ଭାରତକୁ ଧୋକା ଦେଉଛନ୍ତି କମ୍ପାନୀ : ବିକୁଛନ୍ତି ଖରାପ ମାନର ଉତ୍ପାଦ, ପେପ୍ସିକୋ, ୟୁନିଲିଭର,ଡାନୋନେ ସାମିଲ୍‌

ନୂଆଦିଲ୍ଲୀ : ଦିନକୁ ଦିନ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ବଢ଼ିବାରେ ଲାଗିଛି। ଅଧିକ ଲାଭ ଆଶାରେ ମୁନାଫାଖୋର୍‌ ବ୍ୟବସାୟୀ ଏବଂ କମ୍ପାନୀ ଏଥିରେ ଅପମିଶ୍ରଣ କରୁଛନ୍ତି। ଅଜାଣତରେ ଲୋକଙ୍କୁ ବିଷ ଦେଉଛନ୍ତି। ଜନସାଧାରଣଙ୍କ ଜୀବନ ସହ ଖେଳୁଛନ୍ତି। ଏଥିଯୋଗୁ ଅକାଳରେ ଲୋକଙ୍କ ଜୀବନ ଯାଉଥିବାର ମଧ୍ୟ ନଜିର ରହିଛି। ଖରାପ ଖାଦ୍ୟ ଯୋଗୁ ବିଶ୍ବରେ ପ୍ରତି ୫ ଜଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ୮ ଜଣରୁ ଜଣେ କିଶୋର ମେଦବହୁଳତାର ଶିକାର ହେଉଛନ୍ତି। ପୁଷ୍ଟିକର ଖାଦ୍ୟ ନ […]

ଭାରତକୁ ଧୋକା ଦେଉଛନ୍ତି କମ୍ପାନୀ : ବିକୁଛନ୍ତି ଖରାପ ମାନର ଉତ୍ପାଦ, ପେପ୍ସିକୋ, ୟୁନିଲିଭର,ଡାନୋନେ ସାମିଲ୍‌
PepsiCo, Unilever and Danone selling products with lower health ratings in India

ନୂଆଦିଲ୍ଲୀ : ଦିନକୁ ଦିନ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ବଢ଼ିବାରେ ଲାଗିଛି। ଅଧିକ ଲାଭ ଆଶାରେ ମୁନାଫାଖୋର୍‌ ବ୍ୟବସାୟୀ ଏବଂ କମ୍ପାନୀ ଏଥିରେ ଅପମିଶ୍ରଣ କରୁଛନ୍ତି। ଅଜାଣତରେ ଲୋକଙ୍କୁ ବିଷ ଦେଉଛନ୍ତି। ଜନସାଧାରଣଙ୍କ ଜୀବନ ସହ ଖେଳୁଛନ୍ତି। ଏଥିଯୋଗୁ ଅକାଳରେ ଲୋକଙ୍କ ଜୀବନ ଯାଉଥିବାର ମଧ୍ୟ ନଜିର ରହିଛି। ଖରାପ ଖାଦ୍ୟ ଯୋଗୁ ବିଶ୍ବରେ ପ୍ରତି ୫ ଜଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ୮ ଜଣରୁ ଜଣେ କିଶୋର ମେଦବହୁଳତାର ଶିକାର ହେଉଛନ୍ତି। ପୁଷ୍ଟିକର ଖାଦ୍ୟ ନ ମିଳିବାରୁ ୧୫୦ ନିୟୁତ ଶିଶୁଙ୍କ ବିକାଶ ଠିକ୍‌ରେ ହୋଇପାରୁନି।

