ଭାରତ ବିରୋଧୀ ମୁଇଜୁଙ୍କ ବଡ ବିଜୟ, ମାଳଦ୍ବୀପ ସଂସଦୀୟ ନିର୍ବାଚନରେ ମିଳିଲା ବହୁମତ

ନୂଆଦିଲ୍ଲୀ ୨୨।୦୪: ମାଳଦ୍ୱୀପ ସଂସଦ ନିର୍ବାଚନରେ ଭାରତ ବିରୋଧୀ ମଇଜୁଙ୍କ ବଡ ବିଜୟ । ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି ମହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି) । ମାଳଦ୍ୱୀପର ୯୩ ସଦସ୍ୟ ବିଶିଷ୍ଟ ଗୃହ ପାଇଁ ଅନୁଷ୍ଠିତ ହୋଇଥିଲା ନିର୍ବାଚନ । ଏଥିମଧ୍ୟରୁ ୮୬ଟି ଆସନର ଫଳାଫଳ ହୋଇଛି ଘୋଷଣା । ମୁଇଜୁଙ୍କ ଦଳ ୬୬ଟି ସିଟ୍‌ରେ ବିଜୟ ହୋଇଥିବା ବେଳେ ୬ଟି ସିଟ୍ ସ୍ୱାଧୀନତା ପ୍ରାର୍ଥୀଙ୍କ ପାଖକୁ ଯାଇଛି । ଅବଶିଷ୍ଟ ୭ଟି ଆସନର ଫଳାଫଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇନି । ମୁଇଜୁଙ୍କ ପିଏନସି ପାଖରେ ପୂର୍ବରୁ ହିଁ ବହୁମତର ୪୭ଟି ସିଟ୍ରୁ ୧୯ଟି ସିଟ୍‌ ଅଧିକ ରହିଛି । ସଂସଦରେ ବର୍ତ୍ତମାନ ଯାଏଁ ସୋଲିହଙ୍କ ବିପକ୍ଷୀ ମାଳଦ୍ବୀପ ଡେମୋକ୍ରାଟିକ୍ ପାର୍ଟି (MDP) ପାଖରେ ୪୪ ସାଂସଦଙ୍କ ବହୁମତ ଥିଲା । ସଂସଦରେ ସଂଖ୍ୟାଗରିଷ୍ଠତା ଅଭାବରୁ ମୁଇଜୁ ନୂଆ ଆଇନ ତିଆରି କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଭଳି ସ୍ଥିତିରେ ତାଙ୍କ ପାଇଁ ଏହି ନିର୍ବାଚନ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଥିଲା।ମୁଇଜୁଙ୍କ ପାର୍ଟିର ବିଜୟ ମଧ୍ୟ ଭାରତ ପାଇଁ ଏକ ବଡ ଝଟକା । ଅର୍ଥାତ୍ ଲୋକମାନେ ଅନ୍ୟ ଏକ ଆଞ୍ଚଳିକ ଶକ୍ତି ଭାବେ ଭାରତ ଅପେକ୍ଷା ଚୀନ ପ୍ରତି ରାଷ୍ଟ୍ରପତିଙ୍କ ରାଜନୈତିକ ଆଭିମୁଖ୍ୟକୁ ସମର୍ଥନ କରୁଛନ୍ତି । ଗତ ସେପ୍ଟେମ୍ବରରେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ୍‌ଙ୍କ ପ୍ରକ୍ସି ଭାବରେ ମୁଇଜୁ ନିର୍ବ

ଭାରତ ବିରୋଧୀ ମୁଇଜୁଙ୍କ ବଡ ବିଜୟ, ମାଳଦ୍ବୀପ ସଂସଦୀୟ ନିର୍ବାଚନରେ ମିଳିଲା ବହୁମତ

ନୂଆଦିଲ୍ଲୀ ୨୨।୦୪: ମାଳଦ୍ୱୀପ ସଂସଦ ନିର୍ବାଚନରେ ଭାରତ ବିରୋଧୀ ମଇଜୁଙ୍କ ବଡ ବିଜୟ । ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି ମହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି) । ମାଳଦ୍ୱୀପର ୯୩ ସଦସ୍ୟ ବିଶିଷ୍ଟ ଗୃହ ପାଇଁ ଅନୁଷ୍ଠିତ ହୋଇଥିଲା ନିର୍ବାଚନ । ଏଥିମଧ୍ୟରୁ ୮୬ଟି ଆସନର ଫଳାଫଳ ହୋଇଛି ଘୋଷଣା । 

ମୁଇଜୁଙ୍କ ଦଳ ୬୬ଟି ସିଟ୍‌ରେ ବିଜୟ ହୋଇଥିବା ବେଳେ ୬ଟି ସିଟ୍ ସ୍ୱାଧୀନତା ପ୍ରାର୍ଥୀଙ୍କ ପାଖକୁ ଯାଇଛି । ଅବଶିଷ୍ଟ ୭ଟି ଆସନର ଫଳାଫଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇନି । ମୁଇଜୁଙ୍କ ପିଏନସି ପାଖରେ ପୂର୍ବରୁ ହିଁ ବହୁମତର ୪୭ଟି ସିଟ୍ରୁ ୧୯ଟି ସିଟ୍‌ ଅଧିକ ରହିଛି । 

ସଂସଦରେ ବର୍ତ୍ତମାନ ଯାଏଁ ସୋଲିହଙ୍କ ବିପକ୍ଷୀ ମାଳଦ୍ବୀପ ଡେମୋକ୍ରାଟିକ୍ ପାର୍ଟି (MDP) ପାଖରେ ୪୪ ସାଂସଦଙ୍କ ବହୁମତ ଥିଲା । ସଂସଦରେ ସଂଖ୍ୟାଗରିଷ୍ଠତା ଅଭାବରୁ ମୁଇଜୁ ନୂଆ ଆଇନ ତିଆରି କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଭଳି ସ୍ଥିତିରେ ତାଙ୍କ ପାଇଁ ଏହି ନିର୍ବାଚନ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଥିଲା।

ମୁଇଜୁଙ୍କ ପାର୍ଟିର ବିଜୟ ମଧ୍ୟ ଭାରତ ପାଇଁ ଏକ ବଡ ଝଟକା । ଅର୍ଥାତ୍ ଲୋକମାନେ ଅନ୍ୟ ଏକ ଆଞ୍ଚଳିକ ଶକ୍ତି ଭାବେ ଭାରତ ଅପେକ୍ଷା ଚୀନ ପ୍ରତି ରାଷ୍ଟ୍ରପତିଙ୍କ ରାଜନୈତିକ ଆଭିମୁଖ୍ୟକୁ ସମର୍ଥନ କରୁଛନ୍ତି । ଗତ ସେପ୍ଟେମ୍ବରରେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ୍‌ଙ୍କ ପ୍ରକ୍ସି ଭାବରେ ମୁଇଜୁ ନିର୍ବାଚିତ ହୋଇଥିଲେ। ତାଙ୍କ ନିର୍ବାଚନ ସମୟରେ ସେ ଦେଶର "ଇଣ୍ଡିଆ ଫାଷ୍ଟ" ନୀତିକୁ ସମାପ୍ତ କରିବାକୁ ପ୍ରତିଶୃତି ଦେଇଥିଲେ।

ଖବର ଅନୁଯାୟୀ, ମାଲଦ୍ୱୀପରେ ରାଷ୍ଟ୍ରପତି ନିର୍ବାଚନ ସିଧାସଳଖ ଜନସାଧାରଣଙ୍କ ଭୋଟ୍ ଦ୍ୱାରା ହୋଇଥାଏ । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ ଅଟେ । ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ମୁଇଜୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମହମ୍ମଦ ସୋଲିହଙ୍କୁ ପରାସ୍ତ କରିଥିଲେ ।

 ରବିବାର ଦିନ ହୋଇଥିବା ଭୋଟ୍ ମଜଲିସ୍ ଅର୍ଥାତ୍ ସଂସଦ ପାଇଁ ହୋଇଥିଲା । ଯାହା ମାଧ୍ୟମରେ ଲୋକମାନେ ପାଞ୍ଚ ବର୍ଷ ପାଇଁ ତାଙ୍କ ସାଂସଦ ଚୟନ କରନ୍ତି । ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳ ପାଇଁ ନୂଆ ଆଇନ ତିଆରି କରିବା ସହଜ ହୋଇଥାଏ ।