ଭାରତକୁ ବଦନାମ୍ କରିବାକୁ ଜାଣିଶୁଣି ଗୁପ୍ତ ତଥ୍ୟ ଲିକ୍; ଓ୍ବାଶିଂଟନ ପୋଷ୍ଟରେ କାନାଡାର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଧରାପଡ଼ିଲା କାନାଡ଼ର ଷଡ଼ଯନ୍ତ୍ର । ବିଷ ଓଗାଳୁଥିବା କାନାଡା ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିଥିଲା । ଭାରତକୁ ବଦନାମ କରିବାକୁ ଜାଣିଶୁଣି ଗୁଇନ୍ଦା ଏଜେନ୍ସିର ସମ୍ବେଦନଶୀଳ କାଗଜପତ୍ର ଲିକ୍ କରିଥିଲା । ଏନେଇ ଟ୍ରୁଡୋ ସରକାରଙ୍କ ଦୁଇ ବରିଷ୍ଠ ଅଧିକାରୀ ଆମେରିକାର ଓ୍ବାଶିଂଟନ ପୋଷ୍ଟ ଖବରକାଗଜରେ ସ୍ବୀକାର କରିଛନ୍ତି । ଦି ଗ୍ଲୋବାଲର ରିପୋର୍ଟ ମୁତାବକ, ଟ୍ରୁଡୋ ସରକାରର ଜାତୀୟ ସୁରକ୍ଷା ଏବଂ ଗୁଇନ୍ଦା ବିଭାଗର ପରାମର୍ଶଦାତା ନତାଲୀ ଡ୍ରୋଭିନ୍ ସଂସଦୀୟ ସମିତିକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ଶୀର୍ଷ ଅଧିକାରୀ କାନାଡାରେ ନିଜ୍ଜର଼କୁ ମାରିବା ଷଡ଼ଯନ୍ତ୍ର ସାମିଲ୍ ଥିଲେ । ଡ୍ରୋଭିନ କହିଛନ୍ତି, ଗୁପ୍ତ ତଥ୍ୟ ପ୍ରଘଟ କରିବାକୁ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରି ମିଳିନାହିଁ । ତଥାପି ଗୋପନୀୟ ଦସ୍ତାବିଚ୍ ଲିକ୍ କରିବା କମ୍ୟୁନିକେସନ ଷ୍ଟ୍ରାଟେଜିର ଏକ ଅଂଶ ଥିଲା । ଭାରତକୁ ବଦମାନ କରିବାକୁ ଚେଷ୍ଟା କରାଯାଇଥିଲା । କାନାଡାର ଉପ-ବିଦେଶ ମନ୍ତ୍ରୀ ଡେଭିଡ୍ ମୋରିସନ୍ କହିଛନ୍ତି, ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିଲା କୂଟନୈତିକ ବିବାଦ ଆମେରିକୀୟ ଖବରକାଗଜକୁ ଜଣାପଡ଼ିଛି ।କମ୍ୟୁନିକେସନ ଷ୍ଟ୍ରାଟେଜି ଉପରେ ପ୍ରଧାନମନ୍ତ୍ରୀ ଅଫିସ୍ ପୂରା ନଜର ରଖିଛି । ଏହାରି ମଧ୍ୟରେ ଅକ୍ଟୋବର ୧୩ ତାରିଖରେ ଓ୍ବାଶିଂଟନ ପୋଷ୍ଟ ଏକ ପବ୍ଲିକ୍ ରିପୋର୍ଟରେ କହିଛି, ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜି

ଭାରତକୁ ବଦନାମ୍ କରିବାକୁ ଜାଣିଶୁଣି ଗୁପ୍ତ ତଥ୍ୟ ଲିକ୍; ଓ୍ବାଶିଂଟନ ପୋଷ୍ଟରେ କାନାଡାର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଧରାପଡ଼ିଲା କାନାଡ଼ର ଷଡ଼ଯନ୍ତ୍ର । ବିଷ ଓଗାଳୁଥିବା କାନାଡା ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିଥିଲା । ଭାରତକୁ ବଦନାମ କରିବାକୁ ଜାଣିଶୁଣି ଗୁଇନ୍ଦା ଏଜେନ୍ସିର ସମ୍ବେଦନଶୀଳ କାଗଜପତ୍ର ଲିକ୍ କରିଥିଲା । ଏନେଇ ଟ୍ରୁଡୋ ସରକାରଙ୍କ ଦୁଇ ବରିଷ୍ଠ ଅଧିକାରୀ ଆମେରିକାର ଓ୍ବାଶିଂଟନ ପୋଷ୍ଟ ଖବରକାଗଜରେ ସ୍ବୀକାର କରିଛନ୍ତି । 

