ଭାରତ ବିରୋଧରେ ବିଷ ଓଗାଳିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର
ନୂଆଦିଲ୍ଲୀ: ଭାରତୀୟ ସେନା ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଏକ ଉଚିତ୍ ଜବାବ ଦେଇଥିଲା କିନ୍ତୁ ପାକିସ୍ତାନ ଏବେ ବି ତାର ପରାଜୟକୁ ହଜମ କରିପାରୁନାହିଁ। ପୁଣିଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତ ବିରୋଧରେ ବିଷ ଓଗାଳି ପାକିସ୍ତାନ ସେନାର ପ୍ରଶଂସା କରିଛନ୍ତି। ଗତ ରବିବାର ପାକିସ୍ତାନ ସେନାର ପ୍ରଶଂସା କରି ସେ କହିଛନ୍ତି ଯେ ଏହା ଭାରତୀୟ ଆକ୍ରମଣର ଏକ ନିର୍ଣ୍ଣାୟକ ଜବାବ। ନୂଆଦିଲ୍ଲୀ ଇସଲାମାବାଦକୁ କମ୍ ଆକଳନ କରିଥିଲା।କରାଚୀରେ ଆୟୋଜିତ “ୟୁମ୍-ଏ-ତାଶାକୁର” […] The post ଭାରତ ବିରୋଧରେ ବିଷ ଓଗାଳିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର appeared first on Odisha.News.
ନୂଆଦିଲ୍ଲୀ: ଭାରତୀୟ ସେନା ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଏକ ଉଚିତ୍ ଜବାବ ଦେଇଥିଲା କିନ୍ତୁ ପାକିସ୍ତାନ ଏବେ ବି ତାର ପରାଜୟକୁ ହଜମ କରିପାରୁନାହିଁ। ପୁଣିଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତ ବିରୋଧରେ ବିଷ ଓଗାଳି ପାକିସ୍ତାନ ସେନାର ପ୍ରଶଂସା କରିଛନ୍ତି।
ଗତ ରବିବାର ପାକିସ୍ତାନ ସେନାର ପ୍ରଶଂସା କରି ସେ କହିଛନ୍ତି ଯେ ଏହା ଭାରତୀୟ ଆକ୍ରମଣର ଏକ ନିର୍ଣ୍ଣାୟକ ଜବାବ। ନୂଆଦିଲ୍ଲୀ ଇସଲାମାବାଦକୁ କମ୍ ଆକଳନ କରିଥିଲା।କରାଚୀରେ ଆୟୋଜିତ “ୟୁମ୍-ଏ-ତାଶାକୁର” ରାଲିରେ ଭାଷଣ ଦେଇ ସେ କହିଛନ୍ତି ଯେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଅନୁଭବ କରିସାରିଛନ୍ତି ଯେ ପାକିସ୍ତାନର ମୁକାବିଲା କରିବା କେତେ ମହଙ୍ଗା ପଡ଼ିପାରେ। ଆଉ ସେମାନଙ୍କୁ ଦୃଢ଼ ଜବାବ ଦେଇଥିଲା ପାକିସ୍ତାନ ସେନା।
ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାର ୧୫ ଦିନ ପରେ ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେଇଥିଲା। ତେବେ ସେ ସମୟରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।
The post ଭାରତ ବିରୋଧରେ ବିଷ ଓଗାଳିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର appeared first on Odisha.News.