ଭାରତରେ ଖୁବ୍ଶୀଘ୍ର ଆରମ୍ଭ ହେବ ଏଲନ୍ ମସ୍କଙ୍କ ଷ୍ଟାର ଲିଙ୍କ୍ ଇଣ୍ଟରନେଟ୍ ସେବା
ନୂଆଦିଲ୍ଲୀ : ଅରବପତି ବ୍ୟବସାୟୀ ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ୍ ସେବାକୁ ନେଇ ଗତ କିଛିଦିନ ଧରି ଚର୍ଚ୍ଚା ହେଉଛି। ଇଣ୍ଟରନେଟ୍ ୟୁଜର୍ସ ଭାରତରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବାକୁ ନେଇ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଆଗାମୀ କିଛିଦିନ ମଧ୍ୟରେ ଏହା ଭାରତରେ ଆରମ୍ଭ ହୋଇଯିବ। ଏବେ ଏହାକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। କୁହାଯାଉଛି ଖୁବ୍ ଶୀଘ୍ର ଷ୍ଟାରଲିଙ୍କକୁ ଭାରତ ସରକାରଙ୍କ ଅନୁମତି ମିଳିଯିବ। ଏଠାରେ ଆପଣଙ୍କୁ ସୂଚାଇ ଦିଆଯାଇପାରେ କି […]

ନୂଆଦିଲ୍ଲୀ : ଅରବପତି ବ୍ୟବସାୟୀ ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ୍ ସେବାକୁ ନେଇ ଗତ କିଛିଦିନ ଧରି ଚର୍ଚ୍ଚା ହେଉଛି। ଇଣ୍ଟରନେଟ୍ ୟୁଜର୍ସ ଭାରତରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବାକୁ ନେଇ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଆଗାମୀ କିଛିଦିନ ମଧ୍ୟରେ ଏହା ଭାରତରେ ଆରମ୍ଭ ହୋଇଯିବ। ଏବେ ଏହାକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। କୁହାଯାଉଛି ଖୁବ୍ ଶୀଘ୍ର ଷ୍ଟାରଲିଙ୍କକୁ ଭାରତ ସରକାରଙ୍କ ଅନୁମତି ମିଳିଯିବ।
ଏଠାରେ ଆପଣଙ୍କୁ ସୂଚାଇ ଦିଆଯାଇପାରେ କି ଷ୍ଟାରଲିଙ୍କ ଏକ ସାଟେଲାଇଟ୍ ବେସଡ୍ ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର। ଏହାକୁ ସ୍ପେସ୍ ସ୍ପେକ୍ସ ଦ୍ୱାରା ନିର୍ମାଣ କରାଯାଇଛି । ଏହା ଏକ ଏପରି ସେବା ଯେଉଁଥିରେ ହଜାର ସଂଖ୍ୟାରେ କ୍ଷୁଦ୍ର ଉପଗ୍ରହ ସାହାଯ୍ୟରେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ପ୍ରଦାନ କରାଯାଇଥାଏ। ଇଣ୍ଟରନେଟ୍ ଲାଗି ଷ୍ଟାରଲିଙ୍କ ଲୋ ୟାର୍ଥ ଅର୍ବିଟ୍ ସାଟେଲାଇଟରେ ଉପଯୋଗ କରିଥାଏ।
ମିଳିଥିବା ସୂଚନାରୁ ଜଣାପଡିଛି ଡିପାର୍ଟମେଣ୍ଟ ଅଫ୍ ପ୍ରମୋଶନ ଅଫ୍ ଇଣ୍ଡଷ୍ଟ୍ରୀ ଆଣ୍ଡ ଇଣ୍ଟରନାଲ ଟ୍ରେଡ୍ ମସ୍କଙ୍କ କମ୍ପାନୀର ସେୟାର ହୋଲ୍ଡର କ୍ଲାସିଫିକେସନକୁ ନେଇ ସନ୍ତୋଷ ପ୍ରକାଶ କରିଛି। ଏହାପରେ କୁହାଯାଉଛି କି ତାଙ୍କ କମ୍ପାନୀକୁ ଭାରତରେ ଖୁବ୍ ଶୀଘ୍ର ଅନୁମତି ମିଳିଯିବ ।୨୦୧୯ରେ ଷ୍ଟାରଲିଙ୍କ ଆରମ୍ଭ ହୋଇଥିଲା ଓ ୫୬ରୁ ଅଧିକ ଦେଶରେ ଏବେ ଏହାର ସେବା ଯୋଗାଇ ଦିଆଯାଉଛି। ଷ୍ଟାରଲିଙ୍କ ଭାରତରେ ଆସିବା ଦ୍ୱାରା ଇଣ୍ଟରନେଟ୍ ଦୁନିଆରେ ଏକ ବହୁତ ବଡ ପରିବର୍ତ୍ତନ ଆସିବ। ଇଣ୍ଟରନେଟ୍ ସ୍ପିଡ୍ ଭାରତରେ ବହୁ ଗୁଣରେ ବଢିଯିବ। ଏହାର ସିଧା ମୁକାବିଲା ରିଲାଏନ୍ସ ଜିଓ ସହିତ ହେବ।