ଭାରତରେ କମ୍ପାନି CEOଙ୍କ ଦରମା ଗତ ୪ ବର୍ଷରେ ୪୦ ପ୍ରତିଶତ ବଢିଛି

ନୂଆଦିଲ୍ଲୀ: ସୋମବାର ଜାରି ଏକ ରିପୋର୍ଟ ଅନୁସାରେ, ଭାରତରେ ସିଇଓଙ୍କ ହାରାହାରି ବାର୍ଷିକ ଦରମା ଗତ ୪ ବର୍ଷରେ ୪୦ ପ୍ରତିଶତ ବଢିଛି । ୨୦୨୦ରେ ଏହା ୯.୮ କୋଟି ଟଙ୍କା ଥିଲା, ଯାହା ଏବେ ୧୩.୮ କୋଟି ଟଙ୍କା ହୋଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୨୦ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ସିଇଓଙ୍କ ସଂଖ୍ୟା ଦ୍ୱିଗୁଣା ହୋଇଛି ।ଡିଲୟଟ ଇଣ୍ଡିଆ ଏକ୍ସିକ୍ୟୁଟିଭ ପରଫର୍ମାନ୍ସ ଆଣ୍ଡ ରିୱାର୍ଡସ ସର୍ଭେ ୨୦୨୪ ଅନୁସାରେ ଭାରତରେ ୭୫ ପ୍ରତିଶତ ସିଇଓ ଏବେ ବାର୍ଷିକ ୫ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି । ଏହି ସଂଖ୍ୟା ୨୦୨୦ରେ ୬୬ ପ୍ରତିଶତ ଥିଲା । ଏହି ସର୍ଭେରେ ୪୦୦ ସଂଗଠନ (ସାର୍ବଜାନୀନ କ୍ଷେତ୍ରର କମ୍ପାନିକୁ ଛାଡ଼ି) ଉପରେ ଆଧାରିତ ।୫ କୋଟି ଟଙ୍କାରୁ ୧୦ କୋଟି ଟଙ୍କା ବାର୍ଷିକ ରୋଜଗାର ଥିବା ସିଇଓଙ୍କ ପ୍ରତିଶତ ୩୫ ଶତକଡ଼ା କମ ହୋଇ ୩୬ ପ୍ରତିଶତ ହୋଇଛି । କିନ୍ତୁ ୧୦ କୋଟି ଟଙ୍କାରୁ ୨୦ କୋଟି ଟଙ୍କା ମଧ୍ୟରେ ଆୟ କରୁଥିବା ସିଇଓଙ୍କ ପ୍ରତିଶତ ୨୨ ପ୍ରତିଶତ ବଢି ୨୭ ପ୍ରତିଶତ ହୋଇଛି । ସେହିପରି ୨୦ କୋଟି ଟଙ୍କାରୁ ଅଧିକ ଆୟ ଥିବା ସିଇଓଙ୍କ ପ୍ରତିଶତ ଦ୍ୱିଗୁଣା ହୋଇ ୨୧ ପ୍ରତିଶତ ହୋଇଛି । ଏହା ବ୍ୟତୀତ ପ୍ରମୋଟର ସିଇଓଙ୍କୁ ପ୍ରୋଫେସନାଲ ସିଇଓଙ୍କ ତୁଳନାରେ ଅଧିକ ବେତନ ମିଳୁଛି ।ରିପୋର୍ଟରେ କୁହାଯାଇଛି ଯେ ଗତ ୪ ବର୍ଷରେ କମ୍ପାନିର ପ୍ରମୋଟର ଏବଂ ପ୍ରୋଫେସନାଲ ସିଇଓଙ୍କ ଦରମାର ଅନୁମାତ ୧:୦ରୁ ବଢି ୧: ୩ ହୋଇଛି । ଏହ

