ଭାରତ ଫେରିଲେ ମମତା କୁଲକର୍ଣ୍ଣି, କିନ୍ନର ଆଖାଡାରେ ହେବେ ମହାମଣ୍ଡଳେଶ୍ବର

ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି କିନ୍ନର ଆଖଡାରେ ପହଞ୍ଚିଛନ୍ତି । ଆଜି ଅର୍ଥାତ ୨୪ ଜାନୁୟାରୀ ମାସ ସନ୍ଧ୍ୟା ସମୟରେ ମମତା ସଙ୍ଗମରେ ନିଜର ପିଣ୍ଡଦାନ କରିଥିଲେ । ଏହାପରେ ସେ କିନ୍ନର ଆଖଡାରେ ତାଙ୍କର ମହାଭିଷେକ ହୋଇଥିଲା ।  ମମତା କିନ୍ନର ଆଖଡାରେ ଆଚାର୍ଯ ମହା ମଣ୍ଡଳେଶ୍ବର ସ୍ବାମୀ ଡା. ଲଷ୍ମୀ ନାରାୟଣ ତ୍ରିପାଠୀ ମହାରାଜଙ୍କ ସହ ସ୍ବାମୀ ଜୟ ଅଭାନନ୍ଦ ଗିରିଙ୍କୁ ଭେଟିଥିଲେ । କିନ୍ନର ଆଖଡାର ମହା ମଣ୍ଡଳେଶ୍ବର ଲକ୍ଷ୍ମୀ ତ୍ରିପାଠୀ ମମତା […] The post ଭାରତ ଫେରିଲେ ମମତା କୁଲକର୍ଣ୍ଣି, କିନ୍ନର ଆଖାଡାରେ ହେବେ ମହାମଣ୍ଡଳେଶ୍ବର appeared first on KNews Odisha.

ଭାରତ ଫେରିଲେ ମମତା କୁଲକର୍ଣ୍ଣି, କିନ୍ନର ଆଖାଡାରେ ହେବେ ମହାମଣ୍ଡଳେଶ୍ବର
mamta kulkarni

ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି କିନ୍ନର ଆଖଡାରେ ପହଞ୍ଚିଛନ୍ତି । ଆଜି ଅର୍ଥାତ ୨୪ ଜାନୁୟାରୀ ମାସ ସନ୍ଧ୍ୟା ସମୟରେ ମମତା ସଙ୍ଗମରେ ନିଜର ପିଣ୍ଡଦାନ କରିଥିଲେ । ଏହାପରେ ସେ କିନ୍ନର ଆଖଡାରେ ତାଙ୍କର ମହାଭିଷେକ ହୋଇଥିଲା ।  ମମତା କିନ୍ନର ଆଖଡାରେ ଆଚାର୍ଯ ମହା ମଣ୍ଡଳେଶ୍ବର ସ୍ବାମୀ ଡା. ଲଷ୍ମୀ ନାରାୟଣ ତ୍ରିପାଠୀ ମହାରାଜଙ୍କ ସହ ସ୍ବାମୀ ଜୟ ଅଭାନନ୍ଦ ଗିରିଙ୍କୁ ଭେଟିଥିଲେ ।

କିନ୍ନର ଆଖଡାର ମହା ମଣ୍ଡଳେଶ୍ବର ଲକ୍ଷ୍ମୀ ତ୍ରିପାଠୀ ମମତା କୁଲକର୍ଣ୍ଣିଙ୍କ ସହ କଥା ହୋଇଥିଲେ । ସେ କହିଥିଲେ ବିଗତ ୨ ବର୍ଷରୁ ମମତା ଆମ ସହ ଯୋଗାଯୋଗରେ ଅଛନ୍ତି । ସେ ସନାତନରେ ମିଶିବାକୁ ଚାହାନ୍ତି । ସେ ପ୍ରଥମେ ଜୁନା ଆଖଡାର ଶିଷ୍ୟ ଥିଲେ । ତାପରେ ସେ ଆମ ସହ ଜଡିତ ଥିଲେ । ଏହାପରେ ସେ ପଦ ମାଗିଥିଲେ । ସେ କହିଥିଲେ ସେ ମହା ମଣ୍ଡଳେଶ୍ବର ହେବାକୁ ଚାହାନ୍ତି । ମମତା ସଙ୍ଗମରେ ପିଣ୍ଡଦାନ କରିବେ। ସନ୍ଧ୍ୟା ୬ଟାରେ କିନ୍ନର ଆଖାଡ଼ାରେ ତାଙ୍କର ପଟ୍ଟାଭିଷେକ ହେବ।

