ଭାରତକୁ ଆସିଲା କୋଭିଡ୍, ଅଭିନେତ୍ରୀ ଶିଳ୍ପା ଶିରୋଡକର ପଜିଟିଭ

ନୂଆଦିଲ୍ଲୀ: ସିଙ୍ଗାପୁର-ହଂକଂ ଏବଂ ଚୀନ୍ ସମେତ ଅନେକ ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଆଇପିଏଲର ହାଇଦ୍ରାବାଦ ଦଳର ବ୍ୟାଟସମ୍ୟାନ୍ ଟ୍ରାଭିସ୍ ହେଡ୍ କରୋନା ପଜିଟିଭ୍ ହୋଇଛନ୍ତି। କ୍ରୀଡା ପରେ ଏବେ କରୋନାର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରିରେ ପହଞ୍ଚିଛି। ବିଗ ବସ୍ ଫେମ୍ ଶିଳ୍ପା ଶିରୋଡକର କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ଶିଳ୍ପା ଶିରୋଡକର ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି […] The post ଭାରତକୁ ଆସିଲା କୋଭିଡ୍, ଅଭିନେତ୍ରୀ ଶିଳ୍ପା ଶିରୋଡକର ପଜିଟିଭ appeared first on Odisha.News.

ଭାରତକୁ ଆସିଲା କୋଭିଡ୍, ଅଭିନେତ୍ରୀ ଶିଳ୍ପା ଶିରୋଡକର ପଜିଟିଭ

ନୂଆଦିଲ୍ଲୀ: ସିଙ୍ଗାପୁର-ହଂକଂ ଏବଂ ଚୀନ୍ ସମେତ ଅନେକ ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଆଇପିଏଲର ହାଇଦ୍ରାବାଦ ଦଳର ବ୍ୟାଟସମ୍ୟାନ୍ ଟ୍ରାଭିସ୍ ହେଡ୍ କରୋନା ପଜିଟିଭ୍ ହୋଇଛନ୍ତି। କ୍ରୀଡା ପରେ ଏବେ କରୋନାର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରିରେ ପହଞ୍ଚିଛି।

ବିଗ ବସ୍ ଫେମ୍ ଶିଳ୍ପା ଶିରୋଡକର କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ଶିଳ୍ପା ଶିରୋଡକର ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି – ହାଲୋ! ମୋର କରୋନା ପରୀକ୍ଷା ପଜିଟିଭ୍ ଆସିଛି। ତୁମେ ସମସ୍ତେ ସୁରକ୍ଷିତ ରୁହ ଏବଂ ମାସ୍କ ପିନ୍ଧିବାକୁ ଭୁଲ ନାହିଁ। ଏହି ପୋଷ୍ଟ ପରେ, ତାଙ୍କ ପ୍ରଶଂସକ ଏବଂ ନିକଟତମମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

ତେବେ ଶିଳ୍ପା ଶିରୋଡକର ୯୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ଯିଏ ଅନେକ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି।

ସୂଚନାଯୋଗ୍ୟ, ହଂକଂରେ ଗତ ୧୦ ସପ୍ତାହ ମଧ୍ୟରେ ପ୍ରତି ସପ୍ତାହରେ କୋଭିଡ୍ ମାମଲା ୩୦ ଗୁଣରୁ ଅଧିକ ବୃଦ୍ଧି ପାଇଛି। କିନ୍ତୁ ଏହି ବୃଦ୍ଧି କେବଳ ହଂକଂ ପର୍ଯ୍ୟନ୍ତ ସୀମିତ ନୁହେଁ। ସିଙ୍ଗାପୁରରେ ମଧ୍ୟ ଗୋଟିଏ ସପ୍ତାହ ମଧ୍ୟରେ ମାମଲା ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି। ଚୀନ୍ ଏବଂ ଥାଇଲ୍ୟାଣ୍ଡରୁ ମଧ୍ୟ କୋଭିଡ୍ ମାମଲା ବୃଦ୍ଧି ପାଉଥିବାର ରିପୋର୍ଟ ଆସୁଛି।

The post ଭାରତକୁ ଆସିଲା କୋଭିଡ୍, ଅଭିନେତ୍ରୀ ଶିଳ୍ପା ଶିରୋଡକର ପଜିଟିଭ appeared first on Odisha.News.