ଭାରତୀୟ ଜନତା ପାର୍ଟି ପକ୍ଷରୁ ଆମ ସମ୍ଭିଧାନ ଆମ ଗୌରବ କାର୍ଯ୍ୟକ୍ରମ ପାଳିତ

ସମ୍ବଲପୁର:କୁଚିଣ୍ଡା ମହାବିଦ୍ୟାଳୟ ପରିସର ରେ ଥିବା ପ୍ରେକ୍ଷାଳୟ ଠାରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଆମ ସମ୍ଭିଧାନ ଆମ ଗୌରବ କାର୍ଯ୍ୟକ୍ରମ ପାଳନ ଅବସରରେ ଉପଖଣ୍ଡରେ ର ୧୬ ଟି ମହାବିଦ୍ୟାଳୟକୁ ନେଇ ଭାରତୀୟ ସମ୍ଭିଧାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହିତ ତାଙ୍କ ମଧ୍ୟରେ ସାମ୍ବିଧାନିକ ଜ୍ଞାନ ଉଜ୍ଜୀବିତ କରିବା ନିମନ୍ତେ ମହାବିଦ୍ୟାଳୟ ସ୍ତରରେ ଏବଂ ଆନ୍ତଃ ମହାବିଦ୍ୟାଳୟ ସ୍ତରରେ ଗତ ୧୮ ତାରିଖ ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟକ୍ରମ […] The post ଭାରତୀୟ ଜନତା ପାର୍ଟି ପକ୍ଷରୁ ଆମ ସମ୍ଭିଧାନ ଆମ ଗୌରବ କାର୍ଯ୍ୟକ୍ରମ ପାଳିତ appeared first on Odisha.News.

ଭାରତୀୟ ଜନତା ପାର୍ଟି ପକ୍ଷରୁ ଆମ ସମ୍ଭିଧାନ ଆମ ଗୌରବ କାର୍ଯ୍ୟକ୍ରମ ପାଳିତ

ସମ୍ବଲପୁର:କୁଚିଣ୍ଡା ମହାବିଦ୍ୟାଳୟ ପରିସର ରେ ଥିବା ପ୍ରେକ୍ଷାଳୟ ଠାରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଆମ ସମ୍ଭିଧାନ ଆମ ଗୌରବ କାର୍ଯ୍ୟକ୍ରମ ପାଳନ ଅବସରରେ ଉପଖଣ୍ଡରେ ର ୧୬ ଟି ମହାବିଦ୍ୟାଳୟକୁ ନେଇ ଭାରତୀୟ ସମ୍ଭିଧାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହିତ ତାଙ୍କ ମଧ୍ୟରେ ସାମ୍ବିଧାନିକ ଜ୍ଞାନ ଉଜ୍ଜୀବିତ କରିବା ନିମନ୍ତେ ମହାବିଦ୍ୟାଳୟ ସ୍ତରରେ ଏବଂ ଆନ୍ତଃ ମହାବିଦ୍ୟାଳୟ ସ୍ତରରେ ଗତ ୧୮ ତାରିଖ ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟକ୍ରମ କରାଯାଇଥିଲା I ଆଜି ଅନ୍ତିମ ଦିବସରେ ଯୁକ୍ତ ୨ ଓ ଯୁକ୍ତ ୩ ସ୍ତରରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ମାନପତ୍ର ସ୍ମୃତିଚିହ୍ନ ଓ ନଗଦ ଅର୍ଥ ରାଶି ସହ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା I ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସୁଚିତ୍ରା ମିଶ୍ର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ରୁଦ୍ର ପ୍ରତାପ ଦେଓ ପଂଚାୟତି ରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କ ପ୍ରତିନିଧି ଶ୍ରୀ ସୁଶିଲ କୁମାର କର କାର୍ଯ୍ୟକ୍ରମର ସଂଯୋଜକ ବିଭୁତି କଲ୍ୟାଣ ପଟେଲ ସଭ୍ୟ ଚୂଡ଼ାମଣି ମIକର ,ବିଜୟ ନାଏକ ,ରାଜକୁମାର ରକସା ,ସନାତନ କୁସୁମ ,ପ୍ରାଣ ବନ୍ଧୁ ନାଥ ,ଯୁଧିଷ୍ଠିର ମIଝି, ଚିତ୍ତରଞ୍ଜନ ଭୋଇ ମହିଳା ସଭ୍ୟI କୁଞ୍ଜଲତା ନାଏକ ଗାୟତ୍ରୀ ଚାଲାଣ ପ୍ରମୁଖ ଉପସ୍ଥିତ ଥିଲେ।

The post ଭାରତୀୟ ଜନତା ପାର୍ଟି ପକ୍ଷରୁ ଆମ ସମ୍ଭିଧାନ ଆମ ଗୌରବ କାର୍ଯ୍ୟକ୍ରମ ପାଳିତ appeared first on Odisha.News.