ଭାରତର ଆକ୍ରମଣ ପରେ ପାକିସ୍ତାନର ଭାଙ୍ଗିଯାଇଛି ଅଣ୍ଟା, ଜାଣନ୍ତୁ କେତେ ହୋଇଛି କ୍ଷତି

ନନ୍ଦିଘୋଷ ବ୍ୟୁରୋ: ଭାରତ ପାକିସ୍ତାନ ମଧ୍ୟରେ ଏବେ ଯୁଦ୍ଧ ବିରତି ଘୋଷଣା ହୋଇଛି । ଏହା ପୂର୍ବରୁ କିନ୍ତୁ ଭାରତୀୟ... The post ଭାରତର ଆକ୍ରମଣ ପରେ ପାକିସ୍ତାନର ଭାଙ୍ଗିଯାଇଛି ଅଣ୍ଟା, ଜାଣନ୍ତୁ କେତେ ହୋଇଛି କ୍ଷତି appeared first on .

ଭାରତର ଆକ୍ରମଣ ପରେ ପାକିସ୍ତାନର ଭାଙ୍ଗିଯାଇଛି ଅଣ୍ଟା, ଜାଣନ୍ତୁ କେତେ ହୋଇଛି କ୍ଷତି

ନନ୍ଦିଘୋଷ ବ୍ୟୁରୋ: ଭାରତ ପାକିସ୍ତାନ ମଧ୍ୟରେ ଏବେ ଯୁଦ୍ଧ ବିରତି ଘୋଷଣା ହୋଇଛି । ଏହା ପୂର୍ବରୁ କିନ୍ତୁ ଭାରତୀୟ ସେନା ପାକିସ୍ତାନକୁ ବହୁ କ୍ଷତି ପହଞ୍ଚାଇଛି । ଭାରତୀୟ ସେନା ପାକିସ୍ତାନୀ ସ୍ଥଳ ଏବଂ ବାୟୁସେନା ଘାଟି ଉପରେ ଆକ୍ରମଣ କହିଥିଲା । ଯାହା ଫଳରେ ସ୍କାର୍ଡୁ, ଜାକୋବାବାଦ, ସରଗୋଡା ଏବଂ ଭୁଲାରି ଭଳି ବାୟୁସେନା କ୍ଷେତ୍ରକୁ ଗୁରୁତର କ୍ଷତି ପହଞ୍ଚାଇଥିଲା। ଏହା ବ୍ୟତୀତ ପାକିସ୍ତାନର ବାୟୁ ପ୍ରତିରକ୍ଷା ଏବଂ ରାଡାର ସିଷ୍ଟମ ମଧ୍ୟ ନଷ୍ଟ ହୋଇଯାଇଥିଲା। ଏହା ସ୍ପଷ୍ଟ କରୁଛି ଯେ ଭାରତୀୟ ସେନା ତାର କ୍ଷମତା ଏବଂ ରଣନୀତି ପ୍ରଦର୍ଶନ କରିଛି।

ଭାରତର ପ୍ରତିଆକ୍ରମଣରେ ପାକିସ୍ତାନର ବହୁତ କ୍ଷତି ହୋଇଛି। ପାକିସ୍ତାନର ଦୁଇଟି F-16 ଯୁଦ୍ଧ ବିମାନ ନଷ୍ଟ ହୋଇଥିଲା, ଯାହାର ମୂଲ୍ୟ ପ୍ରାୟ ହଜାରେ କୋଟି ଟଙ୍କା। ଏହା ବ୍ୟତୀତ ଭାରତ ପାକିସ୍ତାନର ୨ଟି JF-17 ଯୁଦ୍ଧ ବିମାନକୁ ମଧ୍ୟ ଖସାଇ ଦେଇଛି, ଯାହାର ମୂଲ୍ୟ ପ୍ରାୟ 2୪୦ କୋଟି ଟଙ୍କା। ଭାରତ ପାକିସ୍ତାନର ପଞ୍ଜାବରେ ପାକିସ୍ତାନର ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ୍ (AWACS) ସଜ୍ଜିତ ବିମାନକୁ ମଧ୍ୟ ନଷ୍ଟ କରିଦେଇଛି, ଯାହାର ମୂଲ୍ୟ ପ୍ରାୟ ୫,୮୪୫ କୋଟି ଟଙ୍କା। ଯଦି ଆମେ ଏସବୁକୁ ମିଶାଇବା, ତେବେ ପାକିସ୍ତାନର ମୋଟ କ୍ଷତି ପ୍ରାୟ ୭୦୮୫ କୋଟି ଟଙ୍କା ହେବ।

ପାକିସ୍ତାନକୁ ୨.୪ ବିଲିୟନ ଡଲାର ବା ୨୦,୩୭୧ କୋଟି ଟଙ୍କା ଋଣ ଦେଇଛି, କିନ୍ତୁ ମାତ୍ର ତିନି ଦିନରେ ପାକିସ୍ତାନ ଏହାଠାରୁ ଅଧିକ କ୍ଷତି ସହିଛି।

The post ଭାରତର ଆକ୍ରମଣ ପରେ ପାକିସ୍ତାନର ଭାଙ୍ଗିଯାଇଛି ଅଣ୍ଟା, ଜାଣନ୍ତୁ କେତେ ହୋଇଛି କ୍ଷତି appeared first on .