ଦି ଗ୍ଲୋବାଲର ରିପୋର୍ଟ ମୁତାବକ, ଟ୍ରୁଡୋ ସରକାରର ଜାତୀୟ ସୁରକ୍ଷା ଏବଂ ଗୁଇନ୍ଦା ବିଭାଗର ପରାମର୍ଶଦାତା ନତାଲୀ ଡ୍ରୋଭିନ୍ ସଂସଦୀୟ ସମିତିକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ଶୀର୍ଷ ଅଧିକାରୀ କାନାଡାରେ ନିଜ୍ଜର଼କୁ ମାରିବା ଷଡ଼ଯନ୍ତ୍ର ସାମିଲ୍ ଥିଲେ । ଡ୍ରୋଭିନ କହିଛନ୍ତି, ଗୁପ୍ତ ତଥ୍ୟ ପ୍ରଘଟ କରିବାକୁ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରି ମିଳିନାହିଁ । ତଥାପି ଗୋପନୀୟ ଦସ୍ତାବିଚ୍ ଲିକ୍ କରିବା କମ୍ୟୁନିକେସନ ଷ୍ଟ୍ରାଟେଜିର ଏକ ଅଂଶ ଥିଲା । ଭାରତକୁ ବଦମାନ କରିବାକୁ ଚେଷ୍ଟା କରାଯାଇଥିଲା । କାନାଡାର ଉପ-ବିଦେଶ ମନ୍ତ୍ରୀ ଡେଭିଡ୍ ମୋରିସନ୍ କହିଛନ୍ତି, ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିଲା କୂଟନୈତିକ ବିବାଦ ଆମେରିକୀୟ ଖବରକାଗଜକୁ ଜଣାପଡ଼ିଛି ।

କମ୍ୟୁନିକେସନ ଷ୍ଟ୍ରାଟେଜି ଉପରେ ପ୍ରଧାନମନ୍ତ୍ରୀ ଅଫିସ୍ ପୂରା ନଜର ରଖିଛି । ଏହାରି ମଧ୍ୟରେ ଅକ୍ଟୋବର ୧୩ ତାରିଖରେ ଓ୍ବାଶିଂଟନ ପୋଷ୍ଟ ଏକ ପବ୍ଲିକ୍ ରିପୋର୍ଟରେ କହିଛି, ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସିଙ୍ଗାପୁରରେ କାନାଡା ଏନଏସଏଙ୍କ ସହିତ ଗୁପ୍ତ ବୈଠକ କରିଛନ୍ତି । ଏହାକୁ ନେଇ ସଂସଦୀୟ ସମିତି, ଡ୍ରୋଭିନ୍ ଏବଂ ମୋରିସନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛି । ଏହା ସହିତ ଟ୍ରୁଡୋ ଏବଂ ତାଙ୍କ କ୍ୟାବିନେଟର ମନ୍ତ୍ରୀ ଏବଂ ଆରସିଏମପି କାହିଁକି ରିପୋର୍ଟକୁ ସାର୍ବଜନିକ ନକରି ଖବରକାଗଜ ଦେଲେ ବୋଲି ପ୍ରଶ୍ନ କରିଛନ୍ତି । 

ଗତବର୍ଷ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଖଲିସ୍ତାନୀ ସମର୍ଥକ ହରଦୀପ ସିଂହ ନିଜ୍ଜର ହତ୍ୟା ନେଇ ଭାରତକୁ ଦାୟୀ କରିଥିଲା । ଭାରତ ସରକାର ଏହାକୁ ବାରମ୍ବାର ଖଣ୍ଡନ କରିଆସୁଛନ୍ତି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି ।...