ଭାରତର ଲଜ୍ଜାଜନକ ପରାଜୟ, ସିରିଜ ପୋଛିନେଲା ନ୍ୟୁଜିଲାଣ୍ଡ

ପ୍ରଥମଥର ପାଇଁ ଭାରତୀୟ ଦଳ ନିଜ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜ୍‌ରେ ଗୋଟିଏ ବି ମ୍ୟାଚ ଜିତିବାରେ ସକ୍ଷମ ହୋଇନି।

ଭାରତର ଲଜ୍ଜାଜନକ ପରାଜୟ, ସିରିଜ ପୋଛିନେଲା ନ୍ୟୁଜିଲାଣ୍ଡ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମାଟି କାମୁଡ଼ିଲା ଭାରତ। ପ୍ରଥମଥର ପାଇଁ ଭାରତୀୟ ଦଳ ନିଜ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜ୍‌ରେ ଗୋଟିଏ ବି ମ୍ୟାଚ ଜିତିବାରେ ସକ୍ଷମ ହୋଇନି। ତୃତୀୟ ଟେଷ୍ଟରେ ଏଜାଜ ପଟେଲଙ୍କ ଆଗରେ ସମ୍ପୂର୍ଣ୍ଣ ସରେଣ୍ଡର କରି ୨୫ ରନରେ ଲଜ୍ୟାଜନକ ପରାଜୟର ସମ୍ମୁଖୀନ ହୋଇଛି ରୋହିତ ବାହିନୀ।

ଭାରତକୁ ବିଜୟ ପାଇଁ ୧୪୭ ରନ୍‌ର ଟାର୍ଗେଟ ମିଳିଥିଲା । ନ୍ୟୁଜିଲାଣ୍ଡର ୧୪୭ ଟାର୍ଗେଟକୁ ପିଛା କରି ଭାରତ ୧୨୧ ରନରେ ଅଲଆଉଟ ହୋଇଛି।ଭାରତୀୟ ବ୍ୟାଟର କରିଥିଲେ ନୈରାଶ୍ୟଜନକ ପ୍ରଦର୍ଶନ ।

ଭାରତୀୟ ଟିମ୍‌ ନିଜର ଦ୍ୱିତୀୟ ପାଳିରେ ୧୨୧ ରନ୍‌ କରିପାରିଥିଲେ । ଏହି ବିଜୟ ସହ କ୍ବିଓ୍ବି ଟିମ୍‌ ୩-୦ରେ ସିରିଜ୍‌ କବ୍ଜା କରିଛି । ନ୍ୟୁଜିଲ୍ୟାଣ୍ଡର ବିଜୟର ହିରୋ ସାଜିଛନ୍ତି ଏଜାଜ ପଟେଲ୍‌ । ଯିଏକି ଦ୍ବିତୀୟ ପାଳିରେ ୬ ଓ୍ବିକେଟ ନେଇଥିଲେ । ଏଜାଜ୍‌ ପ୍ରଥମ ଇଂନିସରେ ୫ ଓ୍ବିକେଟ ନେଇଥିଲେ ।

୨୪ ବର୍ଷ ପରେ ଘରୋଇ ମଇଦାନରେ ଟେଷ୍ଟ ସିରିଜ୍‌ ହାରିଛି ଭାରତୀୟ ଟିମ୍‌ । ଏହାପୂର୍ବରୁ ୨୦୦୦ରେ ସାଉଥ୍‌ ଆଫ୍ରିକା ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ରେ ହରାଇଥିଲା । ଏହାସହିତ ପ୍ରଥମଥର ପାଇଁ ଭାରତୀୟ ଟିମ୍‌ ନିଜ ଘରୋଇ ମାଟିରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ହାରିଛି । ଏହି ପରାଜୟ ଭାରତୀୟ ଟିମ୍‌ ପାଇଁ ବେଶ୍‌ ଲଜ୍ୟାଜନକ ରହିଛି ।