ଭାରତ-ବାଂଲାଦେଶ ଟି-୨୦ ସିରିଜ୍‌, ରବିବାର ଖେଳାଯିବ ପ୍ରଥମ ମ୍ୟାଚ୍‌

ଗ୍ୱାଲିୟର ୦୬।୧୦ : ଭାରତ ଗସ୍ତରେ ବାଂଲାଦେଶ କ୍ରିକେଟ୍‌ ଟିମ୍‌ । ପ୍ରଥମ ଖେଳାଯାଇଥିଲା ଟେଷ୍ଟ ସିରିଜ୍‌ । ଯେଉଁଥିରେ ୨-୦ରେ ବାଜି ମାରିଛି ଟିମ୍‌ ଇଣ୍ଡିଆ । ଆଉ ଏବେ ଟି-୨୦ର ସମୟ । ରବିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ବାଂଲାଦେଶ ଟି-୨୦ ସିରିଜ୍‌ । ଯାହାର ପ୍ରଥମ ମ୍ୟାଚ୍‌ ରାତି ୭ଟାରେ ଗ୍ୱାଲିୟର ସ୍ଥିତ ମାଧବ ରାଓ ସିନ୍ଧିଆ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ । ଟେଷ୍ଟ ସିରିଜ୍‌ ବିଜୟ ପରେ ଟିମ୍‌ ଇଣ୍ଡିଆର ମନୋବଳ ବେଶ୍‌ ଦୃଢ ରହିଛି । ତଥାପରି କଡା ଟକ୍କର ଦେବାକୁ ପ୍ରସ୍ତୁତ ବାଂଲାଦେଶ ଟିମ୍‌ । ଅବଶ୍ୟ ଟିମ୍‌ ଇଣ୍ଡିଆର ଟି-୨୦ ସ୍କ୍ୱାର୍ଡରେ ଅଧିକାଂଶ ଯୁବ ଖେଳାଳି ଅଛନ୍ତି । ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜାଙ୍କ ଅବସର ଘୋଷଣା ପରେ ଏବେ ଯୁବ ବାହିନୀ ଟି-୨୦ ସିରିଜ୍‌ ଖେଳୁଛନ୍ତି । ଆଜିକା ସମୟରେ ଟିମ୍‌ ଇଣ୍ଡିଆ ସ୍କ୍ୱାର୍ଡରେ ଅଭିଜ୍ଞ କହିବାକୁ ଗଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ପରି ଖେଳାଳି ରହିଛି । ବାକି ସଞ୍ଜୁ ସାମସନ, ରିଙ୍କୁ ସିଂହଙ୍କ ଭଳି ଆଉ କିଛି ପରିଚିତ ନାମ ଦଳରେ ରହିଛି । ଶିବମ ଦୁବେ  ଏହି ଦଳରେ ସ୍ଥାନ ପାଇଥିଲେ । ମାତ୍ର ସେ ଆହତ ହୋଇ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ବାମହାତି ବ୍ୟାଟର ତିଳକ ବର୍ମାଙ୍କୁ  ଡାକରା ମିଳିଛି ।ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା,

ଭାରତ-ବାଂଲାଦେଶ ଟି-୨୦ ସିରିଜ୍‌, ରବିବାର ଖେଳାଯିବ ପ୍ରଥମ ମ୍ୟାଚ୍‌

ଗ୍ୱାଲିୟର ୦୬।୧୦ : ଭାରତ ଗସ୍ତରେ ବାଂଲାଦେଶ କ୍ରିକେଟ୍‌ ଟିମ୍‌ । ପ୍ରଥମ ଖେଳାଯାଇଥିଲା ଟେଷ୍ଟ ସିରିଜ୍‌ । ଯେଉଁଥିରେ ୨-୦ରେ ବାଜି ମାରିଛି ଟିମ୍‌ ଇଣ୍ଡିଆ । ଆଉ ଏବେ ଟି-୨୦ର ସମୟ । ରବିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ବାଂଲାଦେଶ ଟି-୨୦ ସିରିଜ୍‌ । ଯାହାର ପ୍ରଥମ ମ୍ୟାଚ୍‌ ରାତି ୭ଟାରେ ଗ୍ୱାଲିୟର ସ୍ଥିତ ମାଧବ ରାଓ ସିନ୍ଧିଆ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ । 

ଟେଷ୍ଟ ସିରିଜ୍‌ ବିଜୟ ପରେ ଟିମ୍‌ ଇଣ୍ଡିଆର ମନୋବଳ ବେଶ୍‌ ଦୃଢ ରହିଛି । ତଥାପରି କଡା ଟକ୍କର ଦେବାକୁ ପ୍ରସ୍ତୁତ ବାଂଲାଦେଶ ଟିମ୍‌ । ଅବଶ୍ୟ ଟିମ୍‌ ଇଣ୍ଡିଆର ଟି-୨୦ ସ୍କ୍ୱାର୍ଡରେ ଅଧିକାଂଶ ଯୁବ ଖେଳାଳି ଅଛନ୍ତି । ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜାଙ୍କ ଅବସର ଘୋଷଣା ପରେ ଏବେ ଯୁବ ବାହିନୀ ଟି-୨୦ ସିରିଜ୍‌ ଖେଳୁଛନ୍ତି । ଆଜିକା ସମୟରେ ଟିମ୍‌ ଇଣ୍ଡିଆ ସ୍କ୍ୱାର୍ଡରେ ଅଭିଜ୍ଞ କହିବାକୁ ଗଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ପରି ଖେଳାଳି ରହିଛି । ବାକି ସଞ୍ଜୁ ସାମସନ, ରିଙ୍କୁ ସିଂହଙ୍କ ଭଳି ଆଉ କିଛି ପରିଚିତ ନାମ ଦଳରେ ରହିଛି । ଶିବମ ଦୁବେ  ଏହି ଦଳରେ ସ୍ଥାନ ପାଇଥିଲେ । ମାତ୍ର ସେ ଆହତ ହୋଇ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ବାମହାତି ବ୍ୟାଟର ତିଳକ ବର୍ମାଙ୍କୁ  ଡାକରା ମିଳିଛି ।

ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନିତିଶ କୁମାର ରେଡ୍ଡୀ, ତିଳକ ବର୍ମା, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ଅର୍ଶଦୀପ ସିଂହ, ହର୍ଷିତ ରାଣା, ମୟଙ୍କ ଯାଦବ ।    

ବାଂଲାଦେଶ ଦଳ: ନଜମୁଲ ହୁସେନ ଶାନ୍ତୋ (ଅଧିନାୟକ), ତନଜିଦ ହାସାନ, ପରଭେଜ ହୁସେନ ଇମୋନ, ତୌହିଦ  ହୃଦୟ, ମହମୁଦୁଲ୍ଲା, ଲିଟନ ଦାସ, ଜାକିର ଅଲି, ମେହଦି ହାସାନ ମିରାଜ, ମେହଦି ହାସାନ, ରିଶଦ ହୁସେନ, ମୁସ୍ତାଫିଜୁର ରେହମାନ, ଟସ୍କିନ  ଅହମ୍ମଦ, ଶରିଫୁଲ ଇସଲାମ, ତନଜିମ ହାସାନ ସାକିବ, ରକିବୁଲ ହସନ ।