ଭାରତର କ୍ଲିନ୍ ଏନର୍ଜୀ ୨୦୩୦ ଟାର୍ଗେଟ୍ ପୂରା ହେବ ତ ?

ନୂଆଦିଲ୍ଲୀ: ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ତଥା ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲଗାତାର ଉଦ୍ୟମ ଜାରି ରହିଛି।ଖୋଜାଚାଲିଛି ଏହାର ବିକଳ୍ପ ସୁବିଧା। ଅକ୍ଷୟ ଉର୍ଜା ତଥା ଗ୍ରୀନ ଏନର୍ଜୀକୁ ଜୀବାଶ୍ମ ଇନ୍ଧନର ବଡ଼ ବିକଳ୍ପ ଭାବରେ ଦେଖାଯାଉଛି। ଅକ୍ଷୟ ଶକ୍ତିର ବ୍ୟବହାର ଏବଂ ଉତ୍ପାଦନ ଉପରେ ସରକାର ମଧ୍ୟ  ବିଶେଷ ଧ୍ୟାନ ଦେଉଛନ୍ତି।ଅକ୍ଷୟ ଶକ୍ତିର ଏକ ବଡ଼ ଦିଗ ହେଲା ସୌର ଶକ୍ତି।ରିପୋର୍ଟ ଅନୁସାରେ, ଭାରତରେ ସୌରଶକ୍ତି ଉତ୍ପାଦନ କ୍ଷମତା ବଢ଼ିଛି। ସରକାର ସୌରଶକ୍ତିକୁ ଆଗକୁ ବଢାଇବାକୁ ଚାହୁଁଥିବା ବେଳେ କିଛି ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି। ପଢ଼ନ୍ତୁ ରିପୋର୍ଟ...Mercom (ମର୍କମ୍) ଇଣ୍ଡିଆର ‘ଷ୍ଟେଟ ଅଫ୍ ସୋଲାର ପିଭି ମ୍ୟାନୁଫାକୁଚରିଂ ଇନ୍‌ ଇଣ୍ଡିଆ 1H ୨୦୨୪’ ରିପୋର୍ଟ ଅନୁଯାୟୀ, ଭାରତ ସୌର ଶକ୍ତି କ୍ଷେତ୍ରରେ ବେଶ୍ ଭଲ ପ୍ରଦର୍ଶନ କରୁଛି। ୨୦୨୪ର ପ୍ରଥମାର୍ଦ୍ଧରେ ଦେଶର ସୋଲାର ମଡ୍ୟୁଲ ଏବଂ ସେଲ୍ ଉତ୍ପାଦନ କ୍ଷମତାରେ ବୃଦ୍ଧି ହୋଇଛି। ଏହି ସମୟରେ ଦେଶର ସୋଲର ମଡ୍ୟୁଲ ଉତ୍ପାଦନ କ୍ଷମତା ୧୧.୩ ଗିଗାୱାଟ ବୃଦ୍ଧି ପାଇଥିବାବେଳେ ସୋଲାର ସେଲ ଉତ୍ପାଦନ କ୍ଷମତା ୨  ଗିଗାୱାଟରେ ପହଞ୍ଚିଛି। ଏହି ବୃଦ୍ଧି ସୌର ଶକ୍ତିର ଏବଂ ବିଭିନ୍ନ ସୌର ପ୍ରକଳ୍ପ କାରଣରୁ ସମ୍ଭବ ହୋଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତ ୨୦୨୪-୨୬ ମଧ୍ୟରେ ୧୩୨.୭ ଗିଗାୱାଟର ସୌର ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ରିପୋର୍ଟ

ଭାରତର କ୍ଲିନ୍ ଏନର୍ଜୀ ୨୦୩୦ ଟାର୍ଗେଟ୍ ପୂରା ହେବ ତ ?

ନୂଆଦିଲ୍ଲୀ: ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ତଥା ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲଗାତାର ଉଦ୍ୟମ ଜାରି ରହିଛିଖୋଜାଚାଲିଛି ଏହାର ବିକଳ୍ପ ସୁବିଧା। ଅକ୍ଷୟ ଉର୍ଜା ତଥା ଗ୍ରୀନ ଏନର୍ଜୀକୁ ଜୀବାଶ୍ମ ଇନ୍ଧନର ବଡ଼ ବିକଳ୍ପ ଭାବରେ ଦେଖାଯାଉଛି। ଅକ୍ଷୟ ଶକ୍ତିର ବ୍ୟବହାର ଏବଂ ଉତ୍ପାଦନ ଉପରେ ସରକାର ମଧ୍ୟ  ବିଶେଷ ଧ୍ୟାନ ଦେଉଛନ୍ତିଅକ୍ଷୟ ଶକ୍ତିର ଏକ ବଡ଼ ଦିଗ ହେଲା ସୌର ଶକ୍ତି
ରିପୋର୍ଟ ଅନୁସାରେଭାରତରେ ସୌରଶକ୍ତି ଉତ୍ପାଦନ କ୍ଷମତା ବଢ଼ିଛି। ସରକାର ସୌରଶକ୍ତିକୁ ଆଗକୁ ବଢାଇବାକୁ ଚାହୁଁଥିବା ବେଳେ କିଛି ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି ପଢ଼ନ୍ତୁ ରିପୋର୍ଟ...

Mercom (ମର୍କମ୍) ଇଣ୍ଡିଆର ‘ଷ୍ଟେଟ ଅଫ୍ ସୋଲାର ପିଭି ମ୍ୟାନୁଫାକୁଚରିଂ ଇନ୍‌ ଇଣ୍ଡିଆ 1H ୨୦୨୪’ ରିପୋର୍ଟ ଅନୁଯାୟୀ, ଭାରତ ସୌର ଶକ୍ତି କ୍ଷେତ୍ରରେ ବେଶ୍ ଭଲ ପ୍ରଦର୍ଶନ କରୁଛି। ୨୦୨୪ର ପ୍ରଥମାର୍ଦ୍ଧରେ ଦେଶର ସୋଲାର ମଡ୍ୟୁଲ ଏବଂ ସେଲ୍ ଉତ୍ପାଦନ କ୍ଷମତାରେ ବୃଦ୍ଧି ହୋଇଛି। ଏହି ସମୟରେ ଦେଶର ସୋଲର ମଡ୍ୟୁଲ ଉତ୍ପାଦନ କ୍ଷମତା ୧୧.୩ ଗିଗାୱାଟ ବୃଦ୍ଧି ପାଇଥିବାବେଳେ ସୋଲାର ସେଲ ଉତ୍ପାଦନ କ୍ଷମତା ୨  ଗିଗାୱାଟରେ ପହଞ୍ଚିଛି। ଏହି ବୃଦ୍ଧି ସୌର ଶକ୍ତିର ଏବଂ ବିଭିନ୍ନ ସୌର ପ୍ରକଳ୍ପ କାରଣରୁ ସମ୍ଭବ ହୋଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତ ୨୦୨୪-୨୬ ମଧ୍ୟରେ ୧୩୨.୭ ଗିଗାୱାଟର ସୌର ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। 

ରିପୋର୍ଟ ଅନୁଯାୟୀ, ଜୁନ୍ ୨୦୨୪ ସୁଦ୍ଧା, ଭାରତର ସମନ୍ୱିତ ସୋଲାର ମଡ୍ୟୁଲ ଉତ୍ପାଦନ କ୍ଷମତା  ୭୭.୨ ଗିଗାୱାଟ (GW)ରେ ପହଞ୍ଚିଥିବାବେଳେ ସୋଲାର ସେଲ୍‌ର ଉତ୍ପାଦନ କ୍ଷମତା ୭.୬ GW ରହିଛି। ପ୍ରାୟ ୧୦ଟି କମ୍ପାନି ୫୮% ସୋଲାର ମଡ୍ୟୁଲ ଉତ୍ପାଦନ କରୁଛନ୍ତି। ସେହିଭଳି ଏହି କମ୍ପାନିଗୁଡ଼ିକ ୧୦୦ ପ୍ରତିଶତ ସେଲ୍ ଉତ୍ପାଦନ କରୁଛନ୍ତି। ଆଉ ଆଗକୁ ଭାରତର ସୋଲାର ମଡ୍ୟୁଲ ଉତ୍ପାଦନ କ୍ଷମତା ୧୭୨ ଗିଗାୱାଟକୁ ବୃଦ୍ଧି ପାଇବ ଏବଂ ୨୦୨୬ ସୁଦ୍ଧା ସୋଲାର ସେଲ୍ ଉତ୍ପାଦନ କ୍ଷମତା ପ୍ରାୟ ୮୦ ଗିଗାୱାଟ ଛୁଇଁବ ବୋଲି ଆକଳନ କରାଯାଇଛି। 

ବର୍ତ୍ତମାନ ସୋଲାର ପିଭି ସାମଗ୍ରୀ ଉତ୍ପାଦନରେ ଗୁଜୁରାଟ ଆଗରେ ରହିଛି। ଏଠାରୁ ପ୍ରାୟ ୪୫% ସୋଲାର ମଡ୍ୟୁଲ ଏବଂ ୫୨% ସୋଲାର ସେଲ ନିର୍ମାଣ ହେଉଛି। ଏହା ପଛକୁ ତାମିଲନାଡୁ, ରାଜସ୍ଥାନ, ତେଲେଙ୍ଗାନା ଏବଂ ହିମାଚଳ ପ୍ରଦେଶ ରହିଛନ୍ତି। 

ନିକଟରେ ଜର୍ମାନୀରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବା ଅବସରରେ ଅକ୍ଷୟ ଉର୍ଜା ମନ୍ତ୍ରୀ ପ୍ରହଲ୍ଲାହ ଯୋଶୀ ଦେଶର ଉପଲବ୍ଧି ବଖାଣିଥିଲେ। ଭାରତ, ଅକ୍ଷୟ ଉର୍ଜା ଦିଗରେ ମହତ୍ବପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ଗତ ୧୦ ବର୍ଷରେ ସୌର ଶକ୍ତି କ୍ଷମତା ୩୩ ଗୁଣା ବଢ଼ିଛି। ଜଳବାୟୁ ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ହାସଲ କରିବାରେ ଭାରତ ଏକମାତ୍ର ଜି୨୦ ଦେଶ ବୋଲି ମନ୍ତ୍ରୀ କହିଥିଲେ।   

କେନ୍ଦ୍ରମନ୍ତ୍ରୀ କହିଥିଲେ ୨୦୧୪ ପରଠାରୁ ଭାରତର ଅକ୍ଷୟ ଶକ୍ତି କ୍ଷମତାରେ ବୃଦ୍ଧି ହୋଇଛି। ଯାହା ପୂର୍ବରୁ ୭୫ ଗିଗାୱାଟ ଥିଲା ତାହା ଏବେ ୨୦୮ ଗିଗାୱାଟରୁ ଅଧିକ ହୋଇଛି। ସେହିଭଳି ସମୁଦାୟ ଆରଆଇ ୧୯୩.୫ ବିଲିୟନ ୟୁନିଟରୁ ବଢ଼ି ୩୬୦ ବିଲିୟନ ୟୁନିଟ ହୋଇଛି। ସେହିଭଳି ଗ୍ରୀନ ଏନର୍ଜୀ ଦ୍ୱାରା ନେଟ୍ ଜିରୋ ଏମିସନ ପ୍ରାପ୍ତ କରିବା ଦିଗରେ ଆମେ ଆଗକୁ ବଢ଼ୁଛୁ ବୋଲି ମନ୍ତ୍ରୀ କହିଛନ୍ତି।  

ଅକ୍ଷୟ ଶକ୍ତିର ଭାରତ ଉନ୍ନତି କରୁଛି ସତ ହେଲେ ଏବେ ବି କିଛି ମୁଖ୍ୟ ଚ୍ୟାଲେଞ୍ଜ ରହିଛି। ସୋଲାର ସେକ୍ଟରରେ ଘୋଷଣା ହୋଇଥିବା ପ୍ରକଳ୍ପର କାର୍ଯ୍ଯକାରୀରେ ଅବହେଳା, ମୂଲ୍ୟ ବୃଦ୍ଧି, ଦକ୍ଷ ଶ୍ରମିକଙ୍କ ଅଭାବ ଓ ନୂଆ ନୂଆ ଟେକ୍ନୋଲୋଜୀକୁ ଯଦି ବ୍ୟବହାର କରା ନଯାଏ ତେବେ ସୌର ଶକ୍ତି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ। ଭାରତର ନେଟ୍ ଜିରୋ ଏମିସନ ଲକ୍ଷ ପୂରା ହୋଇ ନପାରେ। 

ମରକମର ରିପୋର୍ଟରେ ସୋଲାର ଆମଦାନୀ ଆକାଶଛୁଆଁ ହୋଇଥିବା କଥା  କୁହାଯାଇଛି। କାରଣ ଚଳିତ ବର୍ଷ ୧୩.୨ ଗିଗାଓ୍ବାଟର ମଡ୍ୟୁଲ ଆମଦାନୀ ହୋଇଛି। ଯାହା ବାର୍ଷିକ ତୁଳନାରେ ୩୩୮ ପ୍ରତିଶତ ଅଧିକ। ସେହିଭଳି ୧୫.୫ ଗିଗାଓ୍ବାଟର ସୋଲାର ସେଲ ଆମଦାନୀ ସହ ଏଥିରେ ମଧ୍ୟ ୧୬% ବୃଦ୍ଧି ହୋଇଛି। 
ସେହିପରି ଘୋଷଣା ହୋଇଥିବା ସମ୍ଭାବ୍ୟ ପ୍ରକଳ୍ପଗୁଡ଼ିକ ବିଳମ୍ବ କରିବା ଏବଂ ମୂଲ୍ୟ ଅଧିକ ରଖିବା ଫଳରେ ଭାରତର ଅକ୍ଷୟ ଶକ୍ତି ବିକାଶ ଦିଗରେ ବାଧା ସୃଷ୍ଟି ହେବ ବୋଲି ମର୍କମ୍ କ୍ୟାପିଟାଲ୍ ଗ୍ରୁପ୍ ର ସିଇଓ ରାଜ ପ୍ରଭାସ। ସେପଟେ, ପ୍ରତିଷ୍ଠିତ ରେଟିଂ ଏଜେନ୍ସୀ S&P ତା ରିପୋର୍ଟ  କହିଛି ଯେ ଭାରତର ସୌର ସେକ୍ଟର ୨୦୩୦ ପର୍ଯ୍ୟନ୍ତ ଉଲ୍ଲେଖନୀୟ ବୃଦ୍ଧି ହେବ। ତଥାପି ଟେକ୍ନୋଲୋଜିରେ ସୃଜନଶୀଳତାର ଅଭାବ ଏବଂ କୁଶଳୀ ଶ୍ରମିକ ଅଭାବ ଭଳି ଚାଲେଞ୍ଜ ସୃଷ୍ଟି ହୋଇପାରେ। ଆଉ ଯଦି ଏହି ଚାଲେଞ୍ଜର ଠିକ୍ ଭାବରେ ସାମ୍ନା ନକରାଯାଏ ତେବେ ଭାରତ ଏହାର ଗ୍ରୀନ ଏନର୍ଜୀ ଲକ୍ଷ୍ୟରୁ ବିଚ୍ୟୁତ ହୋଇପାରେ।

ଭାରତ ସରକାରଙ୍କ ଲକ୍ଷ୍ୟ ରହିଛି ୨୦୩୦ ସୁଦ୍ଧା ଅଣଜୀବାଶ୍ମ ଇନ୍ଧନରୁ ୫୦ ପ୍ରତିଶତ ବିଜୁଳି ଉତ୍ପାଦନ କରିବା। ସରକାର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ପାଇଁ ଅନେକ ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏଥିରେ ଆମଦାନୀ ବସ୍ତୁ ଉପରେ ସୀମା ଶୁଳ୍କ ଏବଂ ଜିଏସଟି ବଢ଼ାଇବା ଇତ୍ୟାଦି ସାମିଲ ରହିଛି। ପିଏଲଆଇ ଯୋଜନା ମଧ୍ୟ ସାମିଲ ରହିଛି। ଯାହାଦ୍ବାରା ଘରୋଇ ଉତ୍ପାଦନ ଏବଂ ସୃଜନଶୀଳତାକୁ ପ୍ରୋତ୍ସାହନ ମିଳିବ।