ଭାରତକୁ ଚେତାବନୀ ଦେଲା ବାଂଲାଦେଶ: ଶେଖ୍ ହାସିନାଙ୍କୁ ନ ଛାଡ଼ିଲେ…
ଢାକା,୧୯।୧୦: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆଇନ ପରାମର୍ଶଦାତା ଆସିଫ ନାଜରୁଲ ଭାରତ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଚୁକ୍ତିରେ କୌଣସି ବ୍ୟବସ୍ଥା ଦର୍ଶାଇ ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣକୁ ପ୍ରତ୍ୟାଖ୍ୟାନ କରିବାକୁ ଚେଷ୍ଟା କରେ, ତେବେ ତାଙ୍କ ଦେଶ ଦୃଢ ବିରୋଧ କରିବ। ଦୁଇ ଦିନ ପୂର୍ବେ ଅନ୍ତର୍ଜାତୀୟ କ୍ରାଇମବ୍ରାଞ୍ଚ ହାସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲା। ନଭେମ୍ବର ୧୮ ସୁଦ୍ଧା ହାସିନା ଏବଂ ଅନ୍ୟ ୪୫ ଅଭିଯୁକ୍ତଙ୍କୁ ହାଜର […] The post ଭାରତକୁ ଚେତାବନୀ ଦେଲା ବାଂଲାଦେଶ: ଶେଖ୍ ହାସିନାଙ୍କୁ ନ ଛାଡ଼ିଲେ… appeared first on Dharitri Odia News.
ଢାକା,୧୯।୧୦: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆଇନ ପରାମର୍ଶଦାତା ଆସିଫ ନାଜରୁଲ ଭାରତ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଚୁକ୍ତିରେ କୌଣସି ବ୍ୟବସ୍ଥା ଦର୍ଶାଇ ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣକୁ ପ୍ରତ୍ୟାଖ୍ୟାନ କରିବାକୁ ଚେଷ୍ଟା କରେ, ତେବେ ତାଙ୍କ ଦେଶ ଦୃଢ ବିରୋଧ କରିବ। ଦୁଇ ଦିନ ପୂର୍ବେ ଅନ୍ତର୍ଜାତୀୟ କ୍ରାଇମବ୍ରାଞ୍ଚ ହାସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲା। ନଭେମ୍ବର ୧୮ ସୁଦ୍ଧା ହାସିନା ଏବଂ ଅନ୍ୟ ୪୫ ଅଭିଯୁକ୍ତଙ୍କୁ ହାଜର କରିବାକୁ ଟ୍ରିବ୍ୟୁନାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆସିଫ ନାଜରୁଲ ଗୁରୁତ୍ୱାରୋପ କରିଛନ୍ତି, ଯଦି ପ୍ରତ୍ୟର୍ପଣ ଚୁକ୍ତିନାମା ଏହାର ପ୍ରକୃତ ଅର୍ଥରେ ପାଳନ କରାଯାଏ, ତେବେ ଭାରତ ଶେଖ ହାସିନଙ୍କୁ ବାଂଲାଦେଶକୁ ପଠାଇବାକୁ ବାଧ୍ୟ। ସେ କହିଛନ୍ତି, ବାଂଲାଦେଶ ଏବଂ ଭାରତ ମଧ୍ୟରେ ପୂର୍ବରୁ ଏକ ପ୍ରତ୍ୟର୍ପଣ ଚୁକ୍ତି ହୋଇସାରିଛି। ସୁରକ୍ଷା କାରଣରୁ ସେ ଭାରତରେ ଅଛନ୍ତି। ନାଜରୁଲ ଗତ ମାସରେ ଏକ ଗଣମାଧ୍ୟମରେ ସୂଚନା ଦେଇ କହିଥିଲେ, ଏହି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହା, ବାଂଲାଦେଶ ଆନୁଷ୍ଠାନିକ ଭାବରେ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରିବ।
ବାଂଲାଦେଶ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ମଧ୍ୟବର୍ତ୍ତୀକାଳୀନ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ଏବଂ ହାସିନାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରିବେ। କାରଣ ଆଇସିଟି ତାଙ୍କ ତଥା ଆୱାମୀ ଲିଗ ନେତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି। ଏହି ସମୟରେ ଶେଖ ହସିନାଙ୍କ ପ୍ରତିଦ୍ୱନ୍ଦ୍ୱୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଆଡଭୋକେଟ ରୁହୁଲ କବୀର ରିଜଭି କହିଛନ୍ତି, ହସିନାଙ୍କୁ ଆଶ୍ରୟ ଦେବା ଜଣେ ହତ୍ୟାକାରୀ ଏବଂ ଅପରାଧୀଙ୍କୁ ଆଶ୍ରୟ ଦେବା ସଦୃଶ। ହସିନାଙ୍କୁ ଫେରାଇ ଆଣିବା ପାଇଁ ଆମକୁ ଉନ୍ନତ କୂଟବୈତିକ ବ୍ୟବହାର କରିବାକୁ ପଡ଼ିବ।
The post ଭାରତକୁ ଚେତାବନୀ ଦେଲା ବାଂଲାଦେଶ: ଶେଖ୍ ହାସିନାଙ୍କୁ ନ ଛାଡ଼ିଲେ… appeared first on Dharitri Odia News.