ଭାରତରେ ପରୀକ୍ଷା କରାଯାଇଥିବା ମସଲାର ୧୨%ନମୁନା କ୍ୱାଲିଟି ଓ ସୁରକ୍ଷା ମାନ ପୂରଣ କରିବାରେ ବିଫଳ

ନୂଆଦିଲ୍ଲୀ : ଦୁଇଟି ଲୋକପ୍ରିୟ ମସଲା ବ୍ରାଣ୍ଡରେ ଅଶୁଦ୍ଧତା ମିଳିବା ଯୋଗୁ କେତେକ ଦେଶ ପଦକ୍ଷେପ ନେଇଥିଲେ। ଏଣୁ ଭାରତୀୟ ଅଧିକାରୀମାନେ ଦେଶରେ ପ୍ରସ୍ତୁତ ମସଲା ଉତ୍ପାଦର ମାନ ଯାଞ୍ଚ କରିଛନ୍ତି। ଏଥିରୁ ଯେଉଁ ଫଳାଫଳ ମିଳିଛି ସେଥିରେ ୧୨ ପ୍ରତିଶତ ମସଲା କ୍ୱାଲିଟି ଓ ସୁରକ୍ଷା ମାନ ପୁରଣ କରିବାରେ ବିଫଳ ହୋଇଛନ୍ତି।  ‘ଦି ଟେଲିଗ୍ରାଫ’ ରିପୋର୍ଟ ଅନୁସାରେ ଉଚ୍ଚସ୍ତରର କୀଟନାଶକ ବ୍ୟବହାରକାରଣରୁ ହଂକଂ ଦ୍ୱାରା ଏଭେରେଷ୍ଟ ଓ ଏମଡିଏଚ୍ ବ୍ରାଣ୍ଡର କେତେକ ମସଲା ବିକ୍ରିକୁ ନିଲମ୍ବିତ କରାଯାଇଥିଲା। ଏହା ପରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ମିଶ୍ରିତ ମସଲାର ଯାଞ୍ଚ କରିଛନ୍ତି। ଏଥି ପାଇଁ ନମୁନା ସଂଗ୍ରହ ପରେ ପରୀକ୍ଷଣ କରାଯାଇଛି। ତେବେ ହଂକଂ ଘଟଣା ପରେ ବ୍ରିଟେନ ଭାରତରୁ ସବୁ ମସଲା ଆମଦାନୀ ଉପରେ କଡ଼ା ନଜର ରଖିବା ଆରମ୍ଭ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ, ଆମେରିକା ଓ ଅଷ୍ଟ୍ରେଲିୟା ଏହି ମସଲା ବ୍ରାଣ୍ଡ ସମ୍ପର୍କରେ ବିଚାର କରୁଥିବା କହିଛନ୍ତି। ତେବେ ଏମଡିଏଚ ଓ ଏଭରେଷ୍ଟ ସେମାନଙ୍କ ଉତ୍ପାଦ ଉପଭୋଗ ଲାଗି ସୁରକ୍ଷିତ ବୋଲି ଦାବି କରୁଛନ୍ତି। ଭାରତ ବିଶ୍ୱର ମସଲାର ଉତ୍ପାଦନ ଓ ଉପଭୋକ୍ତା ସହ ରପ୍ତାନୀକାରୀ ଦେଶ ମଧ୍ୟ। ଭାରତରେ ଉତ୍ପାଦିତ ମସଲା ୟୁରୋପ, ଏସିୟା ଓ ଉତ୍ତର ଆମେରିକାରେ ବିକ୍ରି ହୋଇଥାଏ। ସୂଚନା ଅଧିକାର ଅଧନିୟମ (ଆରଟିଆଇ)ରେ ପ୍ରାପ୍ତ ସୂଚନା ଅନୁସାରେ ମେ ଓ ଜୁଲାଇ ପ୍ରାରମ୍ଭରେ ପରୀକ୍

ଭାରତରେ ପରୀକ୍ଷା କରାଯାଇଥିବା ମସଲାର ୧୨%ନମୁନା କ୍ୱାଲିଟି ଓ ସୁରକ୍ଷା ମାନ ପୂରଣ କରିବାରେ ବିଫଳ

