ଭାରତ - ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ : ପୋଷାକ ଓ ଜୋତା ସହ ଏସବୁ ଜିନିଷ ହୋଇଯିବ ଶସ୍ତା

ନୂଆଦିଲ୍ଲୀ – ଭାରତ ଓ ବ୍ରିଟେନ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ସ୍ୱାକ୍ଷରିତ ହୋଇଛି। ଏହାର ଅର୍ଥ ଯେ, ଏବେ ଦୁଇ ଦେଶ ମଧ୍ୟରେ ସାମଗ୍ରୀର କାରବାର ଓ ବାଣିଜ୍ୟ ପୂର୍ବାପେକ୍ଷା ସହଜ ଓ ଶସ୍ତା ହୋଇଯିବ। ଏହି ଡିଲ୍‌ ପରେ ଭାରତୀୟ ବଜାରରେ ବିଦେଶୀ ଜିନିଷ ଶସ୍ତା ହୋଇଯିବ , ଯେତେବେଳେ କି ଭାରତରୁ ହେବାକୁ ଥିବା ରପ୍ତାନୀରେ ବଡ଼ ଲମ୍ଫ ପ୍ରଦାନ କରିବାର ଆଶା ରହିଛି। ଉଭୟ ଦେଶର ବ୍ୟବସାୟୀ ଓ ବିଶେଷଜ୍ଞମାନେ ଏହି ଚୁକ୍ତିର ସ୍ୱାଗତ କରିଛନ୍ତି।ଅଧିକାରୀମାନେ କହିଛନ୍ତି ଯେ, ଏଫଟିଏର ଲାଗୁ ହେବାରେ ୯୯ ପ୍ରତିଶତ ଭାରତୀୟ ରପ୍ତାନୀରେ ବ୍ରିଟେନରେ ଶୁଳ୍କ ଲାଗିବ ନାହିଁ। ଏହା ପୂର୍ବରୁ ବ୍ରିଟେନର ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ସରକାରୀ ବାସଭବନ ରେକର୍ସରେ ଆତିଥ୍ୟ ପ୍ରଦାନ କରିଥିଲେ। ଉଭୟ ନେତା ଆଲୋଚନା ପୂର୍ବରୁ ବ୍ୟକ୍ତିଗତ ଭାବେ କଥା ହୋଇଥିଲେ। ୟୁକେର ଫ୍ରି ଟ୍ରେଡ୍‌ ଡିଲ୍‌ ପରେ ପିଏମ ମୋଦି ସାମ୍ୱାଦିକଙ୍କୁ କହିଛନ୍ତି ଯେ,ଆମେ ସରକାର ଓ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମରଙ୍କୁ ଧନ୍ୟବାଦ ଦେଉଛୁ କି , ସେ ପହଲଗାମ ଆତଙ୍କବାଦୀ ହମଲାର କଡ଼ା ନିନ୍ଦା କରିଛନ୍ତି ଏବଂ ସେ ଆତଙ୍କବାଦ ବିରୁଦ୍ଧରେ ଭାରତ ସହ ଠିଆ ହେବାକୁ ପ୍ରତିଶ୍ରୁତି ଦେଇଛନ୍ତି।ପିଏମ୍‌ ମୋଦି କହିଛନ୍ତି , ଭାରତ ଓ ୟୁକେ ୟୁକ୍ରେନ ସଂଘର୍ଷ , ଇଣ୍ଡୋ ପେସିଫିକ ଓ ମଧ୍ୟ ପ୍ରାଚ୍ୟକୁ ନ

ଭାରତ - ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ : ପୋଷାକ ଓ ଜୋତା ସହ ଏସବୁ ଜିନିଷ ହୋଇଯିବ ଶସ୍ତା

