ଭାରତ ବାୟୋଟେକର ବଡ଼ ଉପଲବ୍ଧି, ଭାରତରେ ବୟସ୍କଙ୍କ ଉପରେ TB ଭ୍ୟାକ୍ସିନ MTBVACର କ୍ଲିନିକାଲ୍ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: ଭାରତରେ ବୟସ୍କଙ୍କ ଉପରେ ଟିବି ଭ୍ୟାକ୍ସିନର କ୍ଲିନକାଲ୍ ଟ୍ରାଏଲ ଆରମ୍ଭ ହୋଇଛି । ସ୍ପାନିସ୍ ବାୟୋଫାର୍ମାସ୍ୟୁଟିକଲ କମ୍ପାନି, ବାୟୋଫେବ୍ରି ଦ୍ୱାରା ମାନବ ଉତ୍ସରୁ ଉତ୍ପନ୍ନ ଯକ୍ଷ୍ମା ବିରୁଦ୍ଧରେ ଏହା ପ୍ରଥମ ଟିକା ହେବ । ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍ ରବିବାର ଏହି ସୂଚନା ଦେଇଛି ।ବିଜ୍ଞପ୍ତିରେ କୁହାଯାଇଛି ଯେ MTBVACକୁ ଦୁଇଟି ଉଦ୍ଦେଶ୍ୟ ପାଇଁ ବିକଶିତ କରାଯାଉଛି । ନବଜାତ ଶିଶୁଙ୍କ ପାଇଁ ବିସିଜି ତୁଳନାରେ ଅଧିକ ପ୍ରଭାବୀ ଏବଂ ସମ୍ଭାବିତ ରୂପେ ଦୀର୍ଘ ସମୟ ଯାଏ ଚାଲିଥିବା ଟିକା ହେବ । ଅନ୍ୟପଟେ ବୟସ୍କ ଏବଂ କିଶୋରଙ୍କ ମଧ୍ୟରେ ଟିବିକୁ ରୋକିବା ପାଇଁ ହେବ, ଯେଉଁଥି ପାଇଁ ବର୍ତ୍ତମାନରେ କୌଣସି ପ୍ରଭାବୀ ଟିକା ନାହିଁ ।ପଢନ୍ତୁ: ଖୁବଶୀଘ୍ର କ୍ୟାନ୍ସର କ୍ୟାକ୍ସିନ, ସଫଳତାର ନିକଟରେ ବୈଜ୍ଞାନିକ; ରାଷ୍ଟ୍ରପତି ପୁଟିନଙ୍କ ବଡ଼ ଦାବିଏହି ପରୀକ୍ଷଣ ଭାରତ ବାୟୋଟେକ ଦ୍ୱାରା ବାୟୋଫେବ୍ରି ସହଯୋଗରେ କରାଯାଉଛି । ଏମଟିଭିଭେକର ସୁରକ୍ଷା ଏବଂ ଇମ୍ୟୁନୋଜେନେସିଟିର ମୂଲ୍ୟାଙ୍କନ କରିବା ପାଇଁ ପରୀକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା, ଇମ୍ୟୁନୋଜେନେସିଟି ଏବଂ ପ୍ରଭାବ ପରୀକ୍ଷଣ ସହ ଆରମ୍ଭ ହୋଇଛି । ଏହାକୁ ୨୦୨୫ ସୁଦ୍ଧା ଆରମ୍ଭ କରିବାକୁ ଯୋଜନା ରହିଛି ।ଏହା ଦେଶରେ ବୟସ୍କ ଏବଂ କିଶୋରଙ୍କ ମଧ୍ୟରେ ପରୀକ୍ଷଣ ଉପରେ ଏକ ବଡ଼ ପଦକ୍ଷେପ ଅଟେ । କାରଣ ଦୁନିଆର ୨୮ ପ୍ରତିଶତ ଟିବି ମାମଲା ଭାରତରେ ଚିହ୍ନଟ ହୋଇ

ଭାରତ ବାୟୋଟେକର ବଡ଼ ଉପଲବ୍ଧି, ଭାରତରେ ବୟସ୍କଙ୍କ ଉପରେ TB ଭ୍ୟାକ୍ସିନ MTBVACର କ୍ଲିନିକାଲ୍ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: ଭାରତରେ ବୟସ୍କଙ୍କ ଉପରେ ଟିବି ଭ୍ୟାକ୍ସିନର କ୍ଲିନକାଲ୍ ଟ୍ରାଏଲ ଆରମ୍ଭ ହୋଇଛି । ସ୍ପାନିସ୍ ବାୟୋଫାର୍ମାସ୍ୟୁଟିକଲ କମ୍ପାନି, ବାୟୋଫେବ୍ରି ଦ୍ୱାରା ମାନବ ଉତ୍ସରୁ ଉତ୍ପନ୍ନ ଯକ୍ଷ୍ମା ବିରୁଦ୍ଧରେ ଏହା ପ୍ରଥମ ଟିକା ହେବ । ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍ ରବିବାର ଏହି ସୂଚନା ଦେଇଛି ।

