ଭାରତରେ କେବେ ମିଳିବ Pixel 9a ସ୍ମାର୍ଟଫୋନ୍‌ ? କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ: ଗୁଗଲର ସ୍ମାର୍ଟ୍‌ଫୋନ୍  Pixel 9a ଏପ୍ରିଲ ୧୬ ଠାରୁ ଭାରତରେ ଉପଲବ୍ଧ ହେବ। ଭାରତ ସହିତ ଏହି ସ୍ମାର୍ଟାଫୋନ୍‌ ଅଷ୍ଟ୍ରେଲିଆ, ସିଙ୍ଗାପୁର, ତାଇୱାନ ଏବଂ ମାଲେସିଆରେ ମଧ୍ୟ ଲଞ୍ଚ କରାଯିବ।  ହେଲେ ଏହାର ୬ ଦିନ ପୂର୍ବରୁ ଏପ୍ରିଲ ୧୦ ତାରିଖରେ Pixel 9a  ଆମେରିକା, କାନାଡା ଏବଂ ୟୁକେରେ ମିଳିବ। ଏନେଇ ଶୁକ୍ରବାର କମ୍ପାନୀ ଘୋଷଣା କରିଛି। Pixel 9a ମାର୍ଚ୍ଚ ୧୯ ରେ ଉନ୍ମୋଚନ ହେବା ପରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ବୋଲି କୁହାଯାଉଥିଲା। କିନ୍ତୁ ଉପଲବ୍ଧତା ସୁନିଶ୍ଚିତ କରିବା ପୂର୍ବରୁ କମ୍ପାନୀ ପ୍ରଥମେ ଏହାର "ଉପାଦାନ ମାନ ସମସ୍ୟା(କମ୍ପୋନେଣ୍ଟ କ୍ୱାଲିଟି ଇସୁ)"  ଯାଞ୍ଚ୍ କରିଥିଲା। ଏଥିପାଇଁ ଫୋନ୍ ମାର୍କେଟ୍‌ରେ ଉପଲବ୍ଧ ହେବାର ବିଳମ୍ବ ହୋଇଛି। ପଢ଼ନ୍ତୁ- ATMରୁ ଅତିରିକ୍ତ ଉଠାଣ ଉପରେ ୧ ମେରୁ ଲାଗିବ ଅଧିକ ୨ଟଙ୍କା ଶୁଳ୍କଗୁଗଲ Pixel 9a ସ୍ମାର୍ଟଫୋନ୍‌ରେ ଅନେକ ଆଡ୍‌ଭାନ୍ସସ ଫିଚର ରହିଛି। ଫୋନରେ ୬.୩-ଇଞ୍ଚ ଆମୋଲେଡ୍‌ ଡିସପ୍ଲେ ଦିଆଯାଇଛି। ଯାହା 120Hz ରିଫ୍ରେସ୍ ରେଟ୍ ଏବଂ ୨,୭୦୦ ୟୁନିଟ୍ସସ ବ୍ରାଇଟନେସ ରହିଛି।  ଯାହା Pixel 8a ର ଛୋଟ ୬.୧-ଇଞ୍ଚ ସ୍କ୍ରିନ୍ ୨,୦୦୦ୟୁନିଟ୍ସ ଠାରୁ ଅଧିକ। ୮ ଜିବି ରାମ ସହିତ ଏଥିରେଟେନ୍ସର G4 ପ୍ରୋସେସର୍ ଦିଆଯାଇଛି। ୪୮ ମେଗାପିକ୍ସେଲର ମ୍ୟାନ୍‌ କ୍ୟାମେରା ସହିତ ୧୩ ଇଞ୍ଚର ଅଲ୍ଟ୍ରାୱାଇଡ ଲେନ୍ସ ଓ ସେଲ୍‌ଫୀ କ୍ୟାମେରା ଦିଆଯାଇଛି। ସେହିପରି Pixel 9a ରେ  ୫୧୦୦ ଏମ

ଭାରତରେ କେବେ ମିଳିବ Pixel 9a ସ୍ମାର୍ଟଫୋନ୍‌ ? କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ: ଗୁଗଲର ସ୍ମାର୍ଟ୍‌ଫୋନ୍  Pixel 9a ଏପ୍ରିଲ ୧୬ ଠାରୁ ଭାରତରେ ଉପଲବ୍ଧ ହେବ। ଭାରତ ସହିତ ଏହି ସ୍ମାର୍ଟାଫୋନ୍‌ ଅଷ୍ଟ୍ରେଲିଆ, ସିଙ୍ଗାପୁର, ତାଇୱାନ ଏବଂ ମାଲେସିଆରେ ମଧ୍ୟ ଲଞ୍ଚ କରାଯିବ।  ହେଲେ ଏହାର ୬ ଦିନ ପୂର୍ବରୁ ଏପ୍ରିଲ ୧୦ ତାରିଖରେ Pixel 9a  ଆମେରିକା, କାନାଡା ଏବଂ ୟୁକେରେ ମିଳିବ। ଏନେଇ ଶୁକ୍ରବାର କମ୍ପାନୀ ଘୋଷଣା କରିଛି। 

