ଭାରତରେ ଧିମା ପଡିଲା କରୋନା, ହ୍ରାସ ହେଉଛି Covid-19 ଆକ୍ଟିଭ କେସ୍ ସଂଖ୍ୟା
ନୂଆଦିଲ୍ଲୀ ୧୩।୬: ଭାରତରେ କୋଭିଡ-୧୯ ମାମଲା ସାମାନ୍ୟ ହ୍ରାସ ହୋଇଛି। ଅନେକ ସପ୍ତାହ ପରେ ପ୍ରଥମ ଥର ଆକ୍ଟିଭ କେସ୍ ସଂଖ୍ୟା କମିଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ତଥ୍ୟ ଅନୁସାରେ ଜୁନ ୧୩ ତାରିଖରେ ଦେଶରେ ମୋଟ ୭,୧୩୧ଟି ଆକ୍ଟିଭ କେସ୍ ରହିଛି, ଯାହା ୧୨ ଜୁନର ଆକ୍ଟିଭ କେସ୍ ସଂଖ୍ୟା ୭,୧୫୪ରୁ ୨୩ କମ୍। ଏହି ଖବର ସେହିମାନଙ୍କ ପାଇଁ ଯେଉଁମାନେ କରୋନା ଭାରିଆଣ୍ଟକୁ ନେଇ ଚିନ୍ତିତ ଥିଲେ। ଗତ ୨୪ ଘଣ୍ଟାରେ ଦେଶରେ ୨୦୦ଟି ନୂଆ କୋଭିଡ କେସ୍ ରେକର୍ଡ ହୋଇଛି। ତେବେ ଏହି ସମୟରେ ୧,୪୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଆକ୍ଟିଭ ମାମଲା ସଂଖ୍ୟାରେ ୨୨୩ ହ୍ରାସ ହୋଇଛି। ଗୁଜରାଟରେ ସବୁଠୁ ଅଧିକ ୭୭ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ରାଜସ୍ଥାନରେ ୩୨ ଓ ଉତ୍ତରପ୍ରଦେଶରେ ୨୪ ରହିଛି। ଏହି ସମୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ୧୪ଟି ଲେଖାଏଁ, ଆସାମରେ ୭, ହରିୟାଣା ଓ ଝାଡଖଣ୍ଡରେ ୫ଟି ଲେଖାଏଁ ପୁଡୁଚେରୀରେ ୪, ଲଦ୍ଦାଖରେ ୩ ଏବଂ ଓଡିଶାରେ ଗୋଟିଏ ନୂଆ ମାମଲା ସାମ୍ନାକୁ ଆସିଛି। ଏହି ସମୟରେ କେରଳରେ ଜନୈକ ୮୨ ବର୍ଷ ବୟଷ୍କ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଛି। ଫଳରେ ଦେଶରେ ନୂଆ ଭାରିଆଣ୍ଟ ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ୭୮କୁ ପହଞ୍ଚିଛି। କେରଳ ଏବେବି ୨,୨୨୩ ସକ୍ରିୟ ମାମଲା ସହିତ ଦେଶର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହୋଇ ରହିଛି। ଏହା ପଛକୁ ୧୨୨୩ କେସ୍ ସହିତ ଗୁଜରାଟ ଦ୍ୱିତୀୟ ସ୍ଥାନରେ
ନୂଆଦିଲ୍ଲୀ ୧୩।୬: ଭାରତରେ କୋଭିଡ-୧୯ ମାମଲା ସାମାନ୍ୟ ହ୍ରାସ ହୋଇଛି। ଅନେକ ସପ୍ତାହ ପରେ ପ୍ରଥମ ଥର ଆକ୍ଟିଭ କେସ୍ ସଂଖ୍ୟା କମିଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ତଥ୍ୟ ଅନୁସାରେ ଜୁନ ୧୩ ତାରିଖରେ ଦେଶରେ ମୋଟ ୭,୧୩୧ଟି ଆକ୍ଟିଭ କେସ୍ ରହିଛି, ଯାହା ୧୨ ଜୁନର ଆକ୍ଟିଭ କେସ୍ ସଂଖ୍ୟା ୭,୧୫୪ରୁ ୨୩ କମ୍। ଏହି ଖବର ସେହିମାନଙ୍କ ପାଇଁ ଯେଉଁମାନେ କରୋନା ଭାରିଆଣ୍ଟକୁ ନେଇ ଚିନ୍ତିତ ଥିଲେ। ଗତ ୨୪ ଘଣ୍ଟାରେ ଦେଶରେ ୨୦୦ଟି ନୂଆ କୋଭିଡ କେସ୍ ରେକର୍ଡ ହୋଇଛି।
ତେବେ ଏହି ସମୟରେ ୧,୪୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଆକ୍ଟିଭ ମାମଲା ସଂଖ୍ୟାରେ ୨୨୩ ହ୍ରାସ ହୋଇଛି। ଗୁଜରାଟରେ ସବୁଠୁ ଅଧିକ ୭୭ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ରାଜସ୍ଥାନରେ ୩୨ ଓ ଉତ୍ତରପ୍ରଦେଶରେ ୨୪ ରହିଛି। ଏହି ସମୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ୧୪ଟି ଲେଖାଏଁ, ଆସାମରେ ୭, ହରିୟାଣା ଓ ଝାଡଖଣ୍ଡରେ ୫ଟି ଲେଖାଏଁ ପୁଡୁଚେରୀରେ ୪, ଲଦ୍ଦାଖରେ ୩ ଏବଂ ଓଡିଶାରେ ଗୋଟିଏ ନୂଆ ମାମଲା ସାମ୍ନାକୁ ଆସିଛି।
ଏହି ସମୟରେ କେରଳରେ ଜନୈକ ୮୨ ବର୍ଷ ବୟଷ୍କ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଛି। ଫଳରେ ଦେଶରେ ନୂଆ ଭାରିଆଣ୍ଟ ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ୭୮କୁ ପହଞ୍ଚିଛି। କେରଳ ଏବେବି ୨,୨୨୩ ସକ୍ରିୟ ମାମଲା ସହିତ ଦେଶର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହୋଇ ରହିଛି। ଏହା ପଛକୁ ୧୨୨୩ କେସ୍ ସହିତ ଗୁଜରାଟ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୭୪୭ କେସ୍ ସହିତ ପଶ୍ଚିମବଙ୍ଗ ତୃତୀୟ ଓ ୬୯୧ କେସ ସହିତ ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛି।