ଭାରତକୁ ମନେ ପକାଇଲା ପାକିସ୍ତାନ
ଇସଲାମାବାଦ,୨୪।୩: ଭାରତ ସହିତ ବାଣିଜି୍ୟକ ସମ୍ପର୍କର ପୁନରୁଦ୍ଧାର ସମ୍ପର୍କରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଦାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଭାରତ ସହ ବାଣିଜି୍ୟକ ସମ୍ପର୍କକୁ ପୁନର୍ଜୀବିତ କରିବାକୁ ଚିନ୍ତା କରୁଛି। ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ, ବ୍ରୁସେଲ୍ସରେ ଆଣବିକ ଶକ୍ତି ସମ୍ମିଳନୀରେ ଯୋଗଦେବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଦାର ଲଣ୍ଡନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆର୍ଥିକ ସଙ୍କଟ ଦେଇ ଗତି […] The post ଭାରତକୁ ମନେ ପକାଇଲା ପାକିସ୍ତାନ appeared first on Dharitri Odia News.
ଇସଲାମାବାଦ,୨୪।୩: ଭାରତ ସହିତ ବାଣିଜି୍ୟକ ସମ୍ପର୍କର ପୁନରୁଦ୍ଧାର ସମ୍ପର୍କରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଦାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଭାରତ ସହ ବାଣିଜି୍ୟକ ସମ୍ପର୍କକୁ ପୁନର୍ଜୀବିତ କରିବାକୁ ଚିନ୍ତା କରୁଛି।
ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ, ବ୍ରୁସେଲ୍ସରେ ଆଣବିକ ଶକ୍ତି ସମ୍ମିଳନୀରେ ଯୋଗଦେବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଦାର ଲଣ୍ଡନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ତାଙ୍କ ଦେଶର ବ୍ୟବସାୟ ସମ୍ପ୍ରଦାୟ ଭାରତ ସହିତ ପୁନର୍ବାର ବାଣଇଜ୍ୟ ଆରମ୍ଭ କରିବାକୁ ଅପେକ୍ଷା କରିଛି।
ବୈଦେଶିକ ମନ୍ତ୍ରୀ ଶନିବାର କହିଛନ୍ତି ଯେ ପାକିସ୍ତାନୀ ବ୍ୟବସାୟୀମାନେ ଚାହୁଁଛନ୍ତି ଯେ ଭାରତ ସହ ବାଣିଜ୍ୟ ଆରମ୍ଭ ହେଉ। ସେ କହିଛନ୍ତି ଯେ ଆମେ ଭାରତ ସହ ବାଣିଜି୍ୟକ ସମ୍ପର୍କ ସ୍ଥାପନ କରିବାକୁ ବିଚାର କରିବୁ। ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ଦାରଙ୍କ ଉଦ୍ଧେଶ୍ୟରେ କହିଛି ଯେ ଆମେ ଭାରତ ସହ ବାଣିଜ୍ୟ ପ୍ରସଙ୍ଗରେ ଗମ୍ଭୀର ଦୃଷ୍ଟି ଦେବୁ।
ସୂଚନାଯୋଗ୍ୟ ଯେ ଭାରତ ସରକାର ଧାରା ୩୭୦ ରଦ୍ଦ କରି ଜମ୍ମୁ କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ବାତିଲ କରିବା ପରେ ପାକିସ୍ତାନ ନୂଆଦିଲ୍ଲୀ ସହ କୂଟନୈତିକ ସମ୍ପର୍କ ହ୍ରାସ କରିଛି। ପାକିସ୍ତାନ କହିଛି ଯେ ଏହି ନିଷ୍ପତ୍ତି ପଡୋଶୀମାନଙ୍କ ମଧ୍ୟରେ କଥାବାର୍ତ୍ତାର ପରିବେଶକୁ ଦୁର୍ବଳ କରିଦେଇଛି।
ପାକିସ୍ତାନ କହିଛି ଯେ ଭାରତ ସହ ଆଲୋଚନା ଆରମ୍ଭ କରିବାର ପୂର୍ବ ସର୍ତ୍ତ ଭାବରେ ଭାରତକୁ କଶ୍ମୀରରେ ଏକପାଖିଆ ପଦକ୍ଷେପ ପ୍ରତ୍ୟାହାର କରିବାକୁ ପଡିବ। ତେବେ ଭାରତ ଏହି ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି ପାକିସ୍ତାନକୁ ସ୍ପଷ୍ଟ କରିଛି ଯେ ଜମ୍ମୁ କଶ୍ମୀର ଏବଂ ଲଦାଖର ସମଗ୍ର ୟୁନିଅନ ଟେରିଟୋରୀ ହେଉଛି ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ।
The post ଭାରତକୁ ମନେ ପକାଇଲା ପାକିସ୍ତାନ appeared first on Dharitri Odia News.