ଭାରତୀୟ କ୍ରିକେଟ ଦଳକୁ ସୁରକ୍ଷା ଆଲର୍ଟ, ମ୍ୟାଚ ପୂର୍ବରୁ ଟିମକୁ ହୋଟେଲରେ ରହିବାକୁ ନିର୍ଦ୍ଦେଶ

ଆଜିଠୁ ଭାରତ ଓ ଇଂଲଣ୍ଡ ଦ୍ଵିତୀୟ ଟେଷ୍ଟ ।  ଏଜବାଷ୍ଟନ ଲଢେଇ ପାଇଁ ଉଭୟ ଦଳର ଜୋରଦାର ଅଭ୍ୟାସ କରିଛନ୍ତି ।  ଏହା ପୂର୍ବରୁ ବର୍ମିଂହାମରେ ସୁରକ୍ଷା ଆଲର୍ଟ ଜାରି ହୋଇଛି।  ଭାରତୀୟ କ୍ରିକେଟ ଟିମକୁ ହୋଟେଲରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ।  ଏହାପୂର୍ବରୁ ସେଣ୍ଟେନାରୀ ସ୍କୋୟାର ନିକଟରେ ଏକ ସନ୍ଦେହଜନକ ପାର୍ସଲ ମିଳିଛି।  ସୁରକ୍ଷା କାରଣରୁ ଖେଳାଳିଙ୍କୁ ହୋଟେଲରେ ରହିବାକୁ […] The post ଭାରତୀୟ କ୍ରିକେଟ ଦଳକୁ ସୁରକ୍ଷା ଆଲର୍ଟ, ମ୍ୟାଚ ପୂର୍ବରୁ ଟିମକୁ ହୋଟେଲରେ ରହିବାକୁ ନିର୍ଦ୍ଦେଶ appeared first on KNews Odisha.

ଭାରତୀୟ କ୍ରିକେଟ ଦଳକୁ ସୁରକ୍ଷା ଆଲର୍ଟ, ମ୍ୟାଚ ପୂର୍ବରୁ ଟିମକୁ ହୋଟେଲରେ ରହିବାକୁ ନିର୍ଦ୍ଦେଶ
sports news..

ଆଜିଠୁ ଭାରତ ଓ ଇଂଲଣ୍ଡ ଦ୍ଵିତୀୟ ଟେଷ୍ଟ ।  ଏଜବାଷ୍ଟନ ଲଢେଇ ପାଇଁ ଉଭୟ ଦଳର ଜୋରଦାର ଅଭ୍ୟାସ କରିଛନ୍ତି ।  ଏହା ପୂର୍ବରୁ ବର୍ମିଂହାମରେ ସୁରକ୍ଷା ଆଲର୍ଟ ଜାରି ହୋଇଛି।  ଭାରତୀୟ କ୍ରିକେଟ ଟିମକୁ ହୋଟେଲରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ।  ଏହାପୂର୍ବରୁ ସେଣ୍ଟେନାରୀ ସ୍କୋୟାର ନିକଟରେ ଏକ ସନ୍ଦେହଜନକ ପାର୍ସଲ ମିଳିଛି।  ସୁରକ୍ଷା କାରଣରୁ ଖେଳାଳିଙ୍କୁ ହୋଟେଲରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଗତକାଲି ଅପରାହ୍ନ ପ୍ରାୟ ୩ଟା ବେଳେ ଭାରତୀୟ ଦଳ ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ଅଭ୍ୟାସ ପରେ ହୋଟେଲକୁ ଫେରୁଥିଲେ।

ପରେ ଖେଳାଳି ଓ ସହାୟକ କର୍ମଚାରୀମାନଙ୍କୁ ହୋଟେଲରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଗତକାଲି ଟିମ ଇଣ୍ଡିଆର ଅଧିନାୟକ ଶୁଭମାନ ଗିଲ, ୟଶସ୍ୱୀ ଜୟସୱାଲ, କେ.ଏଲ. ରାହୁଲ, ସାଇ ସୁଦର୍ଶନ, ଆକାଶ ଦୀପ, ଅର୍ଶଦୀପ ସିଂହ ଓ କୁଲଦୀପ ଯାଦବ ପ୍ରମୁଖ ଅଭ୍ୟାସ କରିଥିଲେ। ପ୍ରଥମ ମ୍ୟାଚ୍ ଜିତି ଇଂଲଣ୍ଡ ଟିମ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ।

Also read: ବୋଲର ମହମ୍ମଦ ଶାମିଙ୍କୁ ବଡ଼ ଝଟକା, ପତ୍ନୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

The post ଭାରତୀୟ କ୍ରିକେଟ ଦଳକୁ ସୁରକ୍ଷା ଆଲର୍ଟ, ମ୍ୟାଚ ପୂର୍ବରୁ ଟିମକୁ ହୋଟେଲରେ ରହିବାକୁ ନିର୍ଦ୍ଦେଶ appeared first on KNews Odisha.