ଭାରତରେ ଇ-କମର୍ସର ଦ୍ରୁତ ବୃଦ୍ଧି ଚିନ୍ତାର ବିଷୟ, କେନ୍ଦ୍ରମନ୍ତ୍ରୀ କହିଲେ-ଏହା ଗର୍ବର ବିଷୟ ନୁହେଁ

ନୂଆଦିଲ୍ଲୀ: ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଭାରତରେ ଦ୍ରୁତ ଗତିରେ ବଢୁଥିବା ଇ-କମର୍ସ ଉପରେ ନିଜ ଚିନ୍ତା ବ୍ୟକ୍ତ କରିଛନ୍ତି । ଏକ କାର୍ଯ୍ୟକ୍ରମରେ 'Net Impact of E-Commerce on Employment and Consumer Welfare in India' ରିପୋର୍ଟକୁ ଲଞ୍ଚ କରି କହିଛନ୍ତି ଯେ ଇ-କମର୍ସର ବୃଦ୍ଧି ସମାଜରେ ଅସ୍ଥିରତା ସୃଷ୍ଟି କରୁଛି, ଯାହା ଏକ ଚିନ୍ତାର ବିଷୟ ଅଟେ ।କେନ୍ଦ୍ରମନ୍ତ୍ରୀ E&Yର ଏକ ରିପୋର୍ଟ କଥା ଉଲ୍ଲେଖ କରି କହିଛନ୍ତି ଯେ ୨୦୧୯ରେ ଭାରତୀୟ ବଜାରରେ ସେୟାର ୪.୭ ପ୍ରତିଶତ ଥିଲା ଏବଂ ୨୦୨୨ରେ ଏହା ବଢି ୭.୮ ପ୍ରତଶିତ ହୋଇଛି । ଅନୁମାନ କରାଯାଉଛି ଯେ ଏହା ୨୦୨୪ରେ ୧୦.୭ ପ୍ରତିଶତ ହୋଇଯିବ । ସେ କହିଛନ୍ତି ଯେ ଯଦି ଏହି ହିସାବରେ ବଢି ଚାଲେ ତେବେ ପ୍ରତି ଚାରି ବର୍ଷରେ ଇ-କମର୍ସ ଉଦ୍ୟୋଗ ଦ୍ୱିଗୁଣା ହୋଇଯିବ ।ପିୟୁଷ ଗୋୟଲ କହିଛନ୍ତି ଯେ ଇ-କମର୍ସ କ୍ଷୁଦ୍ର ରିଟେଲର୍ସର ଅଧିକ ମାର୍ଜିନ-ଅଧିକ ଭେଲ୍ୟୁ ଥିବା ଉତ୍ପାଦ ଛଡ଼ାଇ ନେଉଛି । ଏହା ସେହି ସବୁ ସାମଗ୍ରୀ, ଯେଉଁଥିରେ କ୍ଷୁଦ୍ର ଦୋକାନୀଙ୍କ ପରିବାର ଚଳେ । ସେ କହିଛନ୍ତି ଯେ ଇ-କମର୍ସରେ ଏହି ବୃଦ୍ଧି କୌଣସି ଗର୍ବର ବିଷୟ ନୁହେଁ । ମୁଁ ଏହାକୁ ଗର୍ବର କଥା ବୋଲି ବିଶ୍ୱାସ କରେ ନାହିଁ, ଆଜିଠୁ ୧୦ ବର୍ଷ ପରେ ଆମର ଅଧା ବାଜାର ଇ-କମର୍ସ ନେଟୱାର୍କର ଅଂଶ ଥିବ, ଯାହା ଚିନ୍ତାର ବିଷୟ ।କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ କହିଛନ୍ତି ଯେ ଆମେ ଇ-କମର୍ସର ଦ୍ରୁତ ବୃଦ୍ଧିର ପରିଣାମ

ଭାରତରେ ଇ-କମର୍ସର ଦ୍ରୁତ ବୃଦ୍ଧି ଚିନ୍ତାର ବିଷୟ, କେନ୍ଦ୍ରମନ୍ତ୍ରୀ କହିଲେ-ଏହା ଗର୍ବର ବିଷୟ ନୁହେଁ

ନୂଆଦିଲ୍ଲୀ: ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଭାରତରେ ଦ୍ରୁତ ଗତିରେ ବଢୁଥିବା ଇ-କମର୍ସ ଉପରେ ନିଜ ଚିନ୍ତା ବ୍ୟକ୍ତ କରିଛନ୍ତି । ଏକ କାର୍ଯ୍ୟକ୍ରମରେ 'Net Impact of E-Commerce on Employment and Consumer Welfare in India' ରିପୋର୍ଟକୁ ଲଞ୍ଚ କରି କହିଛନ୍ତି ଯେ ଇ-କମର୍ସର ବୃଦ୍ଧି ସମାଜରେ ଅସ୍ଥିରତା ସୃଷ୍ଟି କରୁଛି, ଯାହା ଏକ ଚିନ୍ତାର ବିଷୟ ଅଟେ ।

କେନ୍ଦ୍ରମନ୍ତ୍ରୀ E&Yର ଏକ ରିପୋର୍ଟ କଥା ଉଲ୍ଲେଖ କରି କହିଛନ୍ତି ଯେ ୨୦୧୯ରେ ଭାରତୀୟ ବଜାରରେ ସେୟାର ୪.୭ ପ୍ରତିଶତ ଥିଲା ଏବଂ ୨୦୨୨ରେ ଏହା ବଢି ୭.୮ ପ୍ରତଶିତ ହୋଇଛି । ଅନୁମାନ କରାଯାଉଛି ଯେ ଏହା ୨୦୨୪ରେ ୧୦.୭ ପ୍ରତିଶତ ହୋଇଯିବ । ସେ କହିଛନ୍ତି ଯେ ଯଦି ଏହି ହିସାବରେ ବଢି ଚାଲେ ତେବେ ପ୍ରତି ଚାରି ବର୍ଷରେ ଇ-କମର୍ସ ଉଦ୍ୟୋଗ ଦ୍ୱିଗୁଣା ହୋଇଯିବ ।

ପିୟୁଷ ଗୋୟଲ କହିଛନ୍ତି ଯେ ଇ-କମର୍ସ କ୍ଷୁଦ୍ର ରିଟେଲର୍ସର ଅଧିକ ମାର୍ଜିନ-ଅଧିକ ଭେଲ୍ୟୁ ଥିବା ଉତ୍ପାଦ ଛଡ଼ାଇ ନେଉଛି । ଏହା ସେହି ସବୁ ସାମଗ୍ରୀ, ଯେଉଁଥିରେ କ୍ଷୁଦ୍ର ଦୋକାନୀଙ୍କ ପରିବାର ଚଳେ । ସେ କହିଛନ୍ତି ଯେ ଇ-କମର୍ସରେ ଏହି ବୃଦ୍ଧି କୌଣସି ଗର୍ବର ବିଷୟ ନୁହେଁ । ମୁଁ ଏହାକୁ ଗର୍ବର କଥା ବୋଲି ବିଶ୍ୱାସ କରେ ନାହିଁ, ଆଜିଠୁ ୧୦ ବର୍ଷ ପରେ ଆମର ଅଧା ବାଜାର ଇ-କମର୍ସ ନେଟୱାର୍କର ଅଂଶ ଥିବ, ଯାହା ଚିନ୍ତାର ବିଷୟ ।

କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ କହିଛନ୍ତି ଯେ ଆମେ ଇ-କମର୍ସର ଦ୍ରୁତ ବୃଦ୍ଧିର ପରିଣାମ ପାଶ୍ଚାତ ଦେଶରେ ଦେଖିଛୁ । ୟୁରୋପ ଏବଂ ଆମେରିକା ଏହାର ପରିଣାମ ଦେଖି ସାରିଛନ୍ତି । କାହିଁକି ସ୍ୱିଜରଲାଣ୍ଡ ଇ-କମର୍ସକୁ ନିଜ ଦେଶକୁ ଆସିବାକୁ ଦେଉ ନଥିଲା, ଏବେବି ବହୁତ ସୀମିତ ରହିଛି । ତେବେ ବାଣିଜ୍ୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଇ-କମର୍ସ ଉଦ୍ୟୋଗ ଶେଷ ହୋଇଯାଉ, ତାହା ସେ ଚାହୁଁନାହାନ୍ତି । କିନ୍ତୁ ଉଦ୍ୟୋଗର ଭୂମିକାକୁ ବ୍ୟବସ୍ଥିତ ରୂପେ ଆକାର ଦେବାର ଆବଶ୍ୟକତା ରହିଛି ।

ପିୟୁଷ ଗୋୟଲ ଏକ ବିଜ୍ଞାପନ ଲାଇନକୁ ଉଲ୍ଲେଖ କରି କହିଛନ୍ତି ଯେ ‘ହର୍ ଏକ୍ ଫ୍ରେଣ୍ଡ୍ ଜରୁରି ହୋତା ହେ’, ସ୍ୱିଗି ଏବଂ ଜୋମାଟୋରୁ ଅର୍ଡର କରି ଫ୍ରେଣ୍ଡ୍‌ଶିପ ହୁଏ ନାହିଁ, କଫି ସପ୍‌ରେ ବନ୍ଧୁତା ହୁଏ । ସେ କହିଛନ୍ତି ଯେ ଏକଥାକୁ କେହି ମନା କରିପାରିବେନି ଯେ ଇ-କମର୍ସର ଭୂମିକା ରହିଛି, କିନ୍ତୁ ଆମକୁ ସତର୍କ ରହି ଏହା ବିଚାର କରିବାକୁ ହେବ ଯେ ସେହି ଭୂମିକା କିପରି ସଂସ୍ଥାଗତ ହୋଇପାରିବ ।