Pixel 9a ମାର୍ଚ୍ଚ ୧୯ ରେ ଉନ୍ମୋଚନ ହେବା ପରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ବୋଲି କୁହାଯାଉଥିଲା। କିନ୍ତୁ ଉପଲବ୍ଧତା ସୁନିଶ୍ଚିତ କରିବା ପୂର୍ବରୁ କମ୍ପାନୀ ପ୍ରଥମେ ଏହାର "ଉପାଦାନ ମାନ ସମସ୍ୟା(କମ୍ପୋନେଣ୍ଟ କ୍ୱାଲିଟି ଇସୁ)"  ଯାଞ୍ଚ୍ କରିଥିଲା। ଏଥିପାଇଁ ଫୋନ୍ ମାର୍କେଟ୍‌ରେ ଉପଲବ୍ଧ ହେବାର ବିଳମ୍ବ ହୋଇଛି। 

ପଢ଼ନ୍ତୁ- ATMରୁ ଅତିରିକ୍ତ ଉଠାଣ ଉପରେ ୧ ମେରୁ ଲାଗିବ ଅଧିକ ୨ଟଙ୍କା ଶୁଳ୍କ

ଗୁଗଲ Pixel 9a ସ୍ମାର୍ଟଫୋନ୍‌ରେ ଅନେକ ଆଡ୍‌ଭାନ୍ସସ ଫିଚର ରହିଛି। ଫୋନରେ ୬.୩-ଇଞ୍ଚ ଆମୋଲେଡ୍‌ ଡିସପ୍ଲେ ଦିଆଯାଇଛି। ଯାହା 120Hz ରିଫ୍ରେସ୍ ରେଟ୍ ଏବଂ ୨,୭୦୦ ୟୁନିଟ୍ସସ ବ୍ରାଇଟନେସ ରହିଛି।  ଯାହା Pixel 8a ର ଛୋଟ ୬.୧-ଇଞ୍ଚ ସ୍କ୍ରିନ୍ ୨,୦୦୦ୟୁନିଟ୍ସ ଠାରୁ ଅଧିକ। 

୮ ଜିବି ରାମ ସହିତ ଏଥିରେଟେନ୍ସର G4 ପ୍ରୋସେସର୍ ଦିଆଯାଇଛି। ୪୮ ମେଗାପିକ୍ସେଲର ମ୍ୟାନ୍‌ କ୍ୟାମେରା ସହିତ ୧୩ ଇଞ୍ଚର ଅଲ୍ଟ୍ରାୱାଇଡ ଲେନ୍ସ ଓ ସେଲ୍‌ଫୀ କ୍ୟାମେରା ଦିଆଯାଇଛି। ସେହିପରି Pixel 9a ରେ  ୫୧୦୦ ଏମଏଏଚ୍‌ର ବ୍ୟାଟେରୀ ଦିଆଯାଇଛି। 

କ୍ୱିଆଇ ୱାୟାରଲେସ୍ ଚାର୍ଜିଂ ଏବଂ ୨୩W ତାରଯୁକ୍ତ ଦ୍ରୁତ ଚାର୍ଜିଂ ସପୋର୍ଟ ରହିଛି। IP68 ରେଟିଂ ସୁରକ୍ଷା ସହିତ ଲେଟେଷ୍ଟ ଆଣ୍ଡ୍ରଏଡ ସିଷ୍ଟମ, ଜେମିନାଇ ଏଆଇ, ଗୁଗଲ ଆସିଷ୍ଟାଣ୍ଟ ଭଲି ଏଆଇ ଫିଚର ଦିଆଯାଇଛି। ଡିଭାଇସର ଏକ ଆକର୍ଷଣୀୟ ଫିଚର ହେଲା ଏହାର ସଫ୍ଟୱେର୍ ଅପଡେଟ୍। ଗୁଗୁଲ୍ ୭ ବର୍ଷର Android OS ଏବଂ ସିକ୍ୟୁରିଟ ଅପଡେଟ୍ ଦେବ ବୋଲି ଘୋଷଣା କରିଛି।