ସଙ୍ଗମରେ ମମତା ପିଣ୍ଡଦାନ କରିଥିଲେ । ତାଙ୍କ ହାତରେ ଏକ ଫୁଲରେ ସଜା ହୋଇଥିବା ଥାଳିରେ ଦୀପଟିଏ ରହିଥିଲା । ଏହାପରେ ସେ ଏହି ଥାଳିଟିକୁ ଗଙ୍ଗାରେ ଭସାଇ ଦେଇଥିଲେ । ଏହାପରେ ଅଭିନେତ୍ରୀ ପବିତ୍ର ଜଳରେ ବୁଡ ଲଗାଇଥିଲେ । ମିଡିଆରେ ସେ ନିଜ ମତ ସେୟାର କରି କହିଥିଲେ ମହାଦେବ, ମା କାଳୀ ଏବଂ ମୋର ଗୁରୁଙ୍କ ଏହା ଆଦେଶ ରହିଥିଲା । ଏସମସ୍ତ ସେ ସ୍ଥିର କରିଥିଲେ । ଆଜିର ଦିନ ସେ ନିର୍ଦ୍ଧାରିତ କରିଥିଲେ ଏହା କହିବା ସହ ସେ କହିଥିଲେ ମୁଁ କିଛି କରିନାହିଁ । ସବୁ ସେ କରିଛନ୍ତି ।

ମମତାଙ୍କ ନୁଆ ନାମ ଦିଆଯାଇଛି । ତାଙ୍କ ନାମ ୟାମିନି ମମତା ନନ୍ଦ ଗିରି ଘୋଷଣା କରାଯାଇଛି । ମମତାଙ୍କ ଚୁଟି କଟାଯିବ ଏହାପରେ ପିଣ୍ଡଦାନ ହେବ । ଯେମିତି କିନ୍ନର ଆଖଡାର ନିୟମ ରହିଛି ସେହିଭଳି ସମସ୍ତ ନୀତି କରାଯିବ । ଅଭିନେତ୍ରୀ ମମତା କୁଲକର୍ଣ୍ଣି ଦୀର୍ଘ ଦୀର୍ଘ ୨୫ବର୍ଷ ପରେ ଭାରତ ଫେରି ଆସିବା ଖବର ପାଇବା ପରେ ତାଙ୍କ ଫ୍ୟାନ୍ସମାନେ ଖୁବ ଖୁସି ହୋଇଯାଇଥିଲେ। ୨୦୨୪ ଡିସେମ୍ବରରେ ମମତା କୁଲକର୍ଣ୍ଣିଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀଙ୍କୁ ଦୀର୍ଘବର୍ଷ ପରେ ଦେଖି ତାଙ୍କ ଫ୍ୟାନ୍ସମାନେ ଆଶାବାନ୍ଧି ଦେଇଥିଲେ କି ଆଗାମୀ ବିଗବସ ୧୮ରେ ପ୍ରବେଶ ପାଇଁ ବୋଧ ହୁଏ କୁଲକର୍ଣ୍ଣିଂ ଭାରତ ଫେରିଛନ୍ତି ।

Also read:ବମ୍ବେ ହାଇକୋର୍ଟର ବଡ଼ ନିଷ୍ପତ୍ତି, ଡ୍ରଗ୍ସ ମାମଲାରେ ମମତା କୁଲକର୍ଣ୍ଣି ହେଲେ ନିର୍ଦ୍ଦୋଷରେ ଖଲାସ

 

 

The post ଭାରତ ଫେରିଲେ ମମତା କୁଲକର୍ଣ୍ଣି, କିନ୍ନର ଆଖାଡାରେ ହେବେ ମହାମଣ୍ଡଳେଶ୍ବର appeared first on KNews Odisha.