ଭାରତରେ କମ୍ପାନି CEOଙ୍କ ଦରମା ଗତ ୪ ବର୍ଷରେ ୪୦ ପ୍ରତିଶତ ବଢିଛି

ନୂଆଦିଲ୍ଲୀ: ସୋମବାର ଜାରି ଏକ ରିପୋର୍ଟ ଅନୁସାରେ, ଭାରତରେ ସିଇଓଙ୍କ ହାରାହାରି ବାର୍ଷିକ ଦରମା ଗତ ୪ ବର୍ଷରେ ୪୦ ପ୍ରତିଶତ ବଢିଛି । ୨୦୨୦ରେ ଏହା ୯.୮ କୋଟି ଟଙ୍କା ଥିଲା, ଯାହା ଏବେ ୧୩.୮ କୋଟି ଟଙ୍କା ହୋଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୨୦ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ସିଇଓଙ୍କ ସଂଖ୍ୟା ଦ୍ୱିଗୁଣା ହୋଇଛି ।

ଡିଲୟଟ ଇଣ୍ଡିଆ ଏକ୍ସିକ୍ୟୁଟିଭ ପରଫର୍ମାନ୍ସ ଆଣ୍ଡ ରିୱାର୍ଡସ ସର୍ଭେ ୨୦୨୪ ଅନୁସାରେ ଭାରତରେ ୭୫ ପ୍ରତିଶତ ସିଇଓ ଏବେ ବାର୍ଷିକ ୫ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି । ଏହି ସଂଖ୍ୟା ୨୦୨୦ରେ ୬୬ ପ୍ରତିଶତ ଥିଲା । ଏହି ସର୍ଭେରେ ୪୦୦ ସଂଗଠନ (ସାର୍ବଜାନୀନ କ୍ଷେତ୍ରର କମ୍ପାନିକୁ ଛାଡ଼ି) ଉପରେ ଆଧାରିତ ।

୫ କୋଟି ଟଙ୍କାରୁ ୧୦ କୋଟି ଟଙ୍କା ବାର୍ଷିକ ରୋଜଗାର ଥିବା ସିଇଓଙ୍କ ପ୍ରତିଶତ ୩୫ ଶତକଡ଼ା କମ ହୋଇ ୩୬ ପ୍ରତିଶତ ହୋଇଛି । କିନ୍ତୁ ୧୦ କୋଟି ଟଙ୍କାରୁ ୨୦ କୋଟି ଟଙ୍କା ମଧ୍ୟରେ ଆୟ କରୁଥିବା ସିଇଓଙ୍କ ପ୍ରତିଶତ ୨୨ ପ୍ରତିଶତ ବଢି ୨୭ ପ୍ରତିଶତ ହୋଇଛି । ସେହିପରି ୨୦ କୋଟି ଟଙ୍କାରୁ ଅଧିକ ଆୟ ଥିବା ସିଇଓଙ୍କ ପ୍ରତିଶତ ଦ୍ୱିଗୁଣା ହୋଇ ୨୧ ପ୍ରତିଶତ ହୋଇଛି । ଏହା ବ୍ୟତୀତ ପ୍ରମୋଟର ସିଇଓଙ୍କୁ ପ୍ରୋଫେସନାଲ ସିଇଓଙ୍କ ତୁଳନାରେ ଅଧିକ ବେତନ ମିଳୁଛି ।

ରିପୋର୍ଟରେ କୁହାଯାଇଛି ଯେ ଗତ ୪ ବର୍ଷରେ କମ୍ପାନିର ପ୍ରମୋଟର ଏବଂ ପ୍ରୋଫେସନାଲ ସିଇଓଙ୍କ ଦରମାର ଅନୁମାତ ୧:୦ରୁ ବଢି ୧: ୩ ହୋଇଛି । ଏହାର ଅର୍ଥ ପ୍ରମୋଟର୍ସ ପୂର୍ବ ଅପେକ୍ଷା ସିରିଓଙ୍କଠାରୁ ୩୦ ପ୍ରତିଶତ ଅଧିକ ରୋଜଗାର କରୁଛନ୍ତି ।