ଭାରତର ଆକ୍ରମଣକୁ ମାନିଲା ପାକିସ୍ତାନ; ପ୍ରତିକ୍ରିୟା ରଖି ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ଭାରତ ଆକ୍ରମଣରେ ପାକିସ୍ତାନର ବ୍ୟାପକ ଘଟିଛି କ୍ଷତି। ଏହା ମାନିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ନୂର... The post ଭାରତର ଆକ୍ରମଣକୁ ମାନିଲା ପାକିସ୍ତାନ; ପ୍ରତିକ୍ରିୟା ରଖି ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ appeared first on .
ନନ୍ଦିଘୋଷ ବ୍ୟୁରୋ: ଭାରତ ଆକ୍ରମଣରେ ପାକିସ୍ତାନର ବ୍ୟାପକ ଘଟିଛି କ୍ଷତି। ଏହା ମାନିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ନୂର ଖାନ ଏୟାରବେସର ହୋଇଛି ବ୍ୟାପକ କ୍ଷତି। ଭାରତୀୟ ବାୟୁସେନା ଆକ୍ରମଣକୁ ସ୍ଵୀକାର କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ। ଗତ ୯ ଏବଂ ୧୦ ମଧ୍ୟରାତ୍ରୀ ସାଢେ ୨ଟାରେ ହୋଇଥିଲା ଆକ୍ରମଣ। ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଫୋନ କରି ଜଣାଇଥିଲେ ସେନାମୁଖ୍ୟ ଜେନେରାଲ ଆସୀମ ମୁନିର। ଭାରତ ଆକ୍ରମଣର ସୂଚନା ଦେଇଥିଲେ ମୁନିର। ନୂର ଖାନ ଏୟାରବେସ ଉପରେ ଆକ୍ରମଣ ହୋଇଥିବା କହିଥିଲେ। ୯-୧୦ ତାରିଖ ରାତି ପ୍ରାୟ ୨ଟା ୩୦ ସମୟରେ ଜେନେରାଲ ସୟଦ ଅସୀମ ମୁନିର ଫୋନ୍ କରି ଜଣାଇଥିଲେ ଯେ ଭାରତୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନୁର ଖାନ ଏୟାରବେସ୍ ଏବଂ ଅନ୍ୟ କିଛି ଅଞ୍ଚଳରେ ପଡ଼ିଛି। ପାକିସ୍ତାନର ବାୟୁସେନା ଦେଶକୁ ସୁରକ୍ଷା ଦେବା ପାଇଁ ପାକିସ୍ତାନ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥିଲା। ସେମାନେ ଚୀନ୍ ଯୁଦ୍ଧ ବିମାନରେ ଆଧୁନିକ ଗ୍ୟାଜେଟ୍ ଏବଂ ପ୍ରଯୁକ୍ତିବିଦ୍ୟା ମଧ୍ୟ ବ୍ୟବହାର କରିଥିଲେ ବୋଲି ଶେହବାଜ କହିଛନ୍ତି।
ପାକିସ୍ତାନ ବାୟୁସେନାର ନୁର ଖାନ ବେସ୍ ପଞ୍ଜାବ ପ୍ରଦେଶର ରାୱଲପିଣ୍ଡି ଉପକଣ୍ଠ ଚକଲାଲାରେ ଅବସ୍ଥିତ। ଏହି ଏୟାରବେସ୍ ମୂଳତଃ ବ୍ରିଟିଶ ରୟାଲ୍ ବାୟୁସେନା ଦ୍ୱାରା ବିକଶିତ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ମିତ୍ର ସୈନ୍ୟମାନଙ୍କ ପାଇଁ ଏଠାରେ ପାରାସୁଟ୍ ତାଲିମ କାର୍ଯ୍ୟ କରାଯାଇଥିଲା। ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ଏହି ବେସ୍ ପାକିସ୍ତାନ ବାୟୁସେନା ପାଇଁ ମୁଖ୍ୟ ପରିବହନ ଏବଂ ଲଜିଷ୍ଟିକ୍ସ କେନ୍ଦ୍ର ମଧ୍ୟରୁ ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହୋଇଥିଲା। କିଛି ବର୍ଷ ପୂର୍ବରୁ ନୂଆ ଇସଲାମାବାଦ ଆନ୍ତର୍ଜାତୀୟ ବିମାନବନ୍ଦର କାର୍ଯ୍ୟକ୍ଷମ ପୂର୍ବରୁ ବେନଜିର ଭୁଟ୍ଟୋ ଆନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଏହି ସ୍ଥାନରୁ ପରିଚାଳିତ ହେଉଥିଲା।
The post ଭାରତର ଆକ୍ରମଣକୁ ମାନିଲା ପାକିସ୍ତାନ; ପ୍ରତିକ୍ରିୟା ରଖି ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ appeared first on .