ଭାରତ-ବାଂଲାଦେଶ ୨ୟ ଟି-୨୦ ମ୍ୟାଚ୍, ସିରିଜ୍ ବିଜୟ ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
ନୂଆଦିଲ୍ଲୀ ୦୯।୧୦ : ଭାରତ-ବାଂଲାଦେଶ ଟି-୨୦ ସିରିଜ୍ । ଦିଲ୍ଲୀର କୋଟ୍ଲା ଗ୍ରାଉଣ୍ଡରେ ବୁଧବାର ଦିନ ଖେଳାଯିବ ସିରିଜ୍ର ୨ୟ ମ୍ୟାଚ୍ । ପୂର୍ବରୁ ପ୍ରଥମ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରି ବାଂଲାଦେଶକୁ ପରାସ୍ତ କରିସାରିଛି ଭାରତ । ଆଉ ଏବେ ୩ ଟିକିଆ ସିରିଜ୍ର ୨ୟ ମ୍ୟାଚ୍ ଜିତି ସିରିଜ୍ କବ୍ଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ବୁଧବାର ରାତି ୭ଟା ସମୟରେ ଖେଳାଯିବ ୨ୟ ଟି-୨୦ ମ୍ୟାଚ୍ । ପ୍ରଥମ ମ୍ୟାଚ୍ରେ ଅଭିଜ୍ଞ ବାଂଲାଦେଶକୁ ୧୨୮ ରନ୍ ମଧ୍ୟରେ ସୀମିତ ରଖିବା ସହ ଭାରତ ମାତ୍ର ୧୨ ଓଭର ମଧ୍ୟରେ ବିଜୟ ହାସଲ କରିଥିଲା । ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାଙ୍କ ଭଳି ଖେଳାଳି ନଥିଲେ ମଧ୍ୟ ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ସବୁ ବିଭାଗରେ ଆଧିପତ୍ୟ ଜାହିର କରିଥିଲା । ବୁଧବାର ମଧ୍ୟ ଦଳର ରାଜୁତି ଦେଖିବାକୁ ମିଳିବ । ତେବେ ଭାରତକୁ ହରାଇବାକୁ ହେଲେ ପ୍ରଥମେ ବାଂଲାଦେଶକୁ ବ୍ୟାଟିଂରେ ଉନ୍ନତି ଆଣିବାକୁ ହେବ। ସୀମିତ ଓଭର ଫର୍ମାଟ୍ରେ ଉନ୍ନତ ପ୍ରଦର୍ଶନ କରୁଥିବା ଲିଟନ ଦାସ, ନଜମୁଲ ହୋସେନ ଶାନ୍ତୋ ଓ ମହମୁଦୁଲ୍ଲାଙ୍କ ବ୍ୟାଟ୍ରୁ ବଡ ଇନିଂସ ଆଶା କରାଯାଇପାରେ । ବାଂଲାଦେଶର ସ୍ପିନ ବୋଲିଂ ବିଭାଗ ସୁଦୃଢ ରହିଥିଲେ ହେଁ ଭାରତର ବିସ୍ଫୋରକ ବ୍ୟାଟରଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ପୂର୍ବ ଭଳି ମଧ୍ୟ ଭାରତୀୟ ବ୍ୟାଟରଙ୍କ ଉପରେ ଦର୍ଶକ
ନୂଆଦିଲ୍ଲୀ ୦୯।୧୦ : ଭାରତ-ବାଂଲାଦେଶ ଟି-୨୦ ସିରିଜ୍ । ଦିଲ୍ଲୀର କୋଟ୍ଲା ଗ୍ରାଉଣ୍ଡରେ ବୁଧବାର ଦିନ ଖେଳାଯିବ ସିରିଜ୍ର ୨ୟ ମ୍ୟାଚ୍ । ପୂର୍ବରୁ ପ୍ରଥମ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରି ବାଂଲାଦେଶକୁ ପରାସ୍ତ କରିସାରିଛି ଭାରତ । ଆଉ ଏବେ ୩ ଟିକିଆ ସିରିଜ୍ର ୨ୟ ମ୍ୟାଚ୍ ଜିତି ସିରିଜ୍ କବ୍ଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ବୁଧବାର ରାତି ୭ଟା ସମୟରେ ଖେଳାଯିବ ୨ୟ ଟି-୨୦ ମ୍ୟାଚ୍ ।
ପ୍ରଥମ ମ୍ୟାଚ୍ରେ ଅଭିଜ୍ଞ ବାଂଲାଦେଶକୁ ୧୨୮ ରନ୍ ମଧ୍ୟରେ ସୀମିତ ରଖିବା ସହ ଭାରତ ମାତ୍ର ୧୨ ଓଭର ମଧ୍ୟରେ ବିଜୟ ହାସଲ କରିଥିଲା । ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାଙ୍କ ଭଳି ଖେଳାଳି ନଥିଲେ ମଧ୍ୟ ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ସବୁ ବିଭାଗରେ ଆଧିପତ୍ୟ ଜାହିର କରିଥିଲା । ବୁଧବାର ମଧ୍ୟ ଦଳର ରାଜୁତି ଦେଖିବାକୁ ମିଳିବ ।
