ଭାରତକୁ ଖୋଲା ଧମକ ଦେଲେ ଟ୍ରମ୍ପ, କହିଲେ ସୁଧୁରିଯାଅ…

ନୂଆଦିଲ୍ଲୀ,୧।୧୨: ଶପଥ ଗ୍ରହଣ ନ ହେଉଣୁ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଭାରତକୁ ଦେଇଛନ୍ତି ଖୋଲା ଧମକ। ଯାହା ଭାରତର ଚିନ୍ତା ବଢାଇଛି। ଟ୍ରମ୍ପ ବ୍ରିକ୍ସ ଦେଶଗୁଡ଼ିକୁ ଖୋଲାଖୋଲି ଧମକ ଦେଇ କହିଛନ୍ତି ଯେ ଯଦି ଆମେରିକୀୟ ଡଲାରକୁ ଦୁର୍ବଳ କରିବା କିମ୍ବା ବଦଳାଇବା ପାଇଁ କୌଣସି ପ୍ରୟାସ କରାଯାଏ, ତେବେ ସେ ଏହି ଦେଶଗୁଡିକ ଉପରେ ୧୦୦% ଟିକସ ଲାଗୁ କରିବେ। ସୂଚନାଯୋଗ୍ୟ, ବ୍ରିକ୍ସ ହେଉଛି ନଅ ଦେଶର ଏକ ଗୋଷ୍ଠୀ, ଯେଉଁଥିରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ। […] The post ଭାରତକୁ ଖୋଲା ଧମକ ଦେଲେ ଟ୍ରମ୍ପ, କହିଲେ ସୁଧୁରିଯାଅ… appeared first on Dharitri Odia News.

ଭାରତକୁ ଖୋଲା ଧମକ ଦେଲେ ଟ୍ରମ୍ପ, କହିଲେ ସୁଧୁରିଯାଅ…

ନୂଆଦିଲ୍ଲୀ,୧।୧୨: ଶପଥ ଗ୍ରହଣ ନ ହେଉଣୁ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଭାରତକୁ ଦେଇଛନ୍ତି ଖୋଲା ଧମକ। ଯାହା ଭାରତର ଚିନ୍ତା ବଢାଇଛି। ଟ୍ରମ୍ପ ବ୍ରିକ୍ସ ଦେଶଗୁଡ଼ିକୁ ଖୋଲାଖୋଲି ଧମକ ଦେଇ କହିଛନ୍ତି ଯେ ଯଦି ଆମେରିକୀୟ ଡଲାରକୁ ଦୁର୍ବଳ କରିବା କିମ୍ବା ବଦଳାଇବା ପାଇଁ କୌଣସି ପ୍ରୟାସ କରାଯାଏ, ତେବେ ସେ ଏହି ଦେଶଗୁଡିକ ଉପରେ ୧୦୦% ଟିକସ ଲାଗୁ କରିବେ। ସୂଚନାଯୋଗ୍ୟ, ବ୍ରିକ୍ସ ହେଉଛି ନଅ ଦେଶର ଏକ ଗୋଷ୍ଠୀ, ଯେଉଁଥିରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ।

ଭାରତ ବ୍ୟତୀତ ଏହି ଗୋଷ୍ଠୀର ସଦସ୍ୟ ଦେଶଗୁଡ଼ିକ ହେଉଛି ଚାଇନା, ରୁଷିଆ, ଦକ୍ଷିଣ ଆଫ୍ରିକା, ଇରାନ, ଇଜିପ୍ଟ, ଇଥିଓପିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ରହିଛି। ୨୦୦୯ରେ ଗଠିତ ବ୍ରିକ୍ସ ହେଉଛି ଏକମାତ୍ର ପ୍ରମୁଖ ଅନ୍ତର୍ଜାତୀୟ ଗୋଷ୍ଠୀ ଯେଉଁଥିରେ ଆମେରିକା ନାହିଁ।

ବ୍ରିକ୍ସର କିଛି ସଦସ୍ୟ ଦେଶ, ବିଶେଷତଃ ରୁଷିଆ ଏବଂ ଚାଇନା, ଆମେରିକୀୟ ଡଲାରର ବିକଳ୍ପ ଖୋଜୁଥିଲେ କିମ୍ବା ନିଜର ବ୍ରିକ୍ସ ମୁଦ୍ରା ସୃଷ୍ଟି କରିଥିଲେ। ଭାରତ ଏପର୍ଯ୍ୟନ୍ତ ଏହି ପଦକ୍ଷେପର ଅଂଶ ହୋଇନାହିଁ। ଶନିବାର ଟ୍ରମ୍ପ ଏଭଳି ପଦକ୍ଷେପ ବିରୋଧରେ ବ୍ରିକ୍ସ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି। ଟ୍ରୁଥ ସୋସିଆଲ ଉପରେ ଏକ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ବ୍ରିକ୍ସ ଦେଶଗୁଡିକ ଡଲାରରୁ ଦୂରେଇ ଯିବାକୁ ଚେଷ୍ଟା କରୁଛନ୍ତି।

The post ଭାରତକୁ ଖୋଲା ଧମକ ଦେଲେ ଟ୍ରମ୍ପ, କହିଲେ ସୁଧୁରିଯାଅ… appeared first on Dharitri Odia News.