ଭାରତ ସରକାର ବଦଳାଇଲେ ପାସପୋର୍ଟ ନିୟମ, କେବଳ ପରିଚୟ ପାଇଁ ଜରୁରି ହେବ ଏହି ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ ୧।୩: ପାସପୋର୍ଟ ଏକ ଏଭଳି ଡକ୍ୟୁମେଣ୍ଟ ଯେଉଁଥିରୁ କୌଣସି ବ୍ୟକ୍ତିଙ୍କ ପରିଚୟ ଓ ଜାତୀୟତା ସ୍ପଷ୍ଟ ହୋଇଥାଏ। ବିଦେଶଯାତ୍ରା ନିମନ୍ତେ ଏହା ସବୁଠୁ ଜରୁରି କାଗଜପତ୍ର। ଏହା ଦ୍ୱାରା ଆପଣ ଅନ୍ୟ ଦେଶ ବୁଲିବାକୁ, ପଢିବାକୁ ଅଥବା ବାଣିଜ୍ୟ ବ୍ୟବସାୟ କରିବାକୁ ଯାଇ ପାରନ୍ତି। ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ତେବେ ସରକାର ପାସପୋର୍ଟ ନିୟମରେ କଣ ପରିବର୍ତ୍ତନ କରିଛନ୍ତି ଆସନ୍ତୁ ଜାଣିବା। ପାସପୋର୍ଟ ନିୟମରେ ସଂଶୋଧନକେନ୍ଦ୍ର ସରକାରଙ୍କ ପକ୍ଷରୁ ପାସପୋର୍ଟ ନିୟମ ସଂଶୋଧନ କରାଯାଇଛି। ଏହି ସଂଶୋଧନ ଅନୁସାରେ ୧ ଅକ୍ଟୋବର ୨୦୨୩ ବା ଏହା ପରେ ଜନ୍ମ ନେଇଥିବା ପାସପୋର୍ଟ ଆବେଦନକାରୀଙ୍କ ନିମନ୍ତେ ଉପଯୁକ୍ତ ଅଧିକାରୀଙ୍କ ପକ୍ଷରୁ ଜାରି ପ୍ରମାଣପତ୍ର ହିଁ ଜନ୍ମ ତାରିଖର ଏକମାତ୍ର ପ୍ରମାଣ ହେବ। ଚଳିତ ସପ୍ତାହରେ ପାସପୋର୍ଟ ନିୟମ ୧୯୮୦ରେ ସଂଶୋଧନକୁ ପ୍ରଭାବୀ କରିବା ପାଇଁ ଏକ ଅଧିକାରୀକ ନୋଟ୍ ଜାରି କରାଯାଇଛି। ନୂଆ ପାସପୋର୍ଟ ନିୟମନୂଆ ପାସପୋର୍ଟ ନିୟମ ଅଫିସିଆଲ ଗେଜେଟରେ ସଂଶୋଧନ ପ୍ରକାଶିତ ହେବା ପରେ ଲାଗୁ ହୋଇଯିବ। ନୂଆ ନିୟମ ଅନୁସାରେ ଜନ୍ମ ଓ ମୃତ୍ୟୁ ରେଜିଷ୍ଟ୍ରାର ଅଥବା ନଗର ନିଗମ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଅଧିନିୟମ୧୯୬୯ ଅନୁସାରେ ଅଥବା ଅନ୍ୟ କୌଣସି ପ୍ରାଧିକର୍ତ୍ତାଙ୍କ ଦ୍ୱାରା ଜାରି ଜନ୍ମ ପ୍ରମାଣପତ୍ର କୁ ୧ ଅକ୍ଟୋବର ୨୦୨୩  ବା ଏହା ପରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍

ଭାରତ ସରକାର ବଦଳାଇଲେ ପାସପୋର୍ଟ ନିୟମ, କେବଳ ପରିଚୟ ପାଇଁ ଜରୁରି ହେବ ଏହି ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ ୧।୩: ପାସପୋର୍ଟ ଏକ ଏଭଳି ଡକ୍ୟୁମେଣ୍ଟ ଯେଉଁଥିରୁ କୌଣସି ବ୍ୟକ୍ତିଙ୍କ ପରିଚୟ ଓ ଜାତୀୟତା ସ୍ପଷ୍ଟ ହୋଇଥାଏ। ବିଦେଶଯାତ୍ରା ନିମନ୍ତେ ଏହା ସବୁଠୁ ଜରୁରି କାଗଜପତ୍ର। ଏହା ଦ୍ୱାରା ଆପଣ ଅନ୍ୟ ଦେଶ ବୁଲିବାକୁ, ପଢିବାକୁ ଅଥବା ବାଣିଜ୍ୟ ବ୍ୟବସାୟ କରିବାକୁ ଯାଇ ପାରନ୍ତି। ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ତେବେ ସରକାର ପାସପୋର୍ଟ ନିୟମରେ କଣ ପରିବର୍ତ୍ତନ କରିଛନ୍ତି ଆସନ୍ତୁ ଜାଣିବା। 

