ଭାରତର ଷ୍ଟ୍ରାଇକରେ ୬ ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ଏସବୁ ଜିନିଷ ହରାଇଛି ପାକିସ୍ତାନ

ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା। ହେଲେ ପାକିସ୍ତାନ ହେର ବଦଲା ନେବାକୁ ଚେଷ୍ଟା କରିବାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଭାରତର ଷ୍ଟ୍ରାଇକରେ ୬ ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ଏସବୁ ଜିନିଷ ହରାଇଛି ପାକିସ୍ତାନ

ଅପରେସନ ସିନ୍ଦୂର ସମୟରେ ଭାରତ କରିଥିବା ଷ୍ଟ୍ରାଇକରେ ୬ଟି ପାକିସ୍ତାନ ଏୟାର ଫୋର୍ସ (ପିଏଏଫ) ଯୁଦ୍ଧ ବିମାନ, ୨ଟି ଉଚ୍ଚ ସ୍ତରୀୟ ସର୍ଭେଲାନ୍ସ ଯୁଦ୍ଧ ବିମାନ, ୧୦ରୁ ଅଧିକ ସଶସ୍ତ୍ର ଡ୍ରୋନ ଓ ଗୋଟିଏ ସି-୧୩୦ ହରକୁଲେସ ପରିବହନ ଯୁଦ୍ଧ ବିମାନ ଧ୍ୱଂସ ହୋଇଯାଇଛି। ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲେ।

ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା। ହେଲେ ପାକିସ୍ତାନ ହେର ବଦଲା ନେବାକୁ ଚେଷ୍ଟା କରିବାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଭାରତର ଜୋରଦାର ହମଲା କରିବାରୁ ପାକିସ୍ତାନ ଏହାକୁ ସମ୍ଭାଳି ନ ପାରି ଯୁଦ୍ଧ ବିରତି ଲାଗୁ କରିବାକୁ ନିବେଦନ କରିଥିଲା। ଭାରତ ମଧ୍ୟ ପାକିସ୍ତାନ କଥାରେ ରାଜି ହୋଇଥିଲା। କିନ୍ତୁ ସେତେବେଳକୁ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ଘଟି ସାରିଥିଲା। ପାକିସ୍ତାନ କ୍ଷୟକ୍ଷତିକୁ ପରୋକ୍ଷରେ ସ୍ୱୀକାର କରିଥିଲେ ହେଁ ବିସ୍ତୃତ ତଥ୍ୟ ଦେଇ ନଥିଲା। ଏବେ ପାକିସ୍ତାନ କ୍ଷତିର ବିସ୍ତୃତ ତଥ୍ୟ ସାମ୍ନାକୁ ଆସିଛି।

ସୂତ୍ର ଅନୁସାରେ, ଆକାଶ ପଥରେ ହୋଇଥିବା ଅପରେସନ ସମୟରେ ୬ଟି ପାକିସ୍ତାନ ଯୁଦ୍ଧ ବିମାନ ଧ୍ୱଂସ ହୋଇଚି। ଏୟାର ଟୁ ଏୟାର ଲଢ଼େଇ ସମୟରେ ଏଗୁଡ଼ିକ ନଷ୍ଟ ହୋଇଛି। ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ଖସାଇ ଦେଇଥିଲା। ପାକିସ୍ତାନର ପଞ୍ଜାବ ପ୍ରଦେଶ ଓ ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେରେ ବିମାନର ଧ୍ୱଂସାବଶେଷ ପଡ଼ିଥିଲା।

୩୦୦ କିମି ଦୂରରୁ ଭାରତ ସୁଦର୍ଶନ ଜରିଆରେ ପାକିସ୍ତାନର ଗୋଟିଏ ଇସିଏମ ପ୍ଲାଟଫର୍ମ କିମ୍ବା ଆଗୁଆ ଯୁଦ୍ଧ ବିମାନ ସମ୍ପର୍କରେ ସୂଚନା ଦେଉଥିବା ସର୍ଭେଲାନ୍ସକୁ ନଷ୍ଟ କରିଛି। ସେହିପରି ପାକିସ୍ତାନର ଭୋଲାରି ଏୟାରବେସ୍‌ରେ ଖଞ୍ଜା ଯାଇଥିବା ସ୍ୱଦେଶର ଅର୍ଜିନର ସର୍ଭେଲାନ୍ସ ମଧ୍ୟ ଧ୍ୱଂସ ହୋଇଯାଇଛି। ସ୍ୟାଟେଲାଇଟରୁ ଏହାର ଛବି ଆସିଛି।

ଆଉ ଏକ ସ୍ୱତନ୍ତ୍ର ଅପରେସନରେ ପିଏଏଫ ସି-୧୩୦ ହର୍କୁଲ୍ସକୁ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଡ୍ରୋନ ଆଟାକରେ ନଷ୍ଟ କରାଯାଇଛି। ସି-୧୩୦ ହେଉଛି ଗୋଟିଏ ପରିବହନ ବିମାନ। ଏହା ମୁଲତାନ ନିକଟ ଏୟାର ବେସ୍‌ ନିକଟରେ ରହିଥିବା ବେଳେ ଡ୍ରୋନ ଷ୍ଟ୍ରାଇକରେ ଧ୍ୱଂସ ହୋଇଛି।

ରାଫେଲ ଓ ଏସ୍‌ୟୁ-୩୦ ଜେଟର ବ୍ୟବହାର କରି ୧୦ରୁ ଅଧିକ ସଶସ୍ତ୍ର ଡ୍ରୋନକୁ ମଧ୍ୟ ଅକାମୀ କରି ଦେଇଛି। ଏହାବାଦ ଭାରତୀୟ ଡିଫେନ୍ସ ସିଷ୍ଟମ ପାକିସ୍ତାନ ପକ୍ଷରୁ ମାଡ଼ କରାଯାଉଥିବା ୩୦୦ରୁ ୪୦୦ ଡ୍ରୋନକୁ ମଧ୍ୟ ନଷ୍ଟ କରିଥିଲା।