ଭାରତର ପରମାଣୁ ଶକ୍ତି ଦେଖିଲା ବିଶ୍ୱ; ଚିନ୍ତାରେ ଡ୍ରାଗନ ଓ ପାକିସ୍ତାନ

କନକ ବ୍ୟୁରୋ : ବିଶ୍ୱକୁ ମିଳିଲା ଭାରତର ପରମାଣୁ ଶକ୍ତିର ପରିଚୟ । ସମୁଦ୍ରରେ ପରମାଣୁ କ୍ଷମତା ସମ୍ପର୍ଣ୍ଣ ମିସାଇଲର ପରୀକ୍ଷଣ କରି ଶକ୍ତି ଦେଖାଇଲା ନୌସେନାର ଘାତକ ବୁଡ଼ା ଜାହାଜ ଆଇଏନଏସ ଆରିଘାତ । ନୌସେନାରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ଏହି ବୁଡ଼ାଜାହାଜରୁ ମିସାଇଲ ପରୀକ୍ଷଣ କରାଯାଇଛି । ଯାହା ଶତପ୍ରତିଶତ ସଫଳ ହୋଇଛି । ଆରିଘାତର ଶକ୍ତି ଦେଖିବା ପରେ ଏବେ ଭାରତର ଦୁଇ ପଡ଼ୋଶୀ ତଥା ଶତ୍ରୁ ଦେଶ ଚୀନ ଓ ପାକିସ୍ତାନକୁ ଲାଗିଛି ବଡ଼ ଝଟକା । କାହିଁକି ନା ଏବେ ଆରିଘାତ ଶକ୍ତିରେ ଶକ୍ତିମାନ ହୋଇଛି ଭାରତ । ସମୁଦ୍ର ମଝିରେ ଶତ୍ରୁକୁ ନିପାତ ପରିବାରେ ସମ୍ପୂର୍ଣ୍ଣ ସକ୍ଷମ । ଆଜି ଆରିଘାତରୁ ବାଲିଷ୍ଟିକ ମିସାଇଲ କେ-୪ର ପରୀକ୍ଷଣ କରାଯାଇଛି । ଜାଣନ୍ତୁ କେତେ ଶକ୍ତିଶାଳୀ ଏହି କେ-୪ ମିସାଇଲ ପାଣି ଭିତରେ ପରାକ୍ରମ ଡିଆରଡିଓ ପକ୍ଷରୁ ପ୍ରସ୍ତୁତ ହୋଇଛି କେ-୪ ମିସାଇଲ ଏହା କେବଳ ବୁଡ଼ା ଜାହାଜ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରେ ଏହି କ୍ଷେପଣାସ୍ତ୍ର ଏହି ମିସାଇଲର ଓଜନ ହେଉଛି ୧୭ଟନ୍‌ ଏଥିରେ ୨.୫ ଟନ ଓଜନ ଯୁଦ୍ଧାସ୍ତ୍ର ଖଞ୍ଜାଯାଇ ପାରିବ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୩୫୦୦ କିଲୋମିଟର ଏହି ମିସାଇଲରେ କଠିନ ଇନ୍ଧନର ବ୍ୟବହାର କରାଯାଏ ଏହାର ଗତି ହେଉଛି ୭.୫ ମ୍ୟାକ୍‌ ଶଦ୍ଦର ବେଗଠାରୁ ସାଢ଼େ ୭ ଗୁଣ ବେଗରେ ଗତି କରିପାରେ ଏହି କ୍ଷେପଣାସ୍ତ୍ରକୁ ରାଡାରରେ ଟ୍ରାକ୍‌ କରିବା ଅସମ୍ଭବ

