ଭାରତ ସହ କାନ୍ଧରେ କାନ୍ଧ ମିଶାଇ କାମ କରିବ ବାଂଲାଦେଶ, ୟୁନୁସ୍ ସରକାର କହିଲେ ଏବେ…
ଢାକା,୧୭।୮: ବାଂଲାଦେଶରେ ଆମେରିକା ଏବଂ ଚାଇନା ଶେଖ ହାସିନାଙ୍କୁ କ୍ଷମତାରୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନେ ଭାରତର ପଡୋଶୀ ଦେଶକୁ ଉତ୍ତେଜିତ କରିବା ପାଇଁ ଅନେକ କୌଶଳ ବ୍ୟବହାର କରିଥିଲେ ମଧ୍ୟ ବିଫଳ ହୋଇଥିବା ଜଣାପଡିଛି। ବାଂଲାଦେଶରେ ନବ ଗଠିତ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିଲେ ଏବଂ ସେଠାରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଶୀଘ୍ର ବନ୍ଦ କରିବାକୁ ନିଶ୍ଚିତ କରିଥିଲେ […] The post ଭାରତ ସହ କାନ୍ଧରେ କାନ୍ଧ ମିଶାଇ କାମ କରିବ ବାଂଲାଦେଶ, ୟୁନୁସ୍ ସରକାର କହିଲେ ଏବେ… appeared first on Dharitri Odia News.
ଢାକା,୧୭।୮: ବାଂଲାଦେଶରେ ଆମେରିକା ଏବଂ ଚାଇନା ଶେଖ ହାସିନାଙ୍କୁ କ୍ଷମତାରୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନେ ଭାରତର ପଡୋଶୀ ଦେଶକୁ ଉତ୍ତେଜିତ କରିବା ପାଇଁ ଅନେକ କୌଶଳ ବ୍ୟବହାର କରିଥିଲେ ମଧ୍ୟ ବିଫଳ ହୋଇଥିବା ଜଣାପଡିଛି। ବାଂଲାଦେଶରେ ନବ ଗଠିତ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିଲେ ଏବଂ ସେଠାରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଶୀଘ୍ର ବନ୍ଦ କରିବାକୁ ନିଶ୍ଚିତ କରିଥିଲେ ଏବଂ ବର୍ତ୍ତମାନ ସେ ଭାରତ ସହ କାନ୍ଧରେ କାନ୍ଧ ମିଶାଇ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଭାରତ ଦ୍ୱାରା ଆୟୋଜିତ ତୃତୀୟ ଭଏସ ଅଫ ଗ୍ଲୋବାଲ ସାଉଥ ଶିଖର ସମ୍ମିଳନୀ ଶନିବାର ଠାରୁ ଆରମ୍ଭ ହୋଇଛି। ଯେଉଁଥିରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ ମଧ୍ୟ ସାମିଲ ହୋଇଛନ୍ତି। ଏହି ଶିଖର ସମ୍ମିଳନୀ ଭର୍ଚୁଆଲ ମୋଡରେ ହୋଇଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀର ଅଧ୍ୟକ୍ଷତା କରିବେ। ଏହି ସମ୍ମିଳନୀରେ ବାଂଲାଦେଶର ମୁଖ୍ୟ ଉପଦେଷ୍ଟାଙ୍କ ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ନୂଆଦିଲ୍ଲୀ ଏବଂ ଢାକା ମଧ୍ୟରେ ପାରସ୍ପରିକ ସମ୍ପର୍କର ପ୍ରମାଣ ଭାବରେ ଦେଖାଯାଉଛି।
The post ଭାରତ ସହ କାନ୍ଧରେ କାନ୍ଧ ମିଶାଇ କାମ କରିବ ବାଂଲାଦେଶ, ୟୁନୁସ୍ ସରକାର କହିଲେ ଏବେ… appeared first on Dharitri Odia News.