ବିଜ୍ଞପ୍ତିରେ କୁହାଯାଇଛି ଯେ MTBVACକୁ ଦୁଇଟି ଉଦ୍ଦେଶ୍ୟ ପାଇଁ ବିକଶିତ କରାଯାଉଛି । ନବଜାତ ଶିଶୁଙ୍କ ପାଇଁ ବିସିଜି ତୁଳନାରେ ଅଧିକ ପ୍ରଭାବୀ ଏବଂ ସମ୍ଭାବିତ ରୂପେ ଦୀର୍ଘ ସମୟ ଯାଏ ଚାଲିଥିବା ଟିକା ହେବ । ଅନ୍ୟପଟେ ବୟସ୍କ ଏବଂ କିଶୋରଙ୍କ ମଧ୍ୟରେ ଟିବିକୁ ରୋକିବା ପାଇଁ ହେବ, ଯେଉଁଥି ପାଇଁ ବର୍ତ୍ତମାନରେ କୌଣସି ପ୍ରଭାବୀ ଟିକା ନାହିଁ ।

ପଢନ୍ତୁ: ଖୁବଶୀଘ୍ର କ୍ୟାନ୍ସର କ୍ୟାକ୍ସିନ, ସଫଳତାର ନିକଟରେ ବୈଜ୍ଞାନିକ; ରାଷ୍ଟ୍ରପତି ପୁଟିନଙ୍କ ବଡ଼ ଦାବି

ଏହି ପରୀକ୍ଷଣ ଭାରତ ବାୟୋଟେକ ଦ୍ୱାରା ବାୟୋଫେବ୍ରି ସହଯୋଗରେ କରାଯାଉଛି । ଏମଟିଭିଭେକର ସୁରକ୍ଷା ଏବଂ ଇମ୍ୟୁନୋଜେନେସିଟିର ମୂଲ୍ୟାଙ୍କନ କରିବା ପାଇଁ ପରୀକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା, ଇମ୍ୟୁନୋଜେନେସିଟି ଏବଂ ପ୍ରଭାବ ପରୀକ୍ଷଣ ସହ ଆରମ୍ଭ ହୋଇଛି । ଏହାକୁ ୨୦୨୫ ସୁଦ୍ଧା ଆରମ୍ଭ କରିବାକୁ ଯୋଜନା ରହିଛି ।

ଏହା ଦେଶରେ ବୟସ୍କ ଏବଂ କିଶୋରଙ୍କ ମଧ୍ୟରେ ପରୀକ୍ଷଣ ଉପରେ ଏକ ବଡ଼ ପଦକ୍ଷେପ ଅଟେ । କାରଣ ଦୁନିଆର ୨୮ ପ୍ରତିଶତ ଟିବି ମାମଲା ଭାରତରେ ଚିହ୍ନଟ ହୋଇଥାଏ । ବାୟୋଫେବ୍ରିର ସିଇଓ ଏଷ୍ଟେବନ କହିଛନ୍ତି, ଟିବି ଦୁନିଆରେ ମୃତ୍ୟୁର ପ୍ରମୁଖ ସଂକ୍ରାମକ କାରଣ ମଧ୍ୟରୁ ଗୋଟିଏ, ମୁଖ୍ୟତଃ ଭାରତରେ ।

ଭାରତ ବାୟୋଟେକର କାର୍ଯ୍ୟକାରୀ ଅଧ୍ୟକ୍ଷ କୃଷ୍ଣା ଏଲା କହିଛନ୍ତି, ଭାରତରେ କ୍ଲିନିକଲ ପରୀକ୍ଷଣ ସହ ଟିବି ବିରୋଧରେ ଅଧିକ ପ୍ରଭାବୀ ଟିକାର ଅନୁସନ୍ଧାନରେ ଆଦି ବଡ଼ ଉପଲବ୍ଧି ମିଳିଛି । ବୟସ୍କ ଏବଂ କିଶୋରଙ୍କ ମଧ୍ୟରେ ରୋଗକୁ ଶେଷ କରିବା ପାଇଁ ଟିବିର ଟିକା ବିକାଶିତ କରିବା ଉପରେ ଆମ ଲକ୍ଷ୍ୟ ଆଜି ବଡ଼ ପଦକ୍ଷେପ ନେଇଛି ।