ନୂଆଦିଲ୍ଲୀ : ଦୁଇଟି ଲୋକପ୍ରିୟ ମସଲା ବ୍ରାଣ୍ଡରେ ଅଶୁଦ୍ଧତା ମିଳିବା ଯୋଗୁ କେତେକ ଦେଶ ପଦକ୍ଷେପ ନେଇଥିଲେ। ଏଣୁ ଭାରତୀୟ ଅଧିକାରୀମାନେ ଦେଶରେ ପ୍ରସ୍ତୁତ ମସଲା ଉତ୍ପାଦର ମାନ ଯାଞ୍ଚ କରିଛନ୍ତି। ଏଥିରୁ ଯେଉଁ ଫଳାଫଳ ମିଳିଛି ସେଥିରେ ୧୨ ପ୍ରତିଶତ ମସଲା କ୍ୱାଲିଟି ଓ ସୁରକ୍ଷା ମାନ ପୁରଣ କରିବାରେ ବିଫଳ ହୋଇଛନ୍ତି।  ‘ଦି ଟେଲିଗ୍ରାଫ’ ରିପୋର୍ଟ ଅନୁସାରେ ଉଚ୍ଚସ୍ତରର କୀଟନାଶକ ବ୍ୟବହାରକାରଣରୁ ହଂକଂ ଦ୍ୱାରା ଏଭେରେଷ୍ଟ ଓ ଏମଡିଏଚ୍ ବ୍ରାଣ୍ଡର କେତେକ ମସଲା ବିକ୍ରିକୁ ନିଲମ୍ବିତ କରାଯାଇଥିଲା। 

ଏହା ପରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ମିଶ୍ରିତ ମସଲାର ଯାଞ୍ଚ କରିଛନ୍ତି। ଏଥି ପାଇଁ ନମୁନା ସଂଗ୍ରହ ପରେ ପରୀକ୍ଷଣ କରାଯାଇଛି। ତେବେ ହଂକଂ ଘଟଣା ପରେ ବ୍ରିଟେନ ଭାରତରୁ ସବୁ ମସଲା ଆମଦାନୀ ଉପରେ କଡ଼ା ନଜର ରଖିବା ଆରମ୍ଭ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ, ଆମେରିକା ଓ ଅଷ୍ଟ୍ରେଲିୟା ଏହି ମସଲା ବ୍ରାଣ୍ଡ ସମ୍ପର୍କରେ ବିଚାର କରୁଥିବା କହିଛନ୍ତି। ତେବେ ଏମଡିଏଚ ଓ ଏଭରେଷ୍ଟ ସେମାନଙ୍କ ଉତ୍ପାଦ ଉପଭୋଗ ଲାଗି ସୁରକ୍ଷିତ ବୋଲି ଦାବି କରୁଛନ୍ତି। 

ଭାରତ ବିଶ୍ୱର ମସଲାର ଉତ୍ପାଦନ ଓ ଉପଭୋକ୍ତା ସହ ରପ୍ତାନୀକାରୀ ଦେଶ ମଧ୍ୟ। ଭାରତରେ ଉତ୍ପାଦିତ ମସଲା ୟୁରୋପ, ଏସିୟା ଓ ଉତ୍ତର ଆମେରିକାରେ ବିକ୍ରି ହୋଇଥାଏ। ସୂଚନା ଅଧିକାର ଅଧନିୟମ (ଆରଟିଆଇ)ରେ ପ୍ରାପ୍ତ ସୂଚନା ଅନୁସାରେ ମେ ଓ ଜୁଲାଇ ପ୍ରାରମ୍ଭରେ ପରୀକ୍ଷଣ କରାଯାଇଥିବା ୪,୦୫୪ ନମୁନାରୁ ୪୭୪ଟି କ୍ୱାଲିଟି ଓ ସୁରକ୍ଷା ମାନକ ପୂରଣ କରିବାରେ ବିଫଳ ହୋଇଛନ୍ତି। ଏଥିରେ ଏଫଏସଏସଏଆଇ କହିଛନ୍ତି ଯେ ସେ ଏପରି କମ୍ପାନୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କରୁଛନ୍ତି। 

ଭାରତୀୟ ଆଇନ ଅନୁସାରେ ଦଣ୍ଡ ବ୍ୟବସ୍ଥାର ଉଲ୍ଲେଖ କରି ଏଜେନ୍ସୀ କହିଛି ଯେ କ୍ୱାଲିଟି ଅନୁରୂପ ମାନ ମିଳି ନଥିବା ନମୁନା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଧାରିତ ହୋଇଛି। ତେବେ ପରୀକ୍ଷଣରେ ବିଫଳ ହୋଇଥିବା ନମୁନାର ରିପୋର୍ଟ ମଗାଯିବାରୁ ଏଜେନ୍ସୀ ଏପରି କୌଣସି ରିପୋର୍ଟ ଉପଲବ୍ଧ ନଥିବା କହିଛନ୍ତି। ସିୟୋନ ମାର୍କେଟ ରିସର୍ଚ୍ଚ ଅନୁସାରେ ୨୦୨୨ ମସିହାରେ ଭାରତର ଘରୋଇ ମସଲା ବଜାର ୧୦.୪୪ ବିଲିୟନ ଡଲାରର ଥିଲା। ମାର୍ଚ୍ଚରେ ସମାପ୍ତ ହୋଇଥିବା ଆର୍ଥିକ ବର୍ଷରେ ମସଲା ଉତ୍ପାଦ ରପ୍ତାନୀ ରେକର୍ଡ ୪.୪୬ ବିଲିୟନ ଡଲାରକୁ ପହଞ୍ଚିଥିଲା।