ଏପରି ସ୍ଥିତିରେ ଭୟଙ୍କର ରିପୋର୍ଟ ସାମ୍‌ନାକୁ ଆସିଛି। ନୁଡୁଲ୍ସ, କୋଲ୍ଡ ଡ୍ରିଙ୍କ କିମ୍ବା ଆଇସ୍‌କ୍ରିମ୍‌ ଭଳି ଖାଦ୍ୟ ପଦାର୍ଥରେ ଅପମିଶ୍ରଣ ହେଉଛି। ଏଭଳି ଉତ୍ପାଦକୁ ପସନ୍ଦ କରୁଥିବା ଲୋକଙ୍କୁ ସତର୍କର ହେବାର ଆବଶ୍ୟକତା ରହିଛି। କାରଣ ଏହା ପ୍ରସ୍ତୁତ କରୁଥିବା ଅନ୍ତର୍ଜାତୀୟ ସ୍ତରର କମ୍ପାନୀଗୁଡିକ ବି ଖରାପ ମାନର ସାମଗ୍ରୀ ବଜାରକୁ ଛାଡୁଛନ୍ତି। ଭାରତ ଭଳି ଅନେକ ରାଷ୍ଟ୍ରରେ ଏପରି କମ୍ପାନୀ ଖରାପ ମାନର ସାମଗ୍ରୀ ବିକ୍ରି କରୁଛନ୍ତି। ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। କିନ୍ତୁ ଧନୀ ଦେଶରେ ଉନ୍ନତ ମାନର ସାମଗ୍ରୀ ବିକ୍ରି କରୁଛନ୍ତି। ପେପ୍ସିକୋ, ୟୁନିଲିଭର, ଡାନୋନେ ଭଳି କମ୍ପାନୀ ଏଭଳି ସାମଗ୍ରୀ ସାରା ବିଶ୍ବରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏକ ଏନ୍‌ଜିଓ ଆସେସ ଟୁ ନ୍ୟଟ୍ରିସନ ଇନିସିଏଟିଭ (ଏଟିଏନ୍‌ଆଇ) ପଞ୍ଚମ ଇଣ୍ଡେକ୍ସ ରିପୋର୍ଟରେ ଏହି ଦାବି କରିଛି।

ପେପ୍ସିକୋ ଭାରତରେ ପେପ୍‌ସି, ସେଭନଅପ୍‌, ସ୍ଲାଇସ୍‌, ଷ୍ଟିଙ୍ଗ, ଲେଜ୍‌ ଚିପ୍ସ, କୁରକୁରେ ଆଦି ବିକ୍ରି କରୁଛି। ସେହିପରି ୟୁନିଲିଭର ହର୍ଲିକ୍ସ, ରେଡ୍‌ ଲେଭଲ୍‌ ଚା, ତାଜ ମହଲ ଚା, କ୍ଲୋଜ୍‌ଅପ୍‌ ଟୁଥ୍‌ପେଷ୍ଟ, କ୍ଲିନିକ୍‌ ପ୍ଲସ୍‌ ସାମ୍ପୁ ଏବଂ ଅଏଲ୍‌, ଡୋଭ୍‌ ସାବୁନ ଆଦି ବିକ୍ରି କରୁଛି। ଏହା ବ୍ୟତୀତ ଡାନୋନେ ବେବି ଫୁଡ୍‌ ଆଇଟମ୍ସ ବିକ୍ରି କରୁଛି। ଏଥିରେ ପ୍ରୋଟିନେକ୍ସ ସାମିଲ ରହିଛି।

ଏଟିଏନ୍ଆଇ ରିପୋର୍ଟରେ କୁହାଯାଇଛି ଯେ ପେପ୍ସିକୋ, ୟୁନିଲିଭର, ଡାନୋନେ ଭଳି ବିଦେଶୀ ପ୍ୟାକ୍‌ଜେଡ୍‌ ଫୁଡ୍‌ କମ୍ପାନୀଗୁଡିକ ଭାରତ ଏବଂ ଅନ୍ୟ କମ୍‌ ଆୟ ବିଶିଷ୍ଟ ଦେଶରେ ନିମ୍ମମାନର ତଥା ଅସ୍ବାସ୍ଥ୍ୟକର ଖାଦ୍ୟ ପଦାର୍ଥ ବିକ୍ରି କରୁଛନ୍ତି। ତେବେ ଉଚ୍ଚ ଆୟକାରୀ ରାଷ୍ଟ୍ରରେ ଏହି କମ୍ପାନୀ ବିକ୍ରି କରୁଥିବା ଖାଦ୍ୟ ପଦାର୍ଥର ‘ହେଲ୍‌ଦି ଷ୍ଟାର ରେଟିଂ’ ଅଧିକ ରହିଛି। ନିମ୍ନ ଏବଂ ମଧ୍ୟମ ଆୟକାରୀ ରାଷ୍ଟ୍ର ତାଲିକାରେ ଏଟିଏନ୍‌ଆଇ ଭାରତ ସହିତ ଇଥିଓପିଆ, ଘାନା, କେନିଆ, ନାଇଜେରିଆ, ପାକିସ୍ତାନ, ଫିଲିପିନ୍ସ, ତାଞ୍ଜାନିଆ ଏବଂ ଭିଏତନାମାକୁ ସାମିଲ କରାଯାଇଛି।