ଭାରତର ପରମାଣୁ ଶକ୍ତି ଦେଖିଲା ବିଶ୍ୱ; ଚିନ୍ତାରେ ଡ୍ରାଗନ ଓ ପାକିସ୍ତାନ

କନକ ବ୍ୟୁରୋ : ବିଶ୍ୱକୁ ମିଳିଲା ଭାରତର ପରମାଣୁ ଶକ୍ତିର ପରିଚୟ । ସମୁଦ୍ରରେ ପରମାଣୁ କ୍ଷମତା ସମ୍ପର୍ଣ୍ଣ ମିସାଇଲର ପରୀକ୍ଷଣ କରି ଶକ୍ତି ଦେଖାଇଲା ନୌସେନାର ଘାତକ ବୁଡ଼ା ଜାହାଜ ଆଇଏନଏସ ଆରିଘାତ । ନୌସେନାରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ଏହି ବୁଡ଼ାଜାହାଜରୁ ମିସାଇଲ ପରୀକ୍ଷଣ କରାଯାଇଛି । ଯାହା ଶତପ୍ରତିଶତ ସଫଳ ହୋଇଛି ।

ଆରିଘାତର ଶକ୍ତି ଦେଖିବା ପରେ ଏବେ ଭାରତର ଦୁଇ ପଡ଼ୋଶୀ ତଥା ଶତ୍ରୁ ଦେଶ ଚୀନ ଓ ପାକିସ୍ତାନକୁ ଲାଗିଛି ବଡ଼ ଝଟକା । କାହିଁକି ନା ଏବେ ଆରିଘାତ ଶକ୍ତିରେ ଶକ୍ତିମାନ ହୋଇଛି ଭାରତ । ସମୁଦ୍ର ମଝିରେ ଶତ୍ରୁକୁ ନିପାତ ପରିବାରେ ସମ୍ପୂର୍ଣ୍ଣ ସକ୍ଷମ । ଆଜି ଆରିଘାତରୁ ବାଲିଷ୍ଟିକ ମିସାଇଲ କେ-୪ର ପରୀକ୍ଷଣ କରାଯାଇଛି ।

ଜାଣନ୍ତୁ କେତେ ଶକ୍ତିଶାଳୀ ଏହି କେ-୪ ମିସାଇଲ

  • ପାଣି ଭିତରେ ପରାକ୍ରମ
  • ଡିଆରଡିଓ ପକ୍ଷରୁ ପ୍ରସ୍ତୁତ ହୋଇଛି କେ-୪ ମିସାଇଲ
  • ଏହା କେବଳ ବୁଡ଼ା ଜାହାଜ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି
  • ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରେ ଏହି କ୍ଷେପଣାସ୍ତ୍ର
  • ଏହି ମିସାଇଲର ଓଜନ ହେଉଛି ୧୭ଟନ୍‌
  • ଏଥିରେ ୨.୫ ଟନ ଓଜନ ଯୁଦ୍ଧାସ୍ତ୍ର ଖଞ୍ଜାଯାଇ ପାରିବ
  • ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୩୫୦୦ କିଲୋମିଟର
  • ଏହି ମିସାଇଲରେ କଠିନ ଇନ୍ଧନର ବ୍ୟବହାର କରାଯାଏ
  • ଏହାର ଗତି ହେଉଛି ୭.୫ ମ୍ୟାକ୍‌
  • ଶଦ୍ଦର ବେଗଠାରୁ ସାଢ଼େ ୭ ଗୁଣ ବେଗରେ ଗତି କରିପାରେ
  • ଏହି କ୍ଷେପଣାସ୍ତ୍ରକୁ ରାଡାରରେ ଟ୍ରାକ୍‌ କରିବା ଅସମ୍ଭବ

ବିଶ୍ୱର ସବୁଠାରୁ ଆଧୁନିକ ବୁଡ଼ାଜାହାଜ କୁହାଯାଉଥିବା ଆରିଘାତ ଏକ ଆକ୍ରମଣକାରୀ ବୁଡ଼ାଜାହାଜ । ଏହି ଅତ୍ୟାଧୁନିକ ବୁଡ଼ା ଜାହାଜ ଗାଇଡେଡ୍ ମିସାଇଲ୍ ଓ ଆଣ୍ଟି ସିପ୍ ମିସାଇଲ୍ ଦ୍ୱାରା ଆକ୍ରମଣ କରିପାରେ । ସମୁଦ୍ର ତଳେ ଲକ୍ଷ୍ୟଭେଦ କରିବାକୁ ଏଥିରେ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା । ଶତ୍ରୁ ରାଡାରକୁ ଚକମା ଦେଖାଇବାରେ ମାହିର ଆଇଏନଏସ୍ ଆରିଘାତ । ଚଳିତ ବର୍ଷ ଏହି ବୁଡ଼ା ଜାହାଜ ନୌସେନାରେ ସାମିଲ ହୋଇଥିବା ବେଳେ ଏବେ ଏହାର ଶକ୍ତି ଦେଖିଛି ପୂରା ବିଶ୍ୱ । ଯଦି ଚୀନ କିମ୍ବା ପାକିସ୍ତାନ ଭାରତ ବିରୋଧରେ କୌଣସି ଷଡ଼ଯନ୍ତ୍ର କରନ୍ତି ତେବେ ଯୁଦ୍ଧ ସମୟରେ ଭାରତ ପାଇଁ ବ୍ରହ୍ମାସ୍ତ୍ର ହେବ ଆଇଏନଏସ ଆରିଘାତ ।

ନଜର ପକାନ୍ତୁ ଆରିଘାତର ବିଶେଷତ୍ୱ ଉପରେ

  • ଆଇଏନ୍‌ଏସ୍‌ ‘ଆରିଘାତ’ର ବିଶେଷତ୍ୱ
  • ‘ଆରିଘାତ’ର ଓଜନ ୬୦୦୦ ଟନ୍‌, ଲମ୍ବା ୧୧୩ ମିଟର
  • ସମୁଦ୍ର ଭିତରେ ୯୮୦ରୁ ୧୪୦୦ ଫୁଟ୍‌ ଗଭୀରକୁ ଯିବାକୁ ସକ୍ଷମ
  • ‘ଆରିଘାତ’ ରେ ୧୨ କେ-୧୫ ଏସଏଲବିଏମ୍‌ ମିସାଇଲ ନିୟୋଜିତ
  • ୭୫୦ କିଲୋମିଟର ପର୍ୟ୍ୟନ୍ତ ରହିଛି ଏହାର ଲକ୍ଷ୍ୟଭେଦି କ୍ଷମତା
  • ଏଥିରେ ଚାରୋଟି କେ-୪ ମିସାଇଲ ମଧ୍ୟ ରହିଛି
  • ଏହି ମିସାଇଲର ଲକ୍ଷ୍ୟଭେଦି କ୍ଷମତା ୩୫୦୦ କିଲୋମିଟର
  • ବୁଡ଼ା ଜାହାଜରେ ରହିଛି ନ୍ୟୁକ୍ଲିଅର ରିଆକ୍ଟର
  • ପରମାଣୁ ଇନ୍ଧନରେ ଏହା ଗତି କରିବାରେ ସକ୍ଷମ
  • ପାଣି ଉପରେ ଏହାର ବେଗ  ୨୮କି.ମି ଓ ପାଣି ଭିତରେ ବେଗ ୪୪ କି.ମି ରହିଛି

ଆଇଏନଏସ ଆରିଘାତରୁ କେ-୪ ମିସାଇଲର ସଫଳ ପରୀକ୍ଷଣ ଭାରତ ପାଇଁ ଆଣିଛି ବଡ଼ ସଫଳତା । ପରମାଣୁ କ୍ଷମତା ସମ୍ପର୍ଣ୍ଣ ଏହି ମିସାଇଲର ପରୀକ୍ଷଣ ପରେ ଏବେ ଭାରତକୁ ନାଲି ଆଖି ଦେଖାଇବା ପୂର୍ବରୁ ଶହେ ଥର ଚିନ୍ତା କରିବ ଡ୍ରାଗନ ।