ଭାରତ-ମ୍ୟାନ୍‌ମାର ମ୍ୟାଚ ଆଜି

ନୂଆଦିଲ୍ଲୀ, ୯ା୭: ୟାଙ୍ଗୁନ (ମ୍ୟାନମାର) ସ୍ଥିତ ଥୁଉନା ଷ୍ଟାଡିୟମରେ ଭାରତ ନିଜଠାରୁ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ପଡ଼ୋଶୀ ମ୍ୟାନମାର ମହିଳା ଫୁଟ୍‌ବଲ ଦଳ ସହ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ମଙ୍ଗଳବାର ଖେଳାଯିବ। ୬୭ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତ ପୂର୍ବରୁ ମ୍ୟାନମାର ଦଳ ସହ ୫ଟି ମ୍ୟାଚ ଖେଳିଛି। ତନ୍ମଧ୍ୟରୁ ଦଳ ୪ଟିରେ ପରାଜିତ ହୋଇଥିବା ବେଳେ ଗୋଟିଏ ଡ୍ର ରଖିବାରେ ସମର୍ଥ ହୋଇଛି। କିନ୍ତୁ ଗତ ୫ ବର୍ଷ ମଧ୍ୟରେ ଦୁଇ ଦଳ ଥରେ ୨୦୧୯ରେ […] The post ଭାରତ-ମ୍ୟାନ୍‌ମାର ମ୍ୟାଚ ଆଜି appeared first on Dharitri Odia News.

ଭାରତ-ମ୍ୟାନ୍‌ମାର ମ୍ୟାଚ ଆଜି

ନୂଆଦିଲ୍ଲୀ, ୯ା୭: ୟାଙ୍ଗୁନ (ମ୍ୟାନମାର) ସ୍ଥିତ ଥୁଉନା ଷ୍ଟାଡିୟମରେ ଭାରତ ନିଜଠାରୁ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ପଡ଼ୋଶୀ ମ୍ୟାନମାର ମହିଳା ଫୁଟ୍‌ବଲ ଦଳ ସହ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ମଙ୍ଗଳବାର ଖେଳାଯିବ। ୬୭ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତ ପୂର୍ବରୁ ମ୍ୟାନମାର ଦଳ ସହ ୫ଟି ମ୍ୟାଚ ଖେଳିଛି। ତନ୍ମଧ୍ୟରୁ ଦଳ ୪ଟିରେ ପରାଜିତ ହୋଇଥିବା ବେଳେ ଗୋଟିଏ ଡ୍ର ରଖିବାରେ ସମର୍ଥ ହୋଇଛି। କିନ୍ତୁ ଗତ ୫ ବର୍ଷ ମଧ୍ୟରେ ଦୁଇ ଦଳ ଥରେ ୨୦୧୯ରେ ମାଣ୍ଡାଲେଠାରେ ଏଏଫ୍‌ସି ଅଲିମ୍ପିକ କ୍ୱାଲିଫାୟର୍ସରେ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ ୩-୩ରେ ଡ୍ର ଭାବେ ଶେଷ ହୋଇଥିଲା। ବର୍ତ୍ତମାନ ଦଳରେ ସ୍ଥାନ ପାଇଥିବା ସନ୍ଧ୍ୟା ରଙ୍ଗନାଥନ, ସଞ୍ଜୁ ଓ ନଙ୍ଗମାଇଥେମ ରତ୍ନବାଳା ଦେବୀ ଏହି ମ୍ୟାଚରେ ଗୋଟିଏ ଲେଖାଏ ଗୋଲ୍‌ ସ୍କୋର କରିଥିଲେ। ଏହା ପୂର୍ବରୁ ଭାରତ ଖେଳିଥିବା ସମସ୍ତ ୪ଟି ମ୍ୟାଚରେ ପରାଜିତ ହୋଇଥିଲା। ସେଗୁଡ଼ିକ ହେଲା ଏଏଫ୍‌ସି ଓମେନ୍ସ ଏସିଆନ କପ୍‌ କ୍ୱାଲିଫାୟର୍ସ (୨୦୧୩), ଏଏଫ୍‌ସି ଓମେନ୍ସ ଅଲିମ୍ପିକ କ୍ୱାଲିଫାୟର୍ସ (୨୦୧୫ ଓ ୨୦୧୮) ଏବଂ ଗୋଲ୍ଡ କପ୍‌ (୨୦୧୯)। ଭାରତୀୟ ଦଳର ଅଧିନାୟିକା ଲୋଇତଙ୍ଗବାମ୍‌ ଆଶାଲତା ଦେବୀ କହିଛନ୍ତି, ଆମେ ସେମାନଙ୍କ ବିପକ୍ଷରେ ପୂର୍ବରୁ ଖେଳିଥିବାରୁ ସେମାନଙ୍କ ଖେଳ ଷ୍ଟାଇଲ ସମ୍ପର୍କରେ ଆମର ସମ୍ୟକ ଧାରଣା ରହିଛି। ସେମାନେ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଓ ସବଳ। ସେମାନେ ଦ୍ରୁତ ଆକ୍ରମଣ କରିଥାନ୍ତି। ତେବେ ୫ ବର୍ଷରୁ ଅଧିକ ସମୟ ଧରି ଭାରତ ଓ ମ୍ୟାନମାର ପରସ୍ପରକୁ ଭେଟିନାହାନ୍ତି। ଦୁଇ ଦଳ ମଧ୍ୟରେ ସାନି ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହେବ। ଇତିମଧ୍ୟରେ ମ୍ୟାନମାର ଖେଳ ଷ୍ଟାଇଲରେ ବହୁ ପରିବର୍ତ୍ତନ ଘଟିଥିବା ଆମେ ଏସିଆନ ଗେମ୍ସରେ ଦେଖିଛୁ। ସେମାନଙ୍କ ଦଳରେ ବହୁ ୟଙ୍ଗଷ୍ଟାର ଖେଳାଳି ସ୍ଥାନ ପାଇଛନ୍ତି। ଆମ ଦଳ ଉଭୟ ସିନିୟର ଓ ଜୁନିୟର ଖେଳାଳିଙ୍କୁ ନେଇ ବେଶ୍‌ ସନ୍ତୁଳିତ। ମ୍ୟାନମାର ତୁଳନାରେ ଆମେ ଉନ୍ନତ ପ୍ରଦର୍ଶନ କରିବୁ ବୋଲି ମୋର ବିଶ୍ୱାସ ରହିଛି ଏବଂ ମ୍ୟାନମାର ଟୁର୍‌ ସଫଳ ହେବ ବୋଲି ୩୧ ବର୍ଷୀୟା ଭାରତୀୟ ଅଧିନାୟିକା ପ୍ରକାଶ କରିଛନ୍ତି।

The post ଭାରତ-ମ୍ୟାନ୍‌ମାର ମ୍ୟାଚ ଆଜି appeared first on Dharitri Odia News.