ଭାରତକୁ ୧୧୧ ରନର ବିଜୟ ଲକ୍ଷ୍ୟ ଦେଲା ଆମେରିକା, ଅର୍ଶଦୀପଙ୍କୁ ୪ ସଫଳତା
ନ୍ୟୁୟର୍କ: ଏଠାରେ ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଟି-୨୦ ବିଶ୍ଵକପ୍ ୨୦୨୪ର ୨୫ତମ ମୁକାବିଲାରେ ପ୍ରଥମ ଥର ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଆମେରିକା। ପ୍ରଥମେ ବ୍ୟାଟିଂ କରିଥିବା ଆମେରିକା ୮ ଓ୍ଵିକେଟ୍ ହରାଇ ୧୧୦ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି। ଦଳ ପକ୍ଷରୁ ନୀତିଶ କୁମାର ୨୭ ରନ ଓ ଷ୍ଟିଭେନ ଟେଲର ୨୪ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ଭାରତକୁ ତୃତୀୟ ମ୍ୟାଚ୍ ଜିତିବା ପାଇଁ ୧୧୧ ରନର ବିଜୟ ଲକ୍ଷ୍ୟ ମିଳିଛି। ବୋଲିଂରେ ଅର୍ଶଦୀପ ସିଂ ୪ ଓଭରରେ ମାତ୍ର ୯ ରନ ଦେଇ ୪ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୪ ରନରେ ୨ଟି ଓ୍ଵିକେଟ୍ ମିଳିଛି। ଏହା ପୂର୍ବ ମ୍ୟାଚ୍ରେ ଆମେରିକା ପାକିସ୍ତାନକୁ ହରାଇ ଚଳିତ ଟି-୨୦ ବିଶ୍ଵକପ୍ରେ ବଡ଼ ବିପର୍ଯ୍ୟୟ କରି ସାରିଛି। Also read: ଟିମ୍ ଇଣ୍ଡିଆକୁ ଘାରିଛି ଚିନ୍ତା, ସାମ୍ନାକୁ ଆସିଲା ୪ଟି ଦୁର୍ବଳତାଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆମେରିକାକୁ ଅର୍ଶଦୀପ ସିଂ ପ୍ରଥମ ବଲ୍ରେ ଝଟକା ଦେଇଥିଲେ। ସେ ଟି-୨୦ ବିଶ୍ଵକପ୍ରେ ପଦାର୍ପଣ କରିଥିବା ଶୟନ ଜହାଙ୍ଗୀରଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ। ଆଣ୍ଡ୍ରିଜ ଗୌସ ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ସେ କେବଳ ୨ ରନ କରି ପାଭିଲିୟନ ଫେରିଥିଲେ। ପାଓ୍ଵାର ପ୍ଲେର ପ୍ରଥମ ୬ ଓଭରରେ ଆମେରିକା ମାତ୍ର ୧୮ ରନ କରି ପାରିଥିଲା। ଆରୋନ ଜୋନ୍ସ ଓ ଷ୍ଟିଭନ ଟେ
ନ୍ୟୁୟର୍କ: ଏଠାରେ ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଟି-୨୦ ବିଶ୍ଵକପ୍ ୨୦୨୪ର ୨୫ତମ ମୁକାବିଲାରେ ପ୍ରଥମ ଥର ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଆମେରିକା। ପ୍ରଥମେ ବ୍ୟାଟିଂ କରିଥିବା ଆମେରିକା ୮ ଓ୍ଵିକେଟ୍ ହରାଇ ୧୧୦ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି। ଦଳ ପକ୍ଷରୁ ନୀତିଶ କୁମାର ୨୭ ରନ ଓ ଷ୍ଟିଭେନ ଟେଲର ୨୪ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ଭାରତକୁ ତୃତୀୟ ମ୍ୟାଚ୍ ଜିତିବା ପାଇଁ ୧୧୧ ରନର ବିଜୟ ଲକ୍ଷ୍ୟ ମିଳିଛି। ବୋଲିଂରେ ଅର୍ଶଦୀପ ସିଂ ୪ ଓଭରରେ ମାତ୍ର ୯ ରନ ଦେଇ ୪ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୪ ରନରେ ୨ଟି ଓ୍ଵିକେଟ୍ ମିଳିଛି। ଏହା ପୂର୍ବ ମ୍ୟାଚ୍ରେ ଆମେରିକା ପାକିସ୍ତାନକୁ ହରାଇ ଚଳିତ ଟି-୨୦ ବିଶ୍ଵକପ୍ରେ ବଡ଼ ବିପର୍ଯ୍ୟୟ କରି ସାରିଛି।
Also read: ଟିମ୍ ଇଣ୍ଡିଆକୁ ଘାରିଛି ଚିନ୍ତା, ସାମ୍ନାକୁ ଆସିଲା ୪ଟି ଦୁର୍ବଳତା
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆମେରିକାକୁ ଅର୍ଶଦୀପ ସିଂ ପ୍ରଥମ ବଲ୍ରେ ଝଟକା ଦେଇଥିଲେ। ସେ ଟି-୨୦ ବିଶ୍ଵକପ୍ରେ ପଦାର୍ପଣ କରିଥିବା ଶୟନ ଜହାଙ୍ଗୀରଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ। ଆଣ୍ଡ୍ରିଜ ଗୌସ ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ସେ କେବଳ ୨ ରନ କରି ପାଭିଲିୟନ ଫେରିଥିଲେ। ପାଓ୍ଵାର ପ୍ଲେର ପ୍ରଥମ ୬ ଓଭରରେ ଆମେରିକା ମାତ୍ର ୧୮ ରନ କରି ପାରିଥିଲା। ଆରୋନ ଜୋନ୍ସ ଓ ଷ୍ଟିଭନ ଟେଲର କ୍ରିଜରେ କିଛି ସମୟ ଜମିଥିଲେ ହେଁ ଜୋନ୍ସ ୧୧ ରନ କରି ପାଭିଲିୟନ ଫେରିଥିଲେ। ଭାରତୀୟ ଦଳର ଶାଣିତ ବୋଲିଂ ଯୋଗୁଁ ଆମେରିକା ପ୍ରଥମ ୧୦ ଓଭରରେ ୩ ଓ୍ଵିକେଟ୍ ହରାଇ ୪୨ ରନ କରିଥିଲା।
ଟେଲରଙ୍କଠୁ ଦଳ ବଡ଼ ଆଶା କରିଥିଲେ ହେଁ ସେ ୨୪ ରନ କରି ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ। ନୀତିଶ କୁମାର ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ ହେଁ ୨୩ ବଲ୍ରୁ ୨୭ ରନର ଉଲ୍ଲେଖନୀୟ ଇନିଂସ କରିଥିଲେ। ୧୫ ଓବରରେ ଆମେରିକା ୫ ଓ୍ଵିକେଟ୍ ହରାଇ ୮୧ ରନ କରିଥିଲା।କୋରି ଆଣ୍ଡରସନ ଦ୍ରୁତ ବ୍ୟାଟିଂ କରିବା ଚକ୍କରରେ ବଡ ସଟ୍ ଖେଳି ପାଭିଲିୟନ ଫେରିଥିଲେ। ଲଗାତାର ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଶେଷ ୨ ଓଭରରେ ଆମେରିକା ୧୦ ରନ କରିଥିଲା। ଶେଷରେ ଆମେରିକା ୮ ଓ୍ଵିକେଟ୍ ହରାଇ ୧୧୦ ରନ କରି ପାରିଥିଲା।
ବୋଲିଂରେ ଅର୍ଶଦୀପ ସିଂ ଘାତକ ବୋଲିଂ କରି ୪ ଓଭରରେ ୯ ରନ ଦେଇ ୪ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୧୪ ରନ ଦେଇ ୨ଟି ସଫଳତା ହାସଲ କରିଛନ୍ତି। ଅକ୍ଷର ପଟେଲଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।