ନୂଆଦିଲ୍ଲୀ – ଭାରତ ଓ ବ୍ରିଟେନ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ସ୍ୱାକ୍ଷରିତ ହୋଇଛି। ଏହାର ଅର୍ଥ ଯେ, ଏବେ ଦୁଇ ଦେଶ ମଧ୍ୟରେ ସାମଗ୍ରୀର କାରବାର ଓ ବାଣିଜ୍ୟ ପୂର୍ବାପେକ୍ଷା ସହଜ ଓ ଶସ୍ତା ହୋଇଯିବ। ଏହି ଡିଲ୍‌ ପରେ ଭାରତୀୟ ବଜାରରେ ବିଦେଶୀ ଜିନିଷ ଶସ୍ତା ହୋଇଯିବ , ଯେତେବେଳେ କି ଭାରତରୁ ହେବାକୁ ଥିବା ରପ୍ତାନୀରେ ବଡ଼ ଲମ୍ଫ ପ୍ରଦାନ କରିବାର ଆଶା ରହିଛି। ଉଭୟ ଦେଶର ବ୍ୟବସାୟୀ ଓ ବିଶେଷଜ୍ଞମାନେ ଏହି ଚୁକ୍ତିର ସ୍ୱାଗତ କରିଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ, ଏଫଟିଏର ଲାଗୁ ହେବାରେ ୯୯ ପ୍ରତିଶତ ଭାରତୀୟ ରପ୍ତାନୀରେ ବ୍ରିଟେନରେ ଶୁଳ୍କ ଲାଗିବ ନାହିଁ। ଏହା ପୂର୍ବରୁ ବ୍ରିଟେନର ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ସରକାରୀ ବାସଭବନ ରେକର୍ସରେ ଆତିଥ୍ୟ ପ୍ରଦାନ କରିଥିଲେ। ଉଭୟ ନେତା ଆଲୋଚନା ପୂର୍ବରୁ ବ୍ୟକ୍ତିଗତ ଭାବେ କଥା ହୋଇଥିଲେ। 

ୟୁକେର ଫ୍ରି ଟ୍ରେଡ୍‌ ଡିଲ୍‌ ପରେ ପିଏମ ମୋଦି ସାମ୍ୱାଦିକଙ୍କୁ କହିଛନ୍ତି ଯେ,ଆମେ ସରକାର ଓ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମରଙ୍କୁ ଧନ୍ୟବାଦ ଦେଉଛୁ କି , ସେ ପହଲଗାମ ଆତଙ୍କବାଦୀ ହମଲାର କଡ଼ା ନିନ୍ଦା କରିଛନ୍ତି ଏବଂ ସେ ଆତଙ୍କବାଦ ବିରୁଦ୍ଧରେ ଭାରତ ସହ ଠିଆ ହେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ପିଏମ୍‌ ମୋଦି କହିଛନ୍ତି , ଭାରତ ଓ ୟୁକେ ୟୁକ୍ରେନ ସଂଘର୍ଷ , ଇଣ୍ଡୋ ପେସିଫିକ ଓ ମଧ୍ୟ ପ୍ରାଚ୍ୟକୁ ନେଇ ମତାମତ ଆଦାନପ୍ରଦାନ କରି ଆସୁଛନ୍ତି। ଆମେ ଯଥାଶୀଘ୍ର ଏହାର ସମାଧାନ ଚାହୁଁଛୁ। ଆଜିର ଯୁଗର ଚାହିଦା ବିସ୍ତାରବାଦ ନୁହେଁ ବିକାଶ ବାଦ। ପିଏମ ମୋଦି ଆହୁରି କହିଛନ୍ତି, ଏହି ଡିଲ୍‌ରେ ଦୁଇ ଦେଶ ମଧ୍ୟରେ କେବଳ ସଂପର୍କ ମଜବୁତ୍‌ ହେବନି , ଏହାସହ ଚାକିରି କ୍ଷେତ୍ରରେ ବୃଦ୍ଧି ଘଟିବ। ୟୁକେରୁ ଆସୁଥିବା ସାମଗ୍ରୀ ଶସ୍ତା ହେବ, ରପ୍ତାନୀ ବଢିବ ଏବଂ ଦେଶର ଅର୍ଥବ୍ୟବସ୍ଥା ମଜବୁତ ହେବ। ଏହି ଡିଲ୍‌ରେ ଦୁଇ ଗଣତାନ୍ତ୍ରିକ ଦେଶରେ ବୈଶିକ ସ୍ଥିରତା ଓ ସମୃଦ୍ଧିକୁ ମଧ୍ୟ ସୁଦୃଢ କରିବ।ଏହି ଫ୍ରି ଟ୍ରେଡ୍‌ ଡିଲ୍ ବ୍ୟତୀତ ୟୁକେର ୬ଟି ବିଶ୍ୱବିଦ୍ୟାଳୟ ଭାରତରେ କ୍ୟାମ୍ପସ ଖୋଲୁଛନ୍ତି। ଗତ ସପ୍ତାହରେ ଗୁରୁଗ୍ରାମ୍‌ରେ ଏକ କ୍ୟାମ୍ପସର ଉଦ୍‌ଘାଟନ ହୋଇଛି।

