳେ ଭିନେଶ ବିମାନବନ୍ଦରରେ ପହଞ୍ଚିଲେ, ସେତେବେଳେ ସେ ଦେଶବାସୀଙ୍କ ପ୍ରେମ ପାଇବା ପରେ ଭାବପ୍ରବଣ ହୋଇଯାଇଥିଲେ। ଭିିନେଶ ସମଗ୍ର ଭାରତ ପାଇଁ ପ୍ରେରଣା ପାଲଟିଛନ୍ତି। ସେ ପ୍ରଥମ ଭାରତୀୟ ମହିଳା ରେସଲର ହୋଇ ଅଲିମ୍ପିକ୍ସରେ ଏକ କୁସ୍ତି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। ଦୁର୍ଭାଗ୍ୟବଶତଃ, ଫାଇନାଲ ମ୍ୟାଚ ପୂର୍ବରୁ ତାଙ୍କ ଓଜନ ନିର୍ଦ୍ଧାରିତ ମାନଠାରୁ ୧୦୦୦ଗ୍ରାମ ଅଧିକ ହେତୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।
The post ଭାରତ ଫେରିଲେ ଭିନେଶ, ବିମାନବନ୍ଦରରେ ହେଲା ଭବ୍ୟ ସ୍ବାଗତ, ଇମୋଶନାଲ ହୋଇଗଲେ ରେସଲର, ଦେଖନ୍ତୁ ଭିଡିଓ appeared first on Dharitri Odia News.