ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୧।୧: ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁରୁବାର ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ ଭୁବନେଶ୍ୱର ପାର୍ଟି କାର୍ଯ୍ୟାଳୟରେ ଯାତ୍ରାର ଲୋଗୋ ଉନ୍ମୋଚନ କରିବା ଅବସରରେ ଏହି ସୂଚନା ଦେଇଛନ୍ତି। ଓଡ଼ିଶାର ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଦେଇ ଏହି ଯାତ୍ରା ଯିବ। ରାହୁଲ ତାଙ୍କର ଏହି ଯାତ୍ରାରେ ୧୫ ରାଜ୍ୟର ୧୧୦ ଜିଲା ଦେଇ ୬୭୧୩ କିଲୋମିଟର ଯାତ୍ରା କରିବେ। ଦୀର୍ଘ […] The post ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ appeared first on Dharitri Odia News.

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୧।୧: ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁରୁବାର ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ ଭୁବନେଶ୍ୱର ପାର୍ଟି କାର୍ଯ୍ୟାଳୟରେ ଯାତ୍ରାର ଲୋଗୋ ଉନ୍ମୋଚନ କରିବା ଅବସରରେ ଏହି ସୂଚନା ଦେଇଛନ୍ତି।

ଓଡ଼ିଶାର ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଦେଇ ଏହି ଯାତ୍ରା ଯିବ। ରାହୁଲ ତାଙ୍କର ଏହି ଯାତ୍ରାରେ ୧୫ ରାଜ୍ୟର ୧୧୦ ଜିଲା ଦେଇ ୬୭୧୩ କିଲୋମିଟର ଯାତ୍ରା କରିବେ। ଦୀର୍ଘ ୬୬ ଦିନ ଧରି ଏହି ଯାତ୍ରା ଚାଲିବ। ଉତ୍ତରପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ଏହା ମୁମ୍ବାଇରେ ଶେଷ ହେବ।

ଏହି ଯାତ୍ରାକୁ ସଫଳ କରିବା ପାଇଁ ବହୁସଂଖ୍ୟାରେ କଂଗ୍ରେସରେ ଯୋଗ ଦେବାକୁ ଶରତ ରାଉତ ଲୋକଙ୍କୁ ଅପିଲ କରିଛନ୍ତି। ଏଥିପାଇଁ ଏକ ମୋବାଇଲ ନମ୍ବର ମଧ୍ୟ ଜାରି କରାଯଇଛି। ଆଗ୍ରହୀ ଲୋକମାନେ ଏହି ନମ୍ବରରେ ଫୋନ୍ କରି କଂଗ୍ରେସରେ ଯୋଗ ଦେଇପାରିବେ। ମଣିପୁର ରାଜଧାନୀ ଇମ୍ପାଲରୁ ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ଶେଷ ହେବ।

The post ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ appeared first on Dharitri Odia News.