ଭାରତ ପାଇଁ ଏହି ଡିଲ୍‌ ଅନେକ ଅର୍ଥରେ ଗେମ୍‌ଚେଞ୍ଜର କୁହାଯାଉଛି। ଚୁକ୍ତିନାମା ଅନୁସାରେ ଭାରତୀୟ ରପ୍ତାନକାରୀମାନଙ୍କୁ ୯୯ପ୍ରତିଶତ ଉତ୍ପାଦ ଉପରେ ବ୍ରିଟେନରେ ଡ୍ୟୁଟି-ଫ୍ରି ଏଣ୍ଟ୍ରି ମିଳିବ। ଏଥିରେ ପାଖାପାଖି ୨୩ ବିଲିୟନ ଡଲାରର ବାଣିଜ୍ୟ ସୁଯୋଗ ଖୋଲିବାର ଆଶା କରାଯାଉଛି।

ସରକାରଙ୍କ ମୁତାବିକ , ଏଥିରେ ଭାରତର ଶ୍ରମ-କେନ୍ଦ୍ରିତ କ୍ଷେତ୍ର ଯେପରିକି - ବୟନ , ଚମଡ଼ା ,ଜୋତା , ଅଳଙ୍କାର , ଖେଳନା ଓ ସାମୁଦ୍ରିକ ଉତ୍ପାଦରେ କାମ କରୁଥିବା କାରିଗର ,ବୁଣାକାର ଓ ଦିନ ମଜୁରିଆମାନଙ୍କୁ ସିଧାସଳଖ ଲାଭ ମିଳିବ। ଏମଏସଏମଇ କ୍ଷେତ୍ରର ଲକ୍ଷ ଲକ୍ଷ ୟୁନିଟ୍‌ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ।

ଏହି ଚୁକ୍ତିରେ ୯୫ ପ୍ରତିଶତ କୃଷି ଉତ୍ପାଦ ଏବେ ବିନା କୌଣସି ଶୁକ୍ଳରେ ବ୍ରିଟେନରେ ରପ୍ତାନୀ କରାଯାଇ ପାରିବ। ଅନ୍ୟପଟେ ମତ୍ସଜୀବୀଙ୍କୁ ୯୯ପ୍ରତିଶତ ସାମୁଦ୍ରିକ ଉତ୍ପାଦ ଉପରେ ଶୂନ୍ୟ ଶୁଳ୍କ ପାଇବା ଦ୍ୱାରା ତାଙ୍କର ଆମଦାନୀରେ ବୃଦ୍ଧି ହେବାର ଆଶା କରାଯାଉଛି। 

ଏଫଟିଏ ମାଧ୍ୟମରେ ମହିଳାମାନେ ବୈଶ୍ୱିକ ଭାଲ୍ୟୁ ଚେନ୍‌ରେ ଖୁବ୍‌ ଭଲଭାବେ ଯୋଡ଼ି ହୋଇ ପାରିବେ ଏବଂ ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ଭଲ ସୁଯୋଗ ମିଲିବ। ଭାରତର ଷ୍ଟାର୍ଟଅପ୍ସକୁ ବ୍ରିଟେନର ଇନୋଭେସନ ହବ୍‌ , ନିବେଶକ ଓ ଉପଭୋକ୍ତାଙ୍କ ଯାଏ ପହଞ୍ଚିବାର ବଡ଼ ଅବସର ମିଳିବ।

ଭାରତୀୟ ଆଇଟି ପେଶାଦାର, ଏଜୁକେସନ ଏକ୍ସପର୍ଟ୍ସ ଓ ସର୍ଭିସ ସେକ୍ଟର ସହ ଜଡ଼ିତ ଲୋକଙ୍କ ପାଇଁ ୟୁକେର ହାଇ-ଭାଲ୍ୟୁ ମାର୍କେଟ ଏବେ ଆହୁରି ଅଧିକ ସୁଲଭ ହେବ। ଏହାସହ ଭାରତ ଓ ବ୍ରିଟେନ ମଧ୍ୟରେ ଡବଲ କଣ୍ଟ୍ରିବ୍ୟୁସନ କନଭେସନ ଅନୁସାରେ ଭାରତୀୟ କର୍ମଚାରୀଙ୍କୁ ୟୁକେରେ ୩ ବର୍ଷ ଯାଏ ସୋସିଆଲ ସିକ୍ୟୁରିଟି ଯୋଗଦାନରୁ ମୁକ୍ତି ମିଳିବ। ଏଥିରେ କମ୍ପାନୀ ଓ କର୍ମଚାରୀ ଉଭୟଙ୍କୁ ଲାଭ ମିଳିବ।