ଭାରତରେ ନୁହେଁ, ଏହି ଦେଶରେ ହେବ ଆଇପିଏଲ୍‌ ନିଲାମୀ

ନୂଆଦିଲ୍ଲୀ, ୪ା୧୧): ଚଳିତ ମାସ ଶେଷ ସପ୍ତାହରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ହାଇ ପ୍ରୋଫାଇଲ ନିଲାମୀ ସାଉଦି ଆରବ ରାଜଧାନୀ ରିୟାଦରେ ହେବ। ଏ ବାବଦରେ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ ନୋଟିସ ଜାରି କରାଯାଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସୋମବାର ସ୍ପଷ୍ଟ କରାଯାଇଛି। ଆଇପିଏଲ୍‌ ନିଲାମୀ ସମ୍ଭବତଃ ନଭେମ୍ବର ୨୪ ଓ ୨୫ରେ ହୋଇପାରେ ବୋଲି କୁହାଯାଉଛି। ଚଳିତବର୍ଷ ହେବାକୁଥିବା ମେଗା ନିଲାମୀରେ ଅବତୀର୍ଣ୍ଣ ହେବାକୁଥିବା ହାଇପ୍ରୋଫାଇଲ ଷ୍ଟାର ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ରିଷଭ […] The post ଭାରତରେ ନୁହେଁ, ଏହି ଦେଶରେ ହେବ ଆଇପିଏଲ୍‌ ନିଲାମୀ appeared first on Dharitri Odia News.

ଭାରତରେ ନୁହେଁ, ଏହି ଦେଶରେ ହେବ ଆଇପିଏଲ୍‌ ନିଲାମୀ

ନୂଆଦିଲ୍ଲୀ, ୪ା୧୧): ଚଳିତ ମାସ ଶେଷ ସପ୍ତାହରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ହାଇ ପ୍ରୋଫାଇଲ ନିଲାମୀ ସାଉଦି ଆରବ ରାଜଧାନୀ ରିୟାଦରେ ହେବ। ଏ ବାବଦରେ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ ନୋଟିସ ଜାରି କରାଯାଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସୋମବାର ସ୍ପଷ୍ଟ କରାଯାଇଛି। ଆଇପିଏଲ୍‌ ନିଲାମୀ ସମ୍ଭବତଃ ନଭେମ୍ବର ୨୪ ଓ ୨୫ରେ ହୋଇପାରେ ବୋଲି କୁହାଯାଉଛି। ଚଳିତବର୍ଷ ହେବାକୁଥିବା ମେଗା ନିଲାମୀରେ ଅବତୀର୍ଣ୍ଣ ହେବାକୁଥିବା ହାଇପ୍ରୋଫାଇଲ ଷ୍ଟାର ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ରିଷଭ ପନ୍ତ, କେ.ଏଲ୍‌. ରାହୁଲ, ଶ୍ରେୟସ ଆୟାର ଓ ଅର୍ଶଦୀପ ସିଂ। ନିଲାମୀ ଉପଲବ୍ଧ ଥିବା ୭୦ ବିଦେଶୀଙ୍କ ସମେତ ୨୦୪ ଖେଳାଳିଙ୍କୁ ନେବା ପାଇଁ ୧୦ଟି ଯାକ ଫ୍ରାଞ୍ଚାଇଜ ପ୍ରାୟ ୬୪୧.୫ କୋଟି ଟଙ୍କା ବ୍ୟୟ କରିବେ। ବର୍ତ୍ତମାନ ସୁଦ୍ଧା ୧୦ଟି ଫ୍ରାଞ୍ଚାଇଜ ମୋଟ ୫୫୮.୫ କୋଟି ଟଙ୍କା ବ୍ୟୟ କରିି ୪୬ଜଣ ଖେଳାଳିଙ୍କୁ ରିଟେନ ପାଇ ସାରିଛନ୍ତି।

The post ଭାରତରେ ନୁହେଁ, ଏହି ଦେଶରେ ହେବ ଆଇପିଏଲ୍‌ ନିଲାମୀ appeared first on Dharitri Odia News.