ତେବେ ଭାରତକୁ ହରାଇବାକୁ ହେଲେ ପ୍ରଥମେ ବାଂଲାଦେଶକୁ ବ୍ୟାଟିଂରେ ଉନ୍ନତି ଆଣିବାକୁ ହେବ। ସୀମିତ ଓଭର ଫର୍ମାଟ୍ରେ ଉନ୍ନତ ପ୍ରଦର୍ଶନ କରୁଥିବା ଲିଟନ ଦାସ, ନଜମୁଲ ହୋସେନ ଶାନ୍ତୋ ଓ ମହମୁଦୁଲ୍ଲାଙ୍କ ବ୍ୟାଟ୍ରୁ ବଡ ଇନିଂସ ଆଶା କରାଯାଇପାରେ । ବାଂଲାଦେଶର ସ୍ପିନ ବୋଲିଂ ବିଭାଗ ସୁଦୃଢ ରହିଥିଲେ ହେଁ ଭାରତର ବିସ୍ଫୋରକ ବ୍ୟାଟରଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ପୂର୍ବ ଭଳି ମଧ୍ୟ ଭାରତୀୟ ବ୍ୟାଟରଙ୍କ ଉପରେ ଦର୍ଶକଙ୍କ ନଜର ରହିବ। ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିବେ। ପ୍ରଥମ ମ୍ୟାଚ୍ରେ ପାଣ୍ଡ୍ୟା ୧୬ଟି ବଲ୍ରୁ ଅପରାଜିତ ୩୯ ରନ୍ କରି ଦଳକୁ ବିଜୟୀ କରାଇଥିଲେ । ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ ବ୍ୟାଟ୍ରୁ ମଧ୍ୟ ଦର୍ଶକ ବିସ୍ଫୋରକ ଇନିଂସ ଦେଖିବାକୁ ଆଶା ବାନ୍ଧିଛନ୍ତି।
ବୁଧବାର ଭାରତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ମାତ୍ର ସବୁ ଖେଳାଳିଙ୍କୁ ସୁଯୋଗ ଦେବାର ଯୋଜନା ରହିଥିଲେ ମୟଙ୍କ ଯାଦବ ଓ ନିତିଶ କୁମାର ରେଡ୍ଡୀଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ମିଳିପାରେ। ଫାଷ୍ଟ ବୋଲର ମୟଙ୍କ ଫିଟ୍ ହେବା ପରଠୁ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍ ଖେଳିନଥିଲେ। ଫିଟ୍ ଘୋଷିତ ହେବା ମାତ୍ରେ ସେ ସିଧାସଳଖ ଭାରତୀୟ ଦଳରେ ଧଶେଇ ପଶିଛନ୍ତି। ତେଣୁ ତାଙ୍କ କାର୍ଯ୍ୟଭାର ଉପରେ ଗୁରୁତ୍ୱ ଦିଆଯିବ । ଠିକ ସେହିପରି ନିତିଶଙ୍କୁ ଅଲ୍ରାଉଣ୍ଡର ଭାବେ ପ୍ରସ୍ତୁତ କରିବା ଟିମ୍ ମ୍ୟାନେଜମେଣ୍ଟର ଦାୟିତ୍ୱ । ଉଭୟଙ୍କ ମଧ୍ୟରୁ ଜଣେ ବିଶ୍ରାମ ପାଇଲେ ତିଳକ ବର୍ମା ଏକାଦଶରେ ସ୍ଥାନ ହାସଲ କରିପାରିବେ ।
କୋଟଲା ଗ୍ରାଉଣ୍ଡ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ ରହିବ। ଗତ ଆଇପିଏଲ୍ରେ ଏହି ଗ୍ରାଉଣ୍ଡ୍ରେ ଖେଳାଯାଇଥିବା ୧୦ଟି ଇନିଂସ (୫ମ୍ୟାଚ୍)ରୁ ୮ଟିରେ ୨୦୦ରୁ ଅଧିକ ରନ୍ ସଂଗୃହୀତ ହୋଇଥିଲା । ଅବଶ୍ୟ ରାତିରେ କାକର ପଡ଼ିବାର ସମ୍ଭାବନା ରହିଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ। ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକପ୍ରକାର ନିଶ୍ଚିତ ।
ଭାରତୀୟ ଦଳ
ସଞ୍ଜୁ ସାମସନ, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା/ନିତିଶ କୁମାର ରେଡ୍ଡୀ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ରିଙ୍କୁ ସିଂହ, ୱାସିଂଟନ ସୁନ୍ଦର, ହର୍ଷିତ ରାଣା/ମୟଙ୍କ ଯାଦବ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ।
ବାଂଲାଦେଶ ଦଳ
ପରଭେଜ ହୋସେନ/ତନଜିଦ ହାସାନ, ଲିଟନ ଦାସ, ନଜମୁଲ ହୋସେନ ଶାନ୍ତୋ (ଅଧିନାୟକ), ତୌହିଦ ହୃଦୟ, ମହମୁଦୁଲ୍ଲା, ଜାକିର ଅଲି, ମେହଦି ହାସାନ ମିରାଜ, ରିଶଦ ହୋସେନ, ଟସ୍କିନ ଅହମ୍ମଦ, ସରିଫୁଲ ଇସଲାମ, ମୁସ୍ତାଫିଜର ରେହମାନ