ଭାରତରେ ବିଏମ୍ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ
ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ରିଟେଲ ନେକ୍ସଟରେ ପୁନଃପରିକଳ୍ପିତ ସେବା ଓ ସୁବିଧା ଉପଲବ୍ଧ ରହିବ। ଯାହାକୁ ଆଧୁନିକ ଆବଶ୍ୟକତାଗୁଡିକୁ ପୂରଣ ଓ ଉତ୍କର୍ଷ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ରିଟେଲ ନେକଟ୍ସକୁ ୩୬ ମାସ ମଧ୍ୟରେ ଭାରତର ୩୩ ସହରରେ ୫୬ ଫ୍ୟାସିଲିଟି ପଏଣ୍ଟରେ କାର୍ଯ୍ୟକାରୀ କରାଯିବ। ଏ ସମ୍ପର୍କରେ ବିଏମ୍ଡବ୍ଲ୍ୟୁ […] The post ଭାରତରେ ବିଏମ୍ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ରିଟେଲ ନେକ୍ସଟରେ ପୁନଃପରିକଳ୍ପିତ ସେବା ଓ ସୁବିଧା ଉପଲବ୍ଧ ରହିବ। ଯାହାକୁ ଆଧୁନିକ ଆବଶ୍ୟକତାଗୁଡିକୁ ପୂରଣ ଓ ଉତ୍କର୍ଷ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ରିଟେଲ ନେକଟ୍ସକୁ ୩୬ ମାସ ମଧ୍ୟରେ ଭାରତର ୩୩ ସହରରେ ୫୬ ଫ୍ୟାସିଲିଟି ପଏଣ୍ଟରେ କାର୍ଯ୍ୟକାରୀ କରାଯିବ।
ଏ ସମ୍ପର୍କରେ ବିଏମ୍ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆର ପ୍ରେସିଡେଣ୍ଟ ଓ ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର ବିକ୍ରମ ପାୱା କହିଛନ୍ତି, ରିଟେଲ ନେକ୍ସଟର ଶୁଭାରମ୍ଭ ସହିତ ଆମେ କେବଳ ଅନୁଭୂତିଗୁଡିକୁ ଉନ୍ନତ କରୁନାହୁଁ ବରଂ ଆମେ ତାହାକୁ ରୂପାନ୍ତରଣ କରୁଛୁ। ରିଟେଲ ନେକ୍ସଟ ଡିଲରଶିପ୍ଗୁଡିକୁ ‘ଫିଜିଟାଲ’ ଉଦ୍ଭାବନଗୁଡିକୁ ଏକତ୍ରିତ କରି ଗ୍ରାହକଙ୍କ ଯୋଗଦାନକୁ ବୈପ୍ଳବିକ କରିବା ପାଇଁ ଡିଜାଇନ କରାଯାଇଛି। ଆମେ ଆମର ଡିଲର ପାର୍ଟନରମାନଙ୍କୁ ବିଏମଡବ୍ଲ୍ୟୁ ଗ୍ରୁପ୍ ଏବଂ ଭାରତରେ ରିଟେଲ ନେକ୍ସଟକୁ କାର୍ଯ୍ୟକାରୀ କରିବା ପାଇଁ ଗତ ୩ ବର୍ଷ ମଧ୍ୟରେ ପରିବ୍ୟାପ୍ତ ଗୁରୁତ୍ୱପୂର୍ଣ୍ଣ ନିବେଶ ଦିଗରେ ସେମାନଙ୍କର ଦୃଢ ଉତ୍ସର୍ଗୀକୃତତା ପାଇଁ ପ୍ରଶଂସା କରୁଛୁ। ରିଟେଲ ନେକ୍ସଟ ଲକ୍ଜୁରୀ ଅଟୋମୋଟିଭ ସେଗ୍ମେଣ୍ଟରେ ଅଟୋମୋଟିଭ୍ ରିଟେଲ ଅନୁଭୂତିକୁ ପୁନଃବ୍ୟାଖ୍ୟା କରିବ। ହାଇ-ଟେକ ଡିଜିଟାଲ ଇଣ୍ଟରଫେସ୍ଗୁଡିକ ଏହି ଫ୍ୟାସିଲିଟିରେ ଅନ୍ତର୍ଭୁକ୍ତ ହୋଇଛି,ଯାହା ଯାନର ଫିଚରଗୁଡିକୁ ଅନ୍ବେଷଣ କରିବା,ନିଜର ପସନ୍ଦକୁ କଷ୍ଟୋମାଇଜ କରିବା ଏବଂ ସ୍ବତନ୍ତ୍ର ପରାମର୍ଶ ହାସଲ କରିବା ପାଇଁ ଗ୍ରାହକଙ୍କୁ ସକ୍ଷମ କରୁଛି। ଏହାବ୍ୟତୀତ ଏହାର ଡିଜାଇନରେ ବ୍ୟକ୍ତିଗତ ପରାମର୍ଶ ଓ ଭେଇକିଲ ହ୍ୟାଣ୍ଡଓଭର୍ ପାଇଁ ସ୍ବତନ୍ତ୍ର ସ୍ଥାନଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି। ରିଟେଲ ନେକ୍ସଟ ‘ସେଣ୍ଟ୍ରାଲ କଷ୍ଟୋମର ୱାକ୍ ଆୱେ’ ସହିତ ପରିଦର୍ଶକ ଓ ଯାନଗୁଡିକୁ କେନ୍ଦ୍ରରେ ରଖିଥାଏ।
The post ଭାରତରେ ବିଏମ୍ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ appeared first on Dharitri Odia News.