ଭାରତରେ ପୁଣି ହେଉଛି କୋଭିଡ ସଂକ୍ରମଣ, ଏହି ସବୁ ରାଜ୍ୟରେ ବଢୁଛି ମାମଲା, ଦେଖନ୍ତୁ ସୂଚୀରେ ଆପଣଙ୍କ ରାଜ୍ୟ ନାହିଁ ତ?

ନୂଆଦିଲ୍ଲୀ ୨୧।୫: ଭାରତରେ ପୁଣି ଥରେ କୋଭିଡ-୧୯ ମାମଲା ବଢିବା ଆରମ୍ଭ ହୋଇଛି। କେତେକ ରାଜ୍ୟର ଗ୍ରାଫ ଏବେ ଉପରମୁହାଁ ହେଲାଣି। ବିଭିନ୍ନ ଏସିୟ ଦେଶ ସମେତ ହଂକଂ, ଥାଇଲ୍ୟାଣ୍ଡ, ସିଙ୍ଗାପୁର ଓ ଚୀନ ଭଳି ଦେଶର ସହରାଞ୍ଚଳରେ ସଂକ୍ରମଣ ବଢିବା ପରେ ଭାରତରେ ସଂକ୍ରମଣ ହୋଇଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ଅନୁସାରେ କେରଳ, ମହାରାଷ୍ଟ୍ର ଓ ତାମିଲନାଡୁରେ ସବୁଠୁ ଅଧିକ ସକ୍ରିୟ ମାମଲା ସାମ୍ନାକୁ ଆସିଛି। ଉଲ୍ଲେଖଯୋଗ୍ୟ ଯେ ଏବେ ସାରା ଦେଶରେ ମୋଟ ୨୫୭ଟି ସକ୍ରିୟ ମାମଲା ରହିଛି। ତେବେ କେରଳରେ ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ ୯୫ ବୋଲି କୁହାଯାଇଛି। ଏଥି ମଧ୍ୟରେ ମହାରାଷ୍ଟ୍ରରେ ୫୬ ଓ ତାମିଲନାଡୁରେ ୬୬ଟି ମାମଲା ରେକର୍ଡ କରାଯାଇଛି। ଏହା ଛଡା ପୁଡୁଚେରୀ, ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ, ସିକ୍କିମ, ହରିୟାଣା, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ମଧ୍ୟ କୋଭିଡ ସଂକ୍ରମଣର ସୂଚନା ମିଳିଛି। ତେବେ ହେଉଥିବା ସଂକ୍ରମଣ ଖୁବ୍ ହାଲୁକା ଓ ଏଥିଯୋଗୁ ଏପର୍ଯ୍ୟନ୍ତ କୌଣସିଠାରେ ମୃତ୍ୟୁ ଅଭିଯୋଗ ହୋଇ ନାହିଁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କ କୋଭିଡ-୧୯ ଡ୍ୟାସବୋର୍ଡ ଅନୁସାରେ ୧୨ ମେରୁ ସାରା ଭାରତରେ ୧୬୪ଟି କୋଭିଡ ମାମଲା ରେକର୍ଡ ହୋଇଛି। ଏଣୁ ସ୍ୱାସ୍ଥ୍ୟ ଅଧିକାରୀମାନେ ବୟଷ୍କ ଲୋକ, ଗର୍ଭବତୀ ମହିଳା ଓ ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ଥିଲେ ଲୋକଙ୍କୁ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦେଇଛନ୍ତି।  ନୂଆ ଭାରିଆଣ୍ଟ

ଭାରତରେ ପୁଣି ହେଉଛି କୋଭିଡ ସଂକ୍ରମଣ, ଏହି ସବୁ ରାଜ୍ୟରେ ବଢୁଛି ମାମଲା, ଦେଖନ୍ତୁ ସୂଚୀରେ ଆପଣଙ୍କ ରାଜ୍ୟ ନାହିଁ ତ?

ନୂଆଦିଲ୍ଲୀ ୨୧।୫: ଭାରତରେ ପୁଣି ଥରେ କୋଭିଡ-୧୯ ମାମଲା ବଢିବା ଆରମ୍ଭ ହୋଇଛି। କେତେକ ରାଜ୍ୟର ଗ୍ରାଫ ଏବେ ଉପରମୁହାଁ ହେଲାଣି। ବିଭିନ୍ନ ଏସିୟ ଦେଶ ସମେତ ହଂକଂ, ଥାଇଲ୍ୟାଣ୍ଡ, ସିଙ୍ଗାପୁର ଓ ଚୀନ ଭଳି ଦେଶର ସହରାଞ୍ଚଳରେ ସଂକ୍ରମଣ ବଢିବା ପରେ ଭାରତରେ ସଂକ୍ରମଣ ହୋଇଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ଅନୁସାରେ କେରଳ, ମହାରାଷ୍ଟ୍ର ଓ ତାମିଲନାଡୁରେ ସବୁଠୁ ଅଧିକ ସକ୍ରିୟ ମାମଲା ସାମ୍ନାକୁ ଆସିଛି। 

ଉଲ୍ଲେଖଯୋଗ୍ୟ ଯେ ଏବେ ସାରା ଦେଶରେ ମୋଟ ୨୫୭ଟି ସକ୍ରିୟ ମାମଲା ରହିଛି। ତେବେ କେରଳରେ ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ ୯୫ ବୋଲି କୁହାଯାଇଛି। ଏଥି ମଧ୍ୟରେ ମହାରାଷ୍ଟ୍ରରେ ୫୬ ଓ ତାମିଲନାଡୁରେ ୬୬ଟି ମାମଲା ରେକର୍ଡ କରାଯାଇଛି। ଏହା ଛଡା ପୁଡୁଚେରୀ, ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ, ସିକ୍କିମ, ହରିୟାଣା, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ମଧ୍ୟ କୋଭିଡ ସଂକ୍ରମଣର ସୂଚନା ମିଳିଛି। ତେବେ ହେଉଥିବା ସଂକ୍ରମଣ ଖୁବ୍ ହାଲୁକା ଓ ଏଥିଯୋଗୁ ଏପର୍ଯ୍ୟନ୍ତ କୌଣସିଠାରେ ମୃତ୍ୟୁ ଅଭିଯୋଗ ହୋଇ ନାହିଁ। 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କ କୋଭିଡ-୧୯ ଡ୍ୟାସବୋର୍ଡ ଅନୁସାରେ ୧୨ ମେରୁ ସାରା ଭାରତରେ ୧୬୪ଟି କୋଭିଡ ମାମଲା ରେକର୍ଡ ହୋଇଛି। ଏଣୁ ସ୍ୱାସ୍ଥ୍ୟ ଅଧିକାରୀମାନେ ବୟଷ୍କ ଲୋକ, ଗର୍ଭବତୀ ମହିଳା ଓ ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ଥିଲେ ଲୋକଙ୍କୁ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦେଇଛନ୍ତି।  

ନୂଆ ଭାରିଆଣ୍ଟ ଜେଏନ.୧
ଏସିଆରେ କୋଭିଡ-୧୯ର ଏପରି ସଂକ୍ରମଣ ବୃଦ୍ଧି ପଛରେ ଜେଏନ.୧ ଓ ଏହାର ବଂଶଜ ଭାରିଆଣ୍ଟର ଉପସ୍ଥିତି ଦେଖାଯାଇଛି, ଯାହା ଓମିକ୍ରନ ବଂଶର ଉପପ୍ରକାର। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜେଏନ.୧କୁ ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ ବୋଲି କହିଛି। ତେବେ ଏ ପର୍ଯ୍ୟନ୍ତ ଏହାକୁ ଚିନ୍ତାର ଭାରିଆଣ୍ଟ କୁହାଯାଇ ନାହିଁ। ଏଥିରୁ ଜଣାପଡୁଛି ଅଧିକାରୀ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ତେବେ ଏହା ଅନ୍ୟ ଓମିକ୍ରନ ଉପପ୍ରକାର ଭଳି ଘାତକ ବୋଲି ଏ ପର୍ଯ୍ୟନ୍ତ କୌଣସି ଠାରେ କୁହାଯାଇ ନାହିଁ।