ରିପୋର୍ଟରେ ଉତ୍ପାଦର ମାନକୁ ଉଦାହରଣ ସହିତ ବୁଝା ଯାଇଛି। ଏହା ଅନୁଯାୟୀ ଲେଜ୍‌ ଚିପ୍ସ ଏବଂ ଟ୍ରପିକାନା ଜୁସ୍‌ ପ୍ରସ୍ତୁତକାରୀ ପେପ୍ସିକୋ ନିଜ ନ୍ୟୁଟ୍ରି-ସ୍କୋର ଏ/ବିକୁ ପୂରଣ କରୁଥିବା ଉତ୍ପାଦ ପ୍ରସ୍ତୁତ ଲାଗି ଲକ୍ଷ୍ୟ ରଖିଛି। ମାତ୍ର କେବଳ ୟୁରୋପୀୟ ସଂଘ (ଇୟୁ)ର ସ୍ନାକ୍ସ ପୋର୍ଟୋଫୋଲିଓରେ ଏହା କାର୍ଯ୍ୟକାରୀ ହେଉଛି। ସେହିପରି ୟୁନିଲିଭରର ଫୁଡ୍‌ ପ୍ରଡକ୍ଟରେ କ୍ବାଲିଟି ୱାଲ୍ସ, ମ୍ୟାଗ୍‌ନମ ଆଇସକ୍ରିମ ତଥା ନର୍‌ ସୁପ ଏବଂ ରେଡି-ଟୁ-କୁକ୍‌ ମିକ୍ସ ସାମିଲ ରହିଛି। ଡାନୋନେ ଭାରତରେ ପ୍ରୋଟିନେକ୍ସ ଏବଂ ଏପ୍ଟାମିଲ ଇନ୍‌ଫ୍ୟାଣ୍ଟ ଫର୍ମୁଲା ବିକ୍ରି କରୁଛି। ଆମେରିକାର ଏଟିଏନଆଇ ଇଣ୍ଡେକ୍ସ ଅନୁଯାୟୀ ହେଲ୍‌ଥ ଷ୍ଟାର ରେଟିଂ (ଏଚ୍‌ଏସ୍‌ଆର) ସିଷ୍ଟମରେ ଉତ୍ପାଦର ରେଟିଂକୁ ୫ ପଏଣ୍ଟରେ ଦର୍ଶା ଯାଇଥାଏ। ଏଥିରେ ୩.୫ରୁ ଉପରକୁ ସ୍ବାସ୍ଥ୍ୟ ଉପଯୁକ୍ତ ବୋଲି ଧରା ଯାଇଥାଏ। କିନ୍ତୁ ନିମ୍ନ ଏବଂ ମଧ୍ୟମ ଆୟକାରୀ ରାଷ୍ଟ୍ରରେ ଏହି କମ୍ପାନୀଗୁଡିକ ୧.୮ ପଏଣ୍ଟ ପାଇଥିବା ଉତ୍ପାଦ ବିକ୍ରି କରୁଛନ୍ତି। ସେହିପରି ଧନୀ ରାଷ୍ଟ୍ରରେ ଏହାର ମାନ ୨.୩ ପଏଣ୍ଟ ରହିଛି। ଏନ୍‌ଜିଏ ପରୀକ୍ଷଣରେ ୩୦ କମ୍ପାନୀର ୫୨, ୪୧୪ ଉତ୍ପାଦ ପରୀକ୍ଷଣ କରିଥିଲା। ଏଥିରୁ ମାତ୍ର ୩୧ ପ୍ରତିଶତ ତଥା ୧୬, ୪୬୭ ଉତ୍ପାଦ ୩.୫ ଏବଂ ଏହାଠାରୁ ଅଧିକ ରେଟିଂ ପାଇଥିଲା। ଏବେ କେବଳ ୩୦ ପ୍ରତିଶତ କମ୍ପାନୀ ସ୍ବାସ୍ଥ୍ୟକର ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି।