ଭାରତର ସାହାଯ୍ୟକୁ କେବେ ଭୁଲିବନି ତାଲିବାନ, ନୂଆ ଜୀବନ ପାଇଲେ ଆଫଗାନିସ୍ତାନର ଦିବ୍ୟାଙ୍ଗ
ନୂଆଦିଲ୍ଲୀ: ବିପଦ ବେଳେ ଆଗେଇ ଆସିଲା। ବନ୍ଧୁ ରାଷ୍ଟ୍ର ସହ ହାତ ମିଳାଇଲା। ଭାରତର ସାହାଯ୍ୟକୁ କେବେ ଭୁଲିବନି ତାଲିବାନ। କୃତ୍ରିମ ଅଙ୍ଗ ଦେଲା ନୂଆଦିଲ୍ଲୀ। ନୂଆ ଜୀବନ ପାଇଲେ ଆଫଗାନିସ୍ତାନର ଦିବ୍ୟାଙ୍ଗ। ଦିନେ ଯୁଦ୍ଧ ସେମାନଙ୍କ ଗୋଡ଼ ଛଡ଼ାଇ ନେଇଥିଲା। ଆଉ ଏବେ ନୂଆ ଆଶାର କିରଣ ଦେଲା ଭାରତ। ଆଫଗାନିସ୍ତାନକୁ ଏପରି ମାନବିକ ସହାୟତା ପରେ ଭାରତକୁ ଚାରିଆଡୁ ମିଳୁଛି ପ୍ରଂଶସା।ଆଫଗାନିସ୍ତାନରେ ପ୍ରାୟ ଚାରି ଦଶନ୍ଧି ଧରି ଯୁଦ୍ଧ ଚାଲିଛି। ୨୦୦୧ରେ ଆମେରିକା ଆକ୍ରମଣ ଏଠାକାର ମୌଳିକ ସୁବିଧାଗୁଡ଼ିକୁ ନଷ୍ଟ କରିଦେଇଥିଲା। କିନ୍ତୁ ଏହି କଷ୍ଟକର ପରିସ୍ଥିତିରେ ମଧ୍ୟ ଭାରତ ପ୍ରତ୍ୟେକ ପଦକ୍ଷେପରେ ଆଫଗାନିସ୍ତାନକୁ ସମର୍ଥନ କରିଛି। ଭିତ୍ତିଭୂମି ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତାଲିବାନ କ୍ଷମତାକୁ ଫେରିବା ପରେ ମଧ୍ୟ ଆଫଗାନିସ୍ତାନର ଭାରତ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଛି।ପୁଣିଥରେ ଭାରତ ଆଫଗାନିସ୍ତାନକୁ ଏପରି ମାନବିକ ସହାୟତା ପ୍ରଦାନ କରିଛି, ଯାହାକୁ ନେଇ ଏବେ ଚର୍ଚ୍ଚା। ଭାରତ ମାନବିକ ସହାୟତା ଅଧୀନରେ କାବୁଲରେ ଏକ ପାଞ୍ଚ ଦିନିଆ 'ଜୟପୁର ଫୁଟ' କୃତ୍ରିମ ଅଙ୍ଗ ଶିବିର ଆୟୋଜନ କରିଛି। ଏହାର ଉଦ୍ଦେଶ୍ୟ ଦୁର୍ଘଟଣା କିମ୍ବା ଯୁଦ୍ଧରେ ହାତ ଗୋଡ଼ ହରାଇଥିବା ଆଫଗାନିସ୍ତାନ ନାଗରିକମାନଙ୍କୁ ସାହାଯ୍ୟ କରିବା। ଏହି ଶିବିର ଆଫଗାନିସ୍ତାନରେ ଅକ୍ଷମ ଏବଂ ନିଃସହାୟ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା
ନୂଆଦିଲ୍ଲୀ: ବିପଦ ବେଳେ ଆଗେଇ ଆସିଲା। ବନ୍ଧୁ ରାଷ୍ଟ୍ର ସହ ହାତ ମିଳାଇଲା। ଭାରତର ସାହାଯ୍ୟକୁ କେବେ ଭୁଲିବନି ତାଲିବାନ। କୃତ୍ରିମ ଅଙ୍ଗ ଦେଲା ନୂଆଦିଲ୍ଲୀ। ନୂଆ ଜୀବନ ପାଇଲେ ଆଫଗାନିସ୍ତାନର ଦିବ୍ୟାଙ୍ଗ। ଦିନେ ଯୁଦ୍ଧ ସେମାନଙ୍କ ଗୋଡ଼ ଛଡ଼ାଇ ନେଇଥିଲା। ଆଉ ଏବେ ନୂଆ ଆଶାର କିରଣ ଦେଲା ଭାରତ। ଆଫଗାନିସ୍ତାନକୁ ଏପରି ମାନବିକ ସହାୟତା ପରେ ଭାରତକୁ ଚାରିଆଡୁ ମିଳୁଛି ପ୍ରଂଶସା।
ଆଫଗାନିସ୍ତାନରେ ପ୍ରାୟ ଚାରି ଦଶନ୍ଧି ଧରି ଯୁଦ୍ଧ ଚାଲିଛି। ୨୦୦୧ରେ ଆମେରିକା ଆକ୍ରମଣ ଏଠାକାର ମୌଳିକ ସୁବିଧାଗୁଡ଼ିକୁ ନଷ୍ଟ କରିଦେଇଥିଲା। କିନ୍ତୁ ଏହି କଷ୍ଟକର ପରିସ୍ଥିତିରେ ମଧ୍ୟ ଭାରତ ପ୍ରତ୍ୟେକ ପଦକ୍ଷେପରେ ଆଫଗାନିସ୍ତାନକୁ ସମର୍ଥନ କରିଛି। ଭିତ୍ତିଭୂମି ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତାଲିବାନ କ୍ଷମତାକୁ ଫେରିବା ପରେ ମଧ୍ୟ ଆଫଗାନିସ୍ତାନର ଭାରତ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଛି।
ପୁଣିଥରେ ଭାରତ ଆଫଗାନିସ୍ତାନକୁ ଏପରି ମାନବିକ ସହାୟତା ପ୍ରଦାନ କରିଛି, ଯାହାକୁ ନେଇ ଏବେ ଚର୍ଚ୍ଚା। ଭାରତ ମାନବିକ ସହାୟତା ଅଧୀନରେ କାବୁଲରେ ଏକ ପାଞ୍ଚ ଦିନିଆ 'ଜୟପୁର ଫୁଟ' କୃତ୍ରିମ ଅଙ୍ଗ ଶିବିର ଆୟୋଜନ କରିଛି। ଏହାର ଉଦ୍ଦେଶ୍ୟ ଦୁର୍ଘଟଣା କିମ୍ବା ଯୁଦ୍ଧରେ ହାତ ଗୋଡ଼ ହରାଇଥିବା ଆଫଗାନିସ୍ତାନ ନାଗରିକମାନଙ୍କୁ ସାହାଯ୍ୟ କରିବା। ଏହି ଶିବିର ଆଫଗାନିସ୍ତାନରେ ଅକ୍ଷମ ଏବଂ ନିଃସହାୟ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା। ନିଜ ଗୋଡରେ ନିଜେ ଚାଲିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ଶିବିର ଭାରତୀୟ ସଂଗଠନ BMVSS, ଜୟପୁର ଏବଂ କାବୁଲରେ ଥିବା ଭାରତୀୟ ଦୂତାବାସର ସହାୟତାରେ ଆୟୋଜିତ ହୋଇଛି। ଏହି ସମୟରେ ଅନେକ ଦିବ୍ୟାଙ୍ଗଙ୍କୁ ଚାଲିବା ପାଇଁ ମାଗଣାରେ କୃତ୍ରିମ ଗୋଡ, କ୍ୟାଲିପର ଏବଂ ଅନ୍ୟାନ୍ୟ ଉପକରଣ ଦିଆଯାଇଛି। ଏହି ଶିବିରରେ ମୋଟ ୭୫ ଜଣଙ୍କୁ ଜୟପୁର ଫୁଟ୍ ଲଗାଯାଇଥିଲା। ଜୟପୁର ଫୁଟ ଏକ ବିଶେଷ ପ୍ରକାରର ହାଲୁକା ଏବଂ ଶସ୍ତା ପ୍ରୋସ୍ଥେଟିକ୍ ଗୋଡ। ଯାହାକୁ BMVSS ଦ୍ୱାରା ବିକଶିତ କରାଯାଇଛି। BMVSS ଗତ ୪୪ ବର୍ଷ ମଧ୍ୟରେ 22 ଲକ୍ଷରୁ ଅଧିକ ଦିବ୍ୟାଙ୍ଗଙ୍କୁ ଏକ ନୂତନ ଜୀବନ ଦେଇଛି।
ଭାରତ ବିନା ରାଜନୈତିକ ସର୍ତ୍ତ ଓ ସ୍ୱାର୍ଥରେ ମାନବୀୟ ସଙ୍କଟ ସମୟରେ ଆଫଗାନକୁ ସାହାଯ୍ୟ କରିଆସିଛି। ଖାଦ୍ୟ, ଔଷଧ, ଛାତ୍ରବୃତ୍ତି କିମ୍ବା ତାଲିମ କାର୍ଯ୍ୟକ୍ରମ ହେଉ, ଭାରତ ସର୍ବଦା ସାଧାରଣ ଆଫଗାନଙ୍କ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରିଛି।