ଭାରତରେ ଉତ୍କଟ ହେଉଛି କ୍ୟାନ୍ସର ରୋଗ, ବର୍ଷକୁ ୨.୫ ପ୍ରତିଶତ ନୂଆ ରୋଗୀ
ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଶୁକ୍ରବାର ଲୋକସଭାରେ କ୍ୟାନ୍ସର ରୋଗୀ ତଥା, ଏହି ରାେଗର ଚିକିତ୍ସା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ନଡ୍ଡା କହିଛନ୍ତି, ଦେଶରେ ବଢ଼ୁଥିବା କ୍ୟାନ୍ସର ରୋଗୀଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କ୍ୟାନ୍ସର ଔଷଧକୁ ଶସ୍ତା କରିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସରକାର କ୍ୟାନ୍ସର ଚିକିତ୍ସାକୁ ସୁଲଭ କରିବା ତଥା ରୋଗୀଙ୍କ ସୁବିଧା ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି। ଯେପରି କ୍ୟାନ୍ସର ରୋଗୀଙ୍କୁ ସହଜରେ ଚିକିତ୍ସା ସେବା ଏବଂ ଔଷଧ ମିଳିପାରିବ।୨.୫ ପ୍ରତିଶତ ହାରରେ ବୃଦ୍ଧିପାଉଛି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା: ଜେପି ନଡ୍ଡାସେ ଆହୁରି କହିଛନ୍ତି ଦେଶରେ ପ୍ରତିବର୍ଷ ୨.୫ ପ୍ରତିଶତ ହାରରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଉଛି । ପ୍ରତି ବର୍ଷ ପ୍ରାୟ ୧୫.୫ ଲକ୍ଷ କ୍ୟାନ୍ସର ମାମଲା ସାମ୍ନାକୁ ଆସୁଛି। ପୁରୁଷଙ୍କ ଠାରେ ମୁହଁରେ କ୍ୟାନ୍ସର ଏବଂ ଫୁସ୍ଫୁସ୍ରେ କ୍ୟାନ୍ସର ସାମ୍ନାକୁ ଆସୁଥିବାବେଳେ। ମହିଳାମାନେ ସ୍ତନ କର୍କଟର ଶିକାର ହେଉଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି କ୍ୟାନ୍ସର ରୋଗୀଙ୍କ ପାଇଁ ୧୩୧ଟି ଜରୁରୀ ଔଷଧ ରହିଛି ଯାହାର ଦାମ୍ ସରକାର ନିୟନ୍ତ୍ରଣ କରିଥାନ୍ତି। କ୍ୟାନ୍ସର ଔଷଧକୁ ସୁଲଭ ଭାବରେ ଉପଲବ୍ଧ କରିବା ପାଇଁ ସବୁ ପ୍ରୟାସ କରାଯାଇଛି। ଅଧିକରୁ ଅଧିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜୋର ଦିଆଯାଉଛି।ଯାହାଦ୍ବ
ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଶୁକ୍ରବାର ଲୋକସଭାରେ କ୍ୟାନ୍ସର ରୋଗୀ ତଥା, ଏହି ରାେଗର ଚିକିତ୍ସା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ନଡ୍ଡା କହିଛନ୍ତି, ଦେଶରେ ବଢ଼ୁଥିବା କ୍ୟାନ୍ସର ରୋଗୀଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କ୍ୟାନ୍ସର ଔଷଧକୁ ଶସ୍ତା କରିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସରକାର କ୍ୟାନ୍ସର ଚିକିତ୍ସାକୁ ସୁଲଭ କରିବା ତଥା ରୋଗୀଙ୍କ ସୁବିଧା ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି। ଯେପରି କ୍ୟାନ୍ସର ରୋଗୀଙ୍କୁ ସହଜରେ ଚିକିତ୍ସା ସେବା ଏବଂ ଔଷଧ ମିଳିପାରିବ।
୨.୫ ପ୍ରତିଶତ ହାରରେ ବୃଦ୍ଧିପାଉଛି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା: ଜେପି ନଡ୍ଡା
ସେ ଆହୁରି କହିଛନ୍ତି ଦେଶରେ ପ୍ରତିବର୍ଷ ୨.୫ ପ୍ରତିଶତ ହାରରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଉଛି । ପ୍ରତି ବର୍ଷ ପ୍ରାୟ ୧୫.୫ ଲକ୍ଷ କ୍ୟାନ୍ସର ମାମଲା ସାମ୍ନାକୁ ଆସୁଛି। ପୁରୁଷଙ୍କ ଠାରେ ମୁହଁରେ କ୍ୟାନ୍ସର ଏବଂ ଫୁସ୍ଫୁସ୍ରେ କ୍ୟାନ୍ସର ସାମ୍ନାକୁ ଆସୁଥିବାବେଳେ। ମହିଳାମାନେ ସ୍ତନ କର୍କଟର ଶିକାର ହେଉଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି କ୍ୟାନ୍ସର ରୋଗୀଙ୍କ ପାଇଁ ୧୩୧ଟି ଜରୁରୀ ଔଷଧ ରହିଛି ଯାହାର ଦାମ୍ ସରକାର ନିୟନ୍ତ୍ରଣ କରିଥାନ୍ତି। କ୍ୟାନ୍ସର ଔଷଧକୁ ସୁଲଭ ଭାବରେ ଉପଲବ୍ଧ କରିବା ପାଇଁ ସବୁ ପ୍ରୟାସ କରାଯାଇଛି। ଅଧିକରୁ ଅଧିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜୋର ଦିଆଯାଉଛି।ଯାହାଦ୍ବାରା ଡାକ୍ତରଙ୍କ ସଂଖ୍ୟାରେ ବୃଦ୍ଧି ହୋଇପାରିବ। ସେହିଭଳି ମେଡିକାଲ ଶିକ୍ଷାର ଗୁଣବତ୍ତା ଉପରେ ମଧ୍ୟରେ ଧ୍ୟାନ ଦିଆଯାଉଛି।
ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ବେଆଇନ ସରୋଗେସି ଏଜେଣ୍ଟ ସକ୍ରିୟ; ଭଡ଼ାରେ ଗର୍ଭ ଧାରଣ ପାଇଁ ମିଳୁଛି ୧୫ରୁ ୪୦ ଲକ୍ଷ ଟଙ୍କା
୨୦୧୪ରେ ୩୮୭ ମେଡିକାଲ କଲେଜ ଥିଲା ଯାହା ଏବେ ୭୩୧ ହୋଇଛି। ସେହିଭଳି ଏମବିବିଏସ ସିଟ୍ରେ ମଧ୍ୟ ୧.୧୨ ଲକ୍ଷର ବୃଦ୍ଧି ହୋଇଛି।ସେ ଆହୁରି କହିଛନ୍ତି ଆଜି ଦୁନିଆରେ ଫାର୍ମାସୀର କେନ୍ଦ୍ର ପାଲଟିଛି ଭାରତ। ଭାରତରେ ନିର୍ମିତ ଔଷଧର ସମଗ୍ର ଦୁନିଆରେ ଚାହିଦା ରହିଛି।