ଭାରତ ବନ୍ଦର ମହାପ୍ରଭାବ: ରାସ୍ତାଘାଟ ଶୂନଶାନ, ଦୋକାନବଜାର ବନ୍ଦ

କର୍ଲାମୁଣ୍ଡା :୨୦/୮(ପ୍ରଦୀପ କୁମାର ସାହୁ): ଏସ.ସି ଓ ଏସ.ଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଏସଟି/ଏସସି କର୍ଲାମୁଣ୍ଡା ବ୍ଲକ ଅଧିକାର ସୁରକ୍ଷା ମହାସଂଘ ବିରୋଧ କରିଛି। ଏହି ପରିପ୍ରେକ୍ଷୀରେ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି। ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ବିଶେଷ ଭାବେ ଗଜବାହାଲ ଛକ, ପୁଟୀଗା ଛକ, ତେରେସିଙ୍ଗ ଛକ, ଦେଓଗାଁ […] The post ଭାରତ ବନ୍ଦର ମହାପ୍ରଭାବ: ରାସ୍ତାଘାଟ ଶୂନଶାନ, ଦୋକାନବଜାର ବନ୍ଦ appeared first on Dharitri Odia News.

ଭାରତ ବନ୍ଦର ମହାପ୍ରଭାବ: ରାସ୍ତାଘାଟ ଶୂନଶାନ, ଦୋକାନବଜାର ବନ୍ଦ

କର୍ଲାମୁଣ୍ଡା :୨୦/୮(ପ୍ରଦୀପ କୁମାର ସାହୁ): ଏସ.ସି ଓ ଏସ.ଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଏସଟି/ଏସସି କର୍ଲାମୁଣ୍ଡା ବ୍ଲକ ଅଧିକାର ସୁରକ୍ଷା ମହାସଂଘ ବିରୋଧ କରିଛି। ଏହି ପରିପ୍ରେକ୍ଷୀରେ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି। ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ବିଶେଷ ଭାବେ ଗଜବାହାଲ ଛକ, ପୁଟୀଗା ଛକ, ତେରେସିଙ୍ଗ ଛକ, ଦେଓଗାଁ ଛକ ,ରିଷିଡା କଲେଜ ଛକ ଓ ବ୍ଲକ ସଦର ସମସ୍ତ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଜଣାପଡିଛି। ଏସଟି/ଏସସି କର୍ଲାମୁଣ୍ଡା ବ୍ଲକ ଅଧିକାର ସୁରକ୍ଷା ମହାସଂଘ ର କର୍ମକର୍ତ୍ତା ମାନେ ସମସ୍ତ ଛକ ମାନଙ୍କରେ ରହି ଗାଡି ମୋଟର ଯାତାୟାତ କୁ ବିରୋଧ କରିଛନ୍ତି।

The post ଭାରତ ବନ୍ଦର ମହାପ୍ରଭାବ: ରାସ୍ତାଘାଟ ଶୂନଶାନ, ଦୋକାନବଜାର ବନ୍ଦ appeared first on Dharitri Odia News.