ଭାରତକୁ ଟାର୍ଗେଟ ମହଙ୍ଗା ପଡ଼ିଲା; ଭୁଶୁଡ଼ିଲା ମାଲଦ୍ୱୀପ ଅର୍ଥନୀତି

ଭାରତୀୟ ଟ୍ରାଭେଲ କମ୍ପାନୀମାନେ ଏବେ ମାଳଦ୍ୱୀପର ବୁକିଂ ବାତିଲ କରୁଛନ୍ତି ଏବଂ ପର୍ଯ୍ୟଟକମାନଙ୍କୁ ଲାକ୍ଷାଦ୍ୱୀପ ଯିବାକୁ ପରାମର୍ଶ ଦେଉଛନ୍ତି ।

ଭାରତକୁ ଟାର୍ଗେଟ ମହଙ୍ଗା ପଡ଼ିଲା; ଭୁଶୁଡ଼ିଲା ମାଲଦ୍ୱୀପ ଅର୍ଥନୀତି

ସୋସିଆଲ୍‌ ମିଡିଆରେ ଟ୍ରେଣ୍ତ କରୁଛି ‘#BoycottMaldives’ । ଲାକ୍ଷାଦ୍ୱୀପକୁ ନେଇ ଜୋର ଧରିଲା ମାଳଦ୍ୱୀପ ଝଡ଼ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନ ମନ୍ତବ୍ୟ ଦେଇ ସସପେଣ୍ଡ ହୋଇଛନ୍ତି ମାଳଦୀପର ୩ ମନ୍ତ୍ରୀ । ଭାରତୀୟ ଟ୍ରାଭେଲ କମ୍ପାନୀମାନେ ଏବେ ମାଳଦ୍ୱୀପର ବୁକିଂ ବାତିଲ କରୁଛନ୍ତି ଏବଂ ପର୍ଯ୍ୟଟକମାନଙ୍କୁ ଲାକ୍ଷାଦ୍ୱୀପ ଯିବାକୁ ପରାମର୍ଶ ଦେଉଛନ୍ତି । ଏଥିପାଇଁ ଟ୍ରାଭେଲ୍ କଂପାନିଗୁଡ଼ିକ ଲାକ୍ଷାଦ୍ୱୀପ ଯିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ଆରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦଳର କେତେକ ପ୍ରତିକ୍ରିୟାଶୀଳ ନେତା ଭାରତକୁ ଟାର୍ଗେଟ କରି ବିଭିନ୍ନ ପୋଷ୍ଟ କରିଥିଲେ । ଏହି ପୋଷ୍ଟକୁ ଦେଖି ମାଳଦ୍ୱୀପରେ ଛୁଟି କଟାଇବାକୁ ମନସ୍ଥ କରିଥିବା ଭାରତୀୟମାନେ ଏବେ ମାଳଦ୍ୱୀପ ଗସ୍ତ ବାତିଲ କରି ଲାକ୍ଷାଦ୍ୱୀପ ଯିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ବର୍ତ୍ତମାନ ‘ବୟକଟ ମାଳଦ୍ୱୀପ’ ଟ୍ରେଣ୍ଡ ଦେଖିବାକୁ ମିଳିଛି ଏବଂ ଦୁଇ ଦେଶର ସଂପର୍କ ତିକ୍ତ ହୋଇଉଠିଛି ।

ସୋସିଆଲ୍‌ ମିଡିଆ ୟୁଜରଙ୍କ ପୋଷ୍ଟକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଲାଗି ରହିଛି । ଏକ୍ସରେ ଜଣେ ୟୁଜର ଜଣେ ୟୁଜର ଲେଖିଛନ୍ତି, ‘ସରି ମାଳଦ୍ୱୀପ, ଆମର ଲାକ୍ଷାଦ୍ୱୀପ ଅଛି । ମୁଁ ଆତ୍ମନିର୍ଭରଶୀଳ’ ।