ପାସପୋର୍ଟ ନିୟମରେ ସଂଶୋଧନ
କେନ୍ଦ୍ର ସରକାରଙ୍କ ପକ୍ଷରୁ ପାସପୋର୍ଟ ନିୟମ ସଂଶୋଧନ କରାଯାଇଛି। ଏହି ସଂଶୋଧନ ଅନୁସାରେ ୧ ଅକ୍ଟୋବର ୨୦୨୩ ବା ଏହା ପରେ ଜନ୍ମ ନେଇଥିବା ପାସପୋର୍ଟ ଆବେଦନକାରୀଙ୍କ ନିମନ୍ତେ ଉପଯୁକ୍ତ ଅଧିକାରୀଙ୍କ ପକ୍ଷରୁ ଜାରି ପ୍ରମାଣପତ୍ର ହିଁ ଜନ୍ମ ତାରିଖର ଏକମାତ୍ର ପ୍ରମାଣ ହେବ। ଚଳିତ ସପ୍ତାହରେ ପାସପୋର୍ଟ ନିୟମ ୧୯୮୦ରେ ସଂଶୋଧନକୁ ପ୍ରଭାବୀ କରିବା ପାଇଁ ଏକ ଅଧିକାରୀକ ନୋଟ୍ ଜାରି କରାଯାଇଛି। 

ନୂଆ ପାସପୋର୍ଟ ନିୟମ
ନୂଆ ପାସପୋର୍ଟ ନିୟମ ଅଫିସିଆଲ ଗେଜେଟରେ ସଂଶୋଧନ ପ୍ରକାଶିତ ହେବା ପରେ ଲାଗୁ ହୋଇଯିବ। ନୂଆ ନିୟମ ଅନୁସାରେ ଜନ୍ମ ଓ ମୃତ୍ୟୁ ରେଜିଷ୍ଟ୍ରାର ଅଥବା ନଗର ନିଗମ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଅଧିନିୟମ୧୯୬୯ ଅନୁସାରେ ଅଥବା ଅନ୍ୟ କୌଣସି ପ୍ରାଧିକର୍ତ୍ତାଙ୍କ ଦ୍ୱାରା ଜାରି ଜନ୍ମ ପ୍ରମାଣପତ୍ର କୁ ୧ ଅକ୍ଟୋବର ୨୦୨୩  ବା ଏହା ପରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ନିମନ୍ତେ ଜନ୍ମ ତାରିଖ ପ୍ରମାଣପତ୍ର  ରୂପେ ସ୍ୱୀକାର କରାଯିବ। ଅନ୍ୟ ଆବେଦକମାନେ ଜନ୍ମ ତାରିଖ ପ୍ରମାଣପତ୍ର ରୂପେ ବିକଳ୍ପ ଡକ୍ୟୁମେଣ୍ଟ ରୂପେ ଡ୍ରାଇଭିଂ ଲାଇସେନ୍ସ ଅଥବା ବିଦ୍ୟାଳୟ ଛାଡିବାର ପ୍ରମାଣପତ୍ରକୁ ପ୍ରସ୍ତୁତ କରିପାରିବେ। 

ଭରାତୀୟ ପାସପୋର୍ଟ
ଭାରତୀୟ ପାସପୋର୍ଟ ଭାରତ ସରକାରଙ୍କ ଦ୍ୱାରା ଜାରି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏହା ଦ୍ୱାରା ବିଦେଶ ଯାତ୍ରା କରୁଥିବା ଭାରତୀୟ ସେମାନଙ୍କ ନାଗରିକତା ପ୍ରମାଣିତ କରିଥାନ୍ତି। ଭାରତୀୟ ପାସପୋର୍ଟ ୩ ପ୍ରକାରର ହୋଇଥାଏ। ଏଥିରୁ ଗୋଟିଏ ନିୟମିତ ହୋଇଥିବା ବେଳେ ଅନ୍ୟଟି ଅଧିକାରିକ ଓ ତୃତୀୟଟି ଡିପ୍ଲୋମ୍ୟାଟିକ୍ ହୋଇଥାଏ। ଏଥିରେ ସାଧାରଣ ନାଗରିକଙ୍କୁ ନିୟମିତ ପାସପୋର୍ଟ ଜାରି କରାଯାଉଥିବା ବେଳେ ସରକାରୀ ଅଧିକାରୀ ଓ କୂଟନୀତିଜ୍ଞଙ୍କ ନିମନ୍ତେ ଅଧିକାରୀକ ପାସପୋର୍ଟ ଜାରି ହୁଏ। ଡିପ୍ଲୋମ୍ୟାଟିକ୍ ପାସପୋର୍ଟକୁ ଭିଭିଆଇପି ପାସପୋର୍ଟ ବି କୁହାଯାଏ। ଏହା କୂଟନୀତିଜ୍ଞ ଓ ଉଚ୍ଚ ସରକାରୀ ଅଧିକାରୀଙ୍କୁ ଦିଆଯାଇଥାଏ। ଏକ ନିୟମିତ ପାସପୋର୍ଟର ବୈଧତା ଅନୁନ୍ୟ ୧୦ବର୍ଷ ପର୍ଯ୍ୟନ୍ତ ଥାଏ।