'ଭାରତରେ କିଛି ବଡ ଘଟଣା ଘଟିବାକୁ ଯାଉଛି !' ହିଣ୍ଡେନବର୍ଗଙ୍କ ଚେତାବନୀ ପରେ ପଡିବ କାହାର ପାଳି?

ନୂଆଦିଲ୍ଲୀ ୧୦/୦୮: ଖୁବ୍ ଶୀଘ୍ର ଭାରତରେ ଘଟିପାରେ କିଛି ବଡ଼ ଘଟଣା । ଏମିତି କିଛି ଚେତାବନୀ ଦେଇଛି ଆମେରିକାର ଶର୍ଟ ସେଲର୍‌ ସଂସ୍ଥା ହିଣ୍ଡେନବର୍ଗ । ସୋସିାଲ ମିଡିଆରେ  'X' ରେ ପୋଷ୍ଟ କରି ଆମେରିକୀୟ କମ୍ପାନୀ ଭାରତୀୟ କମ୍ପାନୀ ସହ ଜଡ଼ିତ ଆଉ ଏକ ବଡ଼ ଖୁଲାସା ନେଇ କିଛି ଇସାରା ଦେଇଛି । ଆଉ ଏହି ଇସାରା ପରେ ସାରା ବିଶ୍ୱକୁ ଘାରିଛି ଭୟ । Something big soon India— Hindenburg Research (@HindenburgRes) August 10, 2024ହିଣ୍ଡେନବର୍ଗ ନିଜ ପୋଷ୍ଟରେ ଲେଖିଛି ଯେ, 'Something big soon India'। ହିଣ୍ଡେନବର୍ଗର ଏହି ପୋଷ୍ଟକୁ ନେଇ ଏବେ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଛି । ତେବେ ଏସବୁ ପଛର କାରଣ କ’ଣ ଏବଂ କାହା ଉପରେ ବଡ଼ ଘଟଣା ଘଟିବା ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନି । ତେବେ ହିଣ୍ଡେନବର୍ଗ ରିସର୍ଚ୍ଚ ପୁଣି ଥରେ ଭାରତୀୟ କମ୍ପାନୀ ବିଷୟରେ ବଡ଼ ଖୁଲାସା କରିବାକୁ ଯାଉଥିବା କମ୍ପାନୀର ଏହି ପୋଷ୍ଟକୁ ନେଇ ସନ୍ଦେହ କରାଯାଉଛି । ସୂଚନା ଥାଉକି, ଜାନୁଆରୀ ୨୦୨୩ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ଏକ ରିପୋର୍ଟ ପ୍ରକାଶ କରିଥିଲା । ଏହି ରିପୋର୍ଟକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଥିଲା। କାରଣ ହିଣ୍ଡେନବର୍ଗ ଆଦାନୀ ଗ୍ରୁପ୍ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲା । ପରେ ହିଣ୍ଡେନବର୍ଗର ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ମାତ୍ରେ ଆଦାନୀ ଗ୍ରୁପ୍‌ର ସମସ

'ଭାରତରେ କିଛି ବଡ ଘଟଣା ଘଟିବାକୁ ଯାଉଛି !' ହିଣ୍ଡେନବର୍ଗଙ୍କ ଚେତାବନୀ ପରେ ପଡିବ କାହାର ପାଳି?

ନୂଆଦିଲ୍ଲୀ ୧୦/୦୮: ଖୁବ୍ ଶୀଘ୍ର ଭାରତରେ ଘଟିପାରେ କିଛି ବଡ଼ ଘଟଣା । ଏମିତି କିଛି ଚେତାବନୀ ଦେଇଛି ଆମେରିକାର ଶର୍ଟ ସେଲର୍‌ ସଂସ୍ଥା ହିଣ୍ଡେନବର୍ଗ । ସୋସିାଲ ମିଡିଆରେ  'X' ରେ ପୋଷ୍ଟ କରି ଆମେରିକୀୟ କମ୍ପାନୀ ଭାରତୀୟ କମ୍ପାନୀ ସହ ଜଡ଼ିତ ଆଉ ଏକ ବଡ଼ ଖୁଲାସା ନେଇ କିଛି ଇସାରା ଦେଇଛି । ଆଉ ଏହି ଇସାରା ପରେ ସାରା ବିଶ୍ୱକୁ ଘାରିଛି ଭୟ । 

ହିଣ୍ଡେନବର୍ଗ ନିଜ ପୋଷ୍ଟରେ ଲେଖିଛି ଯେ, 'Something big soon India'। ହିଣ୍ଡେନବର୍ଗର ଏହି ପୋଷ୍ଟକୁ ନେଇ ଏବେ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଛି । ତେବେ ଏସବୁ ପଛର କାରଣ କ’ଣ ଏବଂ କାହା ଉପରେ ବଡ଼ ଘଟଣା ଘଟିବା ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନି । ତେବେ ହିଣ୍ଡେନବର୍ଗ ରିସର୍ଚ୍ଚ ପୁଣି ଥରେ ଭାରତୀୟ କମ୍ପାନୀ ବିଷୟରେ ବଡ଼ ଖୁଲାସା କରିବାକୁ ଯାଉଥିବା କମ୍ପାନୀର ଏହି ପୋଷ୍ଟକୁ ନେଇ ସନ୍ଦେହ କରାଯାଉଛି । 

ସୂଚନା ଥାଉକି, ଜାନୁଆରୀ ୨୦୨୩ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ଏକ ରିପୋର୍ଟ ପ୍ରକାଶ କରିଥିଲା । ଏହି ରିପୋର୍ଟକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଥିଲା। କାରଣ ହିଣ୍ଡେନବର୍ଗ ଆଦାନୀ ଗ୍ରୁପ୍ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲା । ପରେ ହିଣ୍ଡେନବର୍ଗର ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ମାତ୍ରେ ଆଦାନୀ ଗ୍ରୁପ୍‌ର ସମସ୍ତ ସେୟାର ଦ୍ରୁତ ଭାବେ ଖସିବାରୁ ଲାଗିଥିଲ । ଏବେ ହିଣ୍ଡେନବର୍ଗର ସଦ୍ୟତମ ରିପୋର୍ଟ ପରେ ଚର୍ଚ୍ଚା ବଢିଛି ।