ଭାରତର ବୈଦେଶିକ ଋଣ ଭାର ବୃଦ୍ଧି

ଭୁବନେଶ୍ୱର,୨୬।୬ (ଅନୁରାଧା ମହାରଣା): ଗତ ୧ ବର୍ଷ ମଧ୍ୟରେ ଭାରତର ବୈଦେଶିକ ଋଣ ଭାର ବୃଦ୍ଧି ପାଇଛି। ମଙ୍ଗଳବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କହିଛି, ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଏହି ସଂଖ୍ୟା ୩୯.୭ ବିଲିୟନ ଡଲାର ବୃଦ୍ଧି ହୋଇ ୬୬୩.୮ ବିଲିୟନ ଡଲାରରେ ପହଞ୍ଚିଛି। ତେବେ ଏହି ବୃଦ୍ଧି ସତ୍ତ୍ୱେ ଦେଶର ଜିଡିପିରେ ବୈଦେଶିକ ଋଣର ଅଂଶ ୧୮.୭ ପ୍ରତିଶତକୁ ହ୍ରାସ ପାଇଛି। ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୧୯ […] The post ଭାରତର ବୈଦେଶିକ ଋଣ ଭାର ବୃଦ୍ଧି appeared first on Dharitri Odia News.

ଭାରତର ବୈଦେଶିକ ଋଣ ଭାର ବୃଦ୍ଧି

ଭୁବନେଶ୍ୱର,୨୬।୬ (ଅନୁରାଧା ମହାରଣା): ଗତ ୧ ବର୍ଷ ମଧ୍ୟରେ ଭାରତର ବୈଦେଶିକ ଋଣ ଭାର ବୃଦ୍ଧି ପାଇଛି। ମଙ୍ଗଳବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କହିଛି, ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଏହି ସଂଖ୍ୟା ୩୯.୭ ବିଲିୟନ ଡଲାର ବୃଦ୍ଧି ହୋଇ ୬୬୩.୮ ବିଲିୟନ ଡଲାରରେ ପହଞ୍ଚିଛି। ତେବେ ଏହି ବୃଦ୍ଧି ସତ୍ତ୍ୱେ ଦେଶର ଜିଡିପିରେ ବୈଦେଶିକ ଋଣର ଅଂଶ ୧୮.୭ ପ୍ରତିଶତକୁ ହ୍ରାସ ପାଇଛି। ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୧୯ ପ୍ରତିଶତ ଥିଲା।

ଆର୍‌ବିଆଇ ଅନୁଯାୟୀ, ୨୦୨୪ ମାର୍ଚ୍ଚ ଶେଷରେ ଆମେରିକୀୟ ଡଲାର ଭାରତର ବାହ୍ୟ ଋଣର ସବୁଠାରୁ ବଡ଼ ଉପାଦାନ ହୋଇ ରହିଛି। ଏହା ପରେ ଭାରତୀୟ ଟଙ୍କା ପ୍ରାୟ ୩୧.୫ ପ୍ରତିଶତ, ୟେନ୍‌ ୫.୮ ପ୍ରତିଶତ, ଏସ୍‌ଡିଆର୍‌ ୫.୪ ପ୍ରତିଶତ ଏବଂ ବିଦେଶୀ ଋଣରେ ୟୁରୋ ପ୍ରାୟ ୨.୮ ପ୍ରତିଶତ ରହିଛି। ଏହା ବ୍ୟତୀତ ୩୩.୪ ପ୍ରତିଶତ ଅଂଶଧନ ସହ ବୈଦେଶିକ ଋଣର ସବୁଠାରୁ ବଡ଼ ଉପାଦାନ ହୋଇ ରହିଛି। ଏହା ପରେ ମୁଦ୍ରା ଏବଂ ଜମା ୨୩.୩ ପ୍ରତିଶତ, ବାଣିଜ୍ୟ ଋଣ ଏବଂ ଅଗ୍ରିମ ୧୭.୯ ପ୍ରତିଶତ ଏବଂ ସିକ୍ୟୁରିଟି ୧୭.୩ ପ୍ରତିଶତ ଥିଲା।

The post ଭାରତର ବୈଦେଶିକ ଋଣ ଭାର ବୃଦ୍ଧି appeared first on Dharitri Odia News.