ଭାରତରେ ହେବାକୁ ଯାଉଛି ବଡ଼ ଘଟଣା! ସତର୍କ କଲା ହିଣ୍ଡେନବର୍ଗ, ଛାନିଆରେ ଆଦାନୀ
ନୂଆଦିଲ୍ଲୀ,୧୦।୮: ଖୁବ୍ଶୀଘ୍ର ଭାରତରେ ଘଟିବାକୁ ଯାଉଛି କିଛି ବଡ଼ ଘଟଣା! ଏନେଇ ଶନିବାର ସକାଳୁ ସକାଳୁ ସତର୍କ କରାଇଛି ଆମେରିକାର କ୍ଷୁଦ୍ର ବିକ୍ରେତା ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ। ତେବେ ସତର୍କବାଣୀ ଶୁଣି ବିଶେଷକରି ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ତଥା ଆଦାନୀ ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନୀ ମଧ୍ୟ ଛାନିଆ ହୋଇ ପଡିଥିବେ! କାରଣ ୨୦୨୩ ଜାନୁଆରୀ ୨୪ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯାହାକୁ ନେଇ ଆଦାନୀ ଗ୍ରୁପରେ […] The post ଭାରତରେ ହେବାକୁ ଯାଉଛି ବଡ଼ ଘଟଣା! ସତର୍କ କଲା ହିଣ୍ଡେନବର୍ଗ, ଛାନିଆରେ ଆଦାନୀ appeared first on Dharitri Odia News.
ନୂଆଦିଲ୍ଲୀ,୧୦।୮: ଖୁବ୍ଶୀଘ୍ର ଭାରତରେ ଘଟିବାକୁ ଯାଉଛି କିଛି ବଡ଼ ଘଟଣା! ଏନେଇ ଶନିବାର ସକାଳୁ ସକାଳୁ ସତର୍କ କରାଇଛି ଆମେରିକାର କ୍ଷୁଦ୍ର ବିକ୍ରେତା ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ। ତେବେ ସତର୍କବାଣୀ ଶୁଣି ବିଶେଷକରି ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ତଥା ଆଦାନୀ ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନୀ ମଧ୍ୟ ଛାନିଆ ହୋଇ ପଡିଥିବେ! କାରଣ ୨୦୨୩ ଜାନୁଆରୀ ୨୪ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯାହାକୁ ନେଇ ଆଦାନୀ ଗ୍ରୁପରେ ଚହଳ ପଡିଯାଇଥିଲା। ରିପୋର୍ଟ ଆସିବା ପରେ କେବଳ ଆଦାନୀ ଗ୍ରୁପ କମ୍ପାନୀଗୁଡିକର ଅଂଶଧନ ହ୍ରାସ ପାଇ ନ ଥିଲା, ତାହା ନୁହେଁ ବରଂ ପୁରା ଷ୍ଟକ ମାର୍କେଟରେ କମ୍ପନ ସୃଷ୍ଟି ହୋଇଥିଲା। ତେବେ ବର୍ତ୍ତମାନ ଏହି ହିେଣ୍ଡେନବର୍ଗ ରିସର୍ଚ୍ଚ ପୁଣି ଥରେ ଭାରତରେ ଭୂକମ୍ପ ସୃଷ୍ଟି ହେବ ବୋଲି ଆଲର୍ଟ କରିଛି। ଆଉ ଆଦାନୀଙ୍କ ପରେ ପରବର୍ତ୍ତୀ କିଏ ଶିକାର ହେବାକୁ ଯାଉଛି ଯାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ କ’ଣ ବଡ଼ ହେବାକୁ ଯାଉଛି ଏନେଇ ହିଣ୍ଡେନବର୍ଗ କିଛି ଖୁଲାସା କରି ନ ଥିବାବେଳେ କମ୍ପାନୀର ଏହି ପୋଷ୍ଟକୁ ନେଇ ଚର୍ଚ୍ଚା ହେଉଛି କି ଭାରତର କୌଣସି ବଡ଼ କମ୍ପାନୀକୁ ନେଇ ପୁଣିଥରେ କିଛି ବଡ଼ ଖୁଲାସା ହେବାକୁ ଯାଉଛି।
Something big soon India
— Hindenburg Research (@HindenburgRes) August 10, 2024
ଜାନୁଆରୀ ୨୦୨୩ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ ବିରୋଧରେ ଏକ ରିପୋର୍ଟ ଜାରି କରିଥିଲା। ଏହି ରିପୋର୍ଟରେ କମ୍ପାନୀ ଆଦାନୀ ଗ୍ରୁପ ଉପରେ ଅନେକ ସାଂଘାତିକ ଅଭିଯୋଗ ଆଣିଥିଲା ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ରିପୋର୍ଟ ଆସିବା ପରେ ଅଦାନୀ ଗ୍ରୁପର ଶେୟାର ଖସିବା ସହ ଦୁନିଆର ଦ୍ୱିତୀୟ କୋଟିପତି ର଼୍ୟାଙ୍କରୁ ଖସି ସେ ୩୬ ନମ୍ବରରେ ପହଞ୍ଚି ଯାଇଥିଲେ।
The post ଭାରତରେ ହେବାକୁ ଯାଉଛି ବଡ଼ ଘଟଣା! ସତର୍କ କଲା ହିଣ୍ଡେନବର୍ଗ, ଛାନିଆରେ ଆଦାନୀ appeared first on Dharitri Odia News.