ଭାରତର ୭୬% ଲୋକଙ୍କୁ ଅତ୍ୟଧିକ ବିପଦ

ନୂଆଦିଲ୍ଲୀ, ୨୨।୫: ଭାରତର ୫୭% ଜିଲାକୁ ପ୍ରଚଣ୍ଡ ଗରମ ଏବଂ ତାତିର ଅଧିକରୁ ଅତି ଅଧିକ ବିପଦ ରହିଛି। ଏହି ଜିଲାଗୁଡ଼ିକରେ ଦେଶର ପ୍ରାୟ ୭୬% ଜନସଂଖ୍ୟା ରହୁଛନ୍ତି। ରାତି ତାପମାତ୍ରା ବୃଦ୍ଧି ଏବଂ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ତାତିର ପ୍ରଭାବ ଲୋକଙ୍କ ସ୍ବାସ୍ଥ୍ୟ ଅଧିକ ବିପଦପୂର୍ଣ୍ଣ କରୁଥିବା ନେଇ ନୂଆଦିଲ୍ଲୀସ୍ଥିତ ରିସର୍ଚ ଥିଙ୍କ୍‌ଟାଙ୍କ କାଉନ୍‌ସିଲ ଆଣ୍ଡ୍‌ ଏନର୍ଜି, ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ୍‌ ଓ୍ବାଟର୍‌ (ସିଇଇଡବ୍ଲ୍ୟୁ) ପକ୍ଷରୁ କରାଯାଇଥିବା ଅଧ୍ୟୟନରେ କୁହାଯାଇଛି। ‘ହାଓ ଏକ୍ସଟ୍ରିମ୍‌ ହିଟ୍‌ ଇଜ୍‌ ଇମ୍ପାକ୍ଟିଂ ଇଣ୍ଡିଆ: […] The post ଭାରତର ୭୬% ଲୋକଙ୍କୁ ଅତ୍ୟଧିକ ବିପଦ appeared first on Dharitri Odia News.

ଭାରତର ୭୬% ଲୋକଙ୍କୁ ଅତ୍ୟଧିକ ବିପଦ

ନୂଆଦିଲ୍ଲୀ, ୨୨।୫: ଭାରତର ୫୭% ଜିଲାକୁ ପ୍ରଚଣ୍ଡ ଗରମ ଏବଂ ତାତିର ଅଧିକରୁ ଅତି ଅଧିକ ବିପଦ ରହିଛି। ଏହି ଜିଲାଗୁଡ଼ିକରେ ଦେଶର ପ୍ରାୟ ୭୬% ଜନସଂଖ୍ୟା ରହୁଛନ୍ତି। ରାତି ତାପମାତ୍ରା ବୃଦ୍ଧି ଏବଂ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ତାତିର ପ୍ରଭାବ ଲୋକଙ୍କ ସ୍ବାସ୍ଥ୍ୟ ଅଧିକ ବିପଦପୂର୍ଣ୍ଣ କରୁଥିବା ନେଇ ନୂଆଦିଲ୍ଲୀସ୍ଥିତ ରିସର୍ଚ ଥିଙ୍କ୍‌ଟାଙ୍କ କାଉନ୍‌ସିଲ ଆଣ୍ଡ୍‌ ଏନର୍ଜି, ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ୍‌ ଓ୍ବାଟର୍‌ (ସିଇଇଡବ୍ଲ୍ୟୁ) ପକ୍ଷରୁ କରାଯାଇଥିବା ଅଧ୍ୟୟନରେ କୁହାଯାଇଛି। ‘ହାଓ ଏକ୍ସଟ୍ରିମ୍‌ ହିଟ୍‌ ଇଜ୍‌ ଇମ୍ପାକ୍ଟିଂ ଇଣ୍ଡିଆ: ଆସେସିଂ ଡିଷ୍ଟ୍ରିକ୍ଟ-ଲେଭଲ ହିଟ୍‌ ରିସ୍କ’ ଶୀର୍ଷକ ଏହି ଅଧ୍ୟୟନକୁ ବୁଧବାର ଜାରି କରାଯାଇଛି। ଉକ୍ତ ଅଧ୍ୟୟନରେ ଭାରତର ୭୩୪ ଜିଲାର ଜଳବାୟୁ, ସ୍ବାସ୍ଥ୍ୟ, ଭିତ୍ତିଭୂମି ଆଦି ୩୫ଟି ବିଭିନ୍ନ କ୍ଷେତ୍ରକୁ ବିଶ୍ଳେଷଣ କରାଯାଇ ପ୍ରତ୍ୟେକ ଜିଲା ପାଇଁ ଏକ ହିଟ୍‌-ରିସ୍କ ସ୍କୋର୍‌ ପ୍ରସ୍ତୁତ କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରଚଣ୍ଡ ଗରମ ପାଇଁ ଦେଶର ୪୧୭ଟି ଜିଲାର ହିଟ୍‌-ରିସ୍କ ସ୍କୋର୍‌ ଅଧିକ ଏବଂ ଅତି ଅଧିକ ବିପଦ ବର୍ଗରେ ଆସୁଥିବା ବେଳେ ୨୦୧ଟି ଜିଲା ମଧ୍ୟମ ବିପଦ ବର୍ଗରେ ଆସୁଛି। ସେହିପରି ଦେଶର ୧୧୬ଟି ଜିଲା ତୁଳନାତ୍ମକ ଭାବେ ପ୍ରଚଣ୍ଡ ତାତିରେ କମ୍‌ ପ୍ରଭାବିତ ହେବ ବୋଲି ଏହି ରିପୋର୍ଟ କହିଛି।

The post ଭାରତର ୭୬% ଲୋକଙ୍କୁ ଅତ୍ୟଧିକ ବିପଦ appeared